IBN ଓଡ଼ିଶା ବ୍ୟୁରୋ

ମାଠିଆ ପାଣି ପିଇବାର ଆଶ୍ଚର୍ଯ୍ୟ କରିଦେବା ଭଳି ଫାଇଦା ଜାଣନ୍ତୁ… ଆଜି ଠାରୁ ହିଁ ମାଠିଆ ପାଣି ପିଇବା ଆରମ୍ଭ କରିଦିଅନ୍ତୁ…

ଆଜିକାଲିର ମର୍ଡନ ଯୁଗରେ ଆମ ପାରମ୍ପରିକ ଜିନିଷର ମୂଲ୍ୟ ବହୁତ କମ ଅଟେ ଏବଂ କିଛି ଲୋକ ଏହାକୁ ପସନ୍ଦ ମଧ୍ୟ କରନ୍ତି ନାହିଁ । ଆଗ କାଳ ସମୟରେ ଯେତେବେଳେ ଗରମ ଦିନ ଆସିଥାଏ । ସେତେବେଳେ ଲୋକମାନେ ପାଣି ପିଇବା ପାଇଁ ମାଟିର ସବୁ ପାତ୍ର ଉପରେ ନିର୍ଭର କରୁଥିଲେ । ଏହି ଯେପରି ମାଠିଆ, ସୁରେଇ ଇତ୍ୟାଦି । କାରଣ ଆଗ କାଳର ଲୋକଙ୍କ ପାଖରେ ଫ୍ରିଜ ନଥିଲା, ସେହି ସମୟରେ ଲୋକ ମାଠିଆ ପାଣି ପିଉଥିଲେ ।

ମାଠିଆ ପାଣି ଅମୃତ ସମାନ ହୋଇଥାଏ । କାରଣ ମାଠିଆ ପାଣି ଭିତରେ ଥିବା କିଛି ବିଷାକ୍ତ ତତ୍ଵକୁ ସୁଖେଇ ଦେଇଥାଏ ଏବଂ ପାଣିକୁ ପୁରା ସଫା ଏବଂ ଶୁଦ୍ଧ କରିଥାଏ, ଯାହା ପିଇବା ପରେ ମଣିଷର ଶୋଷ ମେଣ୍ଟିଥାଏ ଏବଂ ତାକୁ ବହୁତ ତୃପ୍ତି ମଧ୍ୟ ମିଳିଥାଏ । ମଣିଷ ପାଚନ ତନ୍ତ୍ର ଭଲ ରହିଥାଏ । କିନ୍ତୁ ଆଜିକା ସମୟରେ ଏହି ଆଧୁନିକ ଯୁଗରେ ମାଠିଆ ଦେଖିବା ମଧ୍ୟ ସ୍ଵପ୍ନ ହୋଇଗଲାଣି ।

ଆଜିକାଲି ଲୋକ ଫ୍ରିଜ ପାଣି ପିଅନ୍ତି, ଫ୍ରିଜ ଭିତରେ ଏତେ ତାପମାତ୍ରା ଥାଏ ଯେ କିଛି ମିନିଟ ଭିତରେ ପାଣି ଥଣ୍ଡା ହୋଇଥାଏ, ଯାହା ଦ୍ଵାରା ପାଣିରେ ଥିବା ପୋଷକ ତତ୍ଵ ନଷ୍ଟ ହୋଇଯାଏ ଏବଂ ଏହି ପାଣି ଆମ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇ ଥାଏ । ଯେତେବେଳେ ଏହି ପାଣି ଆମେ ସେବନ କରିଥାଉ ସେତେବେଳେ ଆମ ଶରୀରରେ ବହୁତ ପ୍ରକାର ରୋଗ ଉତ୍ପନ ହୋଇଥାଏ ।

ଡକ୍ଟର ମଧ୍ୟ ରୋଗୀକୁ ମାଠିଆ ପାଣି ପିଇବା ପାଇଁ କୁହନ୍ତି, କାରଣ ରୋଗୀ ଲୋକ ପାଇଁ ଫ୍ରିଜ ପାଣି ବିଷ ଭଳି କାମ କରିଥାଏ । ତେବେ ଆପଣମାନେ ସମସ୍ତେ ଏହା ଜାଣିଥିବେ ଯେ ମାଟି ଭିତରେ ବହୁତ ପ୍ରକାର ଗୁଣ ଥାଏ ଏବଂ ଯେତେବେଳେ ଆମେ ମାଠିଆ ପାଣି ସେବନ କରିଥାଉ ସେତେବେଳେ ଏହା ଆମ ଶରୀର ତାପମାତ୍ରା ସାମାନ୍ୟ ରଖିବାରେ ସାହାଜ୍ଯ କରିଥାଏ ।

ତେଣୁ ଆଜି ଠାରୁ ଆପଣ ମଧ୍ୟ ମାଠିଆ ପାଣି ପିଇବା ଆରମ୍ଭ କରନ୍ତୁ । କାରଣ ମାଠିଆ ବା ସୁରେଇ ପାଣି ପିଇବା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଫ୍ରିଜ ପାଣି ଠାରୁ ମାଠିଆ ପାଣି ପିଇବା ଶରୀର ପାଇଁ ଢେର ଗୁଣରେ ଭଲ ହୋଇଥାଏ ।

 

Related Articles

Leave a Reply

Your email address will not be published. Required fields are marked *

Back to top button