IBN ଓଡ଼ିଶା ବ୍ୟୁରୋ

ଏମିତି ଜାଣନ୍ତୁ ସିଲିଣ୍ଡର ରେ କେତେ Gas ଅଛି ?

ନମସ୍କାର ବନ୍ଧୁଗଣ, ଆଜିକାଲି ଏଲପିଜି ସିଲିଣ୍ଡର ଖାଦ୍ଯ ପ୍ରସ୍ତୁତି କୁ ସହଜ କରି ଦେଇଛି । ପୂର୍ବରୁ କାଠ ଚୁଲା ବା ଷ୍ଟୋଭ ରେ ରୋଷେଇ ପାଇଁ ସମୟ ଲାଗୁଥିଲା । କିନ୍ତୁ ଆଜିକାଲି ଗ୍ଯାସରେ ରୋଷେଇ କରିବା ସହଜ ହୋଇ ଯାଇଛି । ମାତ୍ର ଅଳ୍ପ ସମୟ ମଧ୍ୟରେ ରୋଷେଇ ତିଆରି ହୋଇ ଯାଉଛି । ଯାହା ପାଇଁ ସହଜରେ ଆମେ ଖାଦ୍ୟ ଖାଇ ପାରୁଛୁ ।

ତେବେ ଅନେକ ଥର ଦେଖିବାକୁ ମିଳିଛି ଖାଦ୍ୟ ପ୍ରସ୍ତୁତ ବେଳେ ଗ୍ଯାସ ସରି ଯାଇଥାଏ । ଫଳରେ ଅଧିକ ରୋଷେଇ ଅଧା ରୁ ବନ୍ଦ ହୋଇଯାଏ । ଏମିତି ରେ ବି ଶୀତ ଦିନରେ ଗ୍ଯାସ ଅଧିକ ସରିଯାଏ । ପାଣି ଗରମ ହେଉ ବା ଖାଦ୍ୟ ଗ୍ରାମ ହେଉ ଶୀତ ଦିନରେ ଜଲ୍ଦି ଗ୍ଯାସ ସରିଯାଏ । ଏଭଳି ସ୍ଥିତିରେ ସିଲିଣ୍ଡର ରେ ଆଉ କେତେ ପରିମାଣ ର ଗ୍ଯାସ ରହିଛି ତାହା ଜଣା ପଡି ନ ଥାଏ ।

କିଛି ଲୋକ ସିଲିଣ୍ଡର କୁ ହଲାଇ ସେଥିରେ କେତେ ଗ୍ଯାସ ଅଛି ତାହା ଚେକ କରିଥାନ୍ତି ତ ଆଉ କିଛି ଲୋକ ଚୁଲି ରୁ ନିର୍ଗତ ନିଆଁ ର ରଙ୍ଗ ହଳଦିଆ ହୋଇଗଲେ ସେଥିରୁ ଗ୍ଯାସ ସରି ଆସୁଛି ବୋଲି ଅନୁମାନ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଟ୍ରିକ କହିବୁ ଯାହା ଦ୍ଵାରା ଆପଣଙ୍କ ସିଲିଣ୍ଡର ରେ କେତେ ଗ୍ଯାସ ଅଛି ତାହା ସହଜରେ ଜାଣି ପାରିବେ । ଓଦା କପଡା କହିବ ସିଲିଣ୍ଡର ରେ କେତେ ଗ୍ଯାସ ଅଛି ।

ଆଜ୍ଞା ହଁ ଦର୍ଶକ ବନ୍ଧୁ ଓଦା କପଡା ଦ୍ଵାରା ଆପଣ ସହଜରେ ଜାଣି ପାରିବେ ସିଲିଣ୍ଡର ରେ କେତେ ଗ୍ଯାସ ଅଛି ବା ଆଉ କେତେ ଦିନ ଆପଣଙ୍କର ଗ୍ଯାସ ଯିବ । ଏଥିପାଇଁ ଆବଶ୍ୟକ ଏକ ଓଦା କପଡା । ପ୍ରଥମେ ସିଲିଣ୍ଡର କୁ ଓଦା କପଡା ରେ ସଂପୂର୍ଣ୍ଣ ଭାବେ ଘୋଡାଇ ଦିଅନ୍ତୁ । କିଛି ସମୟ ଯାଏଁ ଏହାକୁ ସେମିତି ଛାଡି ଦିଅନ୍ତୁ । କିଛି ସ୍ମାୟ ପରେ ସିଲିଣ୍ଡର ଉପରୁ ଓଦା କପଡା କାଢି ଦିଅନ୍ତୁ ।

ଏହା ପରେ ଆପଣ ଦେଖିବାକୁ ପାଇବେ କିଛି ସ୍ଥାନ ଓଦା ଥିବା ବେଳ ଆଉ କିଛି ସ୍ଥାନ ଶୁଖିଲା ଥିବ । କାରଣ ସିଲିଣ୍ଡର ରେ ଯେତିକି ଯାଏଁ ଗ୍ଯାସ ରହିଛି ସେତିକି ଅଂସ ଥଣ୍ଡା ରହିଥାଏ । ଆଉ ଏହି ସ୍ଥାନରେ ପାଣି ଶୁଖିବାକୁ ସମୟ ଲାଗିଥାଏ । ସେହିପରି ସିଲିଣ୍ଡର ରେ ଯେତିକି ଅଂସ ଖାଲି ଥାଏ ତାହା ପୂର୍ବ ଅପେକ୍ଷା ଗରମ ଥାଏ ।

ଏଥିପାଇଁ ପାଣି ଜଲ୍ଦି ଶୁଖିଯାଏ । ଏଭଳି ଭାବେ ଆପଣ ଗୋଆରେ ଚୁଟକି ରେ ଜାଣି ପାରିବେ ସିଲିଣ୍ଡର ରେ ଆଉ କେତେ ଗ୍ଯାସ ବାକି ରହିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button