IBN ଓଡ଼ିଶା ଏକ୍ସକ୍ଲୁସିଭ୍

ସ୍କୁଲରେ ପାଠ ନପଢେଇ ମୋବାଇଲରେ ଗପୁଛନ୍ତି ମ୍ୟାଡ଼ାମ, କହିଲେ ପିଲାଙ୍କୁ ବାଡାଉଛନ୍ତି! ମନ ଇଚ୍ଛା ସ୍କୁଲକୁ…. ଦେଖନ୍ତୁ Video

ଦର୍ଶକ ବନ୍ଧୁ ଆମ ରାଜ୍ୟରେ ବିଭିନ୍ନ ସରକାରୀ ସ୍କୁଲକୁ ନେଇ ଅନେକ ସମୟରେ ବିବାଦ ଦେଖା ଯାଉଛି । ଅନେକ ସମୟରେ ସରକାରୀ ସ୍କୁଲ ମାନଙ୍କର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଅଭିଭାବକ ମାନେ ଅଭିଯୋଗ କରୁଛନ୍ତି ଯାହାର ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଗତ କିଛି ସମୟ ହେବ ଏଭଳି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତା ହେଲେ ବନ୍ଧୁଗଣ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡିଓରେ ଜଣେ ଶିକ୍ଷୟତ୍ରୀ ସ୍କୁଲରେ ପିଲା ମାନଙ୍କୁ ପାଠ ନ ପଢେଇ ମୋବାଇଲରେ ଗପୁ ଥିବାର ଅଭିଯୋଗ କରିଛନ୍ତି ପିଲା ମାନେ । ଏମିତିକି ପିଲା ମାନେ ଯେତେବେଳେ ଦିଦିଙ୍କୁ ପାଠ ପଢେଇବା କଥା କହୁଛନ୍ତି ସେତେବେଳେ ଦିଦି ପିଲା ମାନଙ୍କୁ ଗାଳି ଦେଉଛନ୍ତି । ଦିଦି ମନ ଇଚ୍ଛା ଆସୁଛନ୍ତି ସ୍କୁଲକୁ ବୋଲି ପିଳେ ଅଭିଯୋଗ କରିଛନ୍ତି ।

ତେବେ ଏ ନେଇ ଦିଦିଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ପଚାରିଥିଲେ କିନ୍ତୁ ଦିଦି ଜଣକ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଉତ୍ତେଜିତ ହେବାର ଭିଡିଓ ରେ ନଜର ଆସିଛନ୍ତି । ଦିଦି ଗଣମାଧ୍ୟମକୁ ସଫା ସଫା କହୁଛନ୍ତି, ମୋତେ ପଚାରିବାର ଆପଣଙ୍କର କୌଣସି ଅଧିକାର ନାହି । ମୁଁ କେବଳ କ୍ଳାସ କରିବାକୁ ଆସିଛି ତା ଛଡା ମୋର ଆଉ କିଛି ବି କାମ ନାହିଁ । ଆପଣ ମୋତେ ପଚାରିବାକୁ କେହି ନୁହଁ ।

ଯଦି ସତ ଜାଣିବାକୁ ଚାହୁଁ ଛନ୍ତି ତେବେ ମୁଁ ଏଇଠି କ୍ଳାସରେ ବସିଲି ଆଗେ ପିଲା ମାନଙ୍କୁ ଡାକ । ଆପଣ ଠିକ କଥା ଜାଣିବାକୁ ଚାହୁଁ ନାହାନ୍ତି । ସେମାନେ କେହି ବହି ଆଣି ନଥିଲେ ସେଥିପାଇଁ ମୁଁ ପିଲା ମାନଙ୍କୁ ପାଟି କରିଲି ।  ସେମାନେ ବହି ଆଣିଲେନି ତେଣୁ ମୁଁ ତାଙ୍କୁ କିଛି କହିଲିନି ସେମାନେ ଯାହା କରୁଛନ୍ତି କରନ୍ତୁ । ମୁଁ ହେଲି ଶିକ୍ଷୟତ୍ରୀ ମୋ କାମ ହେଲା ପାଠ ପଢେଇବା ।

ମୁଁ ଆସିଲି କ୍ଳାସକୁ ତାଙ୍କୁ ବହି ମାଗିଲି କହିଲି ପଢେଇବି ସେ କହିଲେ ସେମାନେ ବହି ଆଣି ନାହାନ୍ତି । ମୁଁ ସେଇଠୁ ତାଙ୍କୁ ପାଟି କଲି ମୁଁ କହିଲି ବହି ଆଣିନ ତମେ କାହିଁକି ଆସିଛ ସ୍କୁଲକୁ । ତା ପରେ ସେ ପିଲା ମିସବିହେବ କରି କଥା ହେଲା । ତା ପରେ ମୁଁ ତାକୁ ବୁଝେଇଲି ହେଲେ ସେମାନେ ମନା କଲେ ବହି ଆଣି ନାହାନ୍ତି । ତା ପରେ ମୁଁ ବସି ପଡିଲି” ।

ଏ ନେଇ ଜଣେ ପିଲାର ବାପା ଦିଦି ଙ୍କ ସହ ଅନେକ ସମୟ ଯାଏଁ ଯୁକ୍ତି ତର୍କ କରୁଛନ୍ତି ଆଉ କହୁଛନ୍ତି କି ” ଆପଣ ହେଉଛି କ୍ଳାସ ଟିଚର ପିଲା ମାନେ କଣ କରୁଛନ୍ତି କଣ ନାହି ତାହା ଦେଖିବେ ଆପଣ । ମୋ ପିଲା ଯଦି କୁଆଡେ ପଳାଇଥାନ୍ତା ତେବେ କଣ ହୋଇଥାନ୍ତା । ଗେଟ ବାହାରକୁ ପିଲା କେମିତି ଗଲା” ।

ଏମିତି ଅନେକ ସମୟ ଯାଏଁ ଅଭିଭାବକ ଜଣକ ଦିଦି ଙ୍କ ସହ ଯୁକ୍ତି କରି ନାନା ପ୍ରଶ୍ନ ପଚାରୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button