IBN ଓଡ଼ିଶା ବ୍ୟୁରୋ

ଚାଣକ୍ୟଙ୍କ ଏହି ନୀତି ଜାଣିନେଲେ ଆପଣ ନିଜ କାହାଠୁ ବି ଆଦାୟ କରି ପାରିବେ

ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ଵାରା ରଚନା କରା ଯାଇଥିବା ଏଭଳି ଏକ ଗ୍ରନ୍ଥ ଅଟେ ଯାହା ଦ୍ଵାରା ଆପଣ କରୁଥିବା କାମ ଠିକ କିମ୍ବା ଭୂଲ ଏହା ଆପଣ ଜାଣି ପାରିବେ । ଯଦି ଆପଣ ଭୁଲ କିଛି ବି କରି ଥାନ୍ତି ତେବେ ବି ଆପଣ ନିଜର ଭୂଲକୁ କିଭଳି ସୁଧାରିବେ ଏହା ବିଷୟରେ ଏଥିରେ କୁହା ଯାଇଛି । ଆପଣ ନିଜ ଜୀବନକୁ କିଭଳି ଭାବେ ସୁଧାରିକି ଚାଲିବେ ତାହା ପାଇଁ ଆପଣ ଏହି ନୀତି ଜାଣିବା ନିହାତି ଦରକାର । ସେ ତାଙ୍କର ସିଦ୍ଧାନ୍ତ ଦ୍ଵାରା ଅନେକ ସମସ୍ଯା ର ସମାଧାନ କରିଥିଲେ । ସେ ଜଣେ ମହାନ ବିଦ୍ଵାନ ବ୍ୟକ୍ତି ଅଟନ୍ତି ।

ଆଜି ଆମେ ଆପଣନାକୁ ଏଭଳି କିଛି ବ୍ୟକ୍ତି ଙ୍କର ନାମ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ନିଜର କାମରେ ଅନେକ ମାତ୍ରାରେ ଲାଭ ଦାୟୀ ହେବ । ଆପଣ ମାନେ ଜାଣି ଥିବେ କିଛି ଏଭଳି ସାଙ୍ଗ ମାନେ ଥାନ୍ତି ଯେଉଁ ମାନେ ନିଜର ସ୍ଵାର୍ଥ ପାଇଁ ଆପଣଙ୍କ ସହ ସାଙ୍ଗ ହୋଇ ଥାନ୍ତି ତେବେ ଏଭଳି ବ୍ୟକ୍ତି ଙ୍କ ପାଖରୁ ନିଜକୁ କିଭଳି ବଞ୍ଚାଇବେ । ଆପଣ କିଭଳି ଜାଣିବେ ନିଜ ସାମ୍ନା ରେ ଯିଏ ଅଛି ସେ କିପରି ମଣିଷ ଅଟେ ।

ଚାଣକ୍ୟ ନିଜ ଲେଖା ମାଧ୍ୟମରେ ଚାରଟି ବ୍ୟକ୍ତି ଓ ସେମାନଙ୍କର ଚରିତ୍ର ବିଷୟରେ ଜାଣିବା ପରେ ସେହି ଲୋକଙ୍କ ସହ କିଭଳି ଭାବେ ନିଜର ସମ୍ପର୍କ ରଖିବା ଓ କିଭଳି ନିଜ କାମ ଏହା ଦ୍ଵାରା କରେଇ ପାରିବ ତାହା ବର୍ଣନା କରିଛନ୍ତି। ତେବେ ଆଜି ଆସନ୍ତୁ ଜାଣିବା ପ୍ରଥମେ କିଭଳି ଆପଣ ଲୋଭୀ ବ୍ୟକ୍ତି ମାନଙ୍କୁ ନିଜ କାମ ପାଇଁ ମନେଇବେ । ଯେଉଁମାନେ ଲୋଭୀ ଥାନ୍ତି ସେମାନେ ନିଜର ଧାନ କିମ୍ବା ବସ୍ତୁକୁ ଲୋଭ କରିଥାନ୍ତି ।

ଏଭଳି ଲୋକମାନଙ୍କୁ କିଛି କିଛି ମାତ୍ରାରେ ପଇସା ଦେଇ ସେମାନଙ୍କୁ ନିଜ ଆୟତରେ ରଖିହେବ । ଆପଣ କେବେବି ଏକା ସହ ତାଙ୍କୁ ସବୁ ଦେଇ ଦେବେନି ଏଭଳି କଲେ ଆପଣ ସେ ଆପଣଙ୍କର ଆୟତର ବାହାରେ ରହିବେ । ଦ୍ଵିତୀୟ ବ୍ୟକ୍ତି ହେଉଛନ୍ତି ଅହଂକାରୀ ଯେଉଁ ମାନେ ଅହଂକାରୀ ବ୍ୟକ୍ତି ଅଟନ୍ତି ସେମାନେ କେବେବି ନିଜ ଆଗରେ ଅନ୍ୟକୁ ଚିହ୍ନି ପାରି ନଥାନ୍ତି । ସେମାନଙ୍କୁ ଆପଣ ସବୁ ବେଳେ ତାଙ୍କର ପ୍ରଶଂସା କରି କରି ନିଜର କାମ ତାଙ୍କ ପାଖରୁ କରେଇ ପାରିବେ ଏଭଳି ଲୋକଙ୍କ ସହ କେବେବି ଶତ୍ରୁତା କରିବେନି ଏଭଳି କଲେ ସେ ଆପଣଙ୍କର ଅପମାନ କରିବାକୁ ପଛେଇବେନି ।

 

ତୃତୀୟ ବ୍ୟକ୍ତି ହେଉଛି ମୂର୍ଖ । ଜଣେ ମୂର୍ଖ କେବେବି ଏହା ଜାଣି ନଥାଏ କି ସେ କଣ କରୁଛି କାହା ପାଇଁ କରୁଛି ତାର ଜୀବନର ଲକ୍ଷ କଣ । ସେମାନେ ସବୁବେଳେ ଛୋଟ ଭୁଲ କରି ବଡ ଅସୁବିଧାରେ ପଡିଥାଏ । ଯଦି ଏଭଳି ବ୍ୟକ୍ତିଙ୍କୁ ଯେଉଁମାନେ ବିପଦରୁ ବାହାରକୁ କରିଥାନ୍ତି ସେମାନେ ସେମାନଙ୍କୁ ହିଁ ବିଶ୍ଵାସ କରନ୍ତି ଓ ସେମାନଙ୍କ କଥା ଶୁଣି ଚାଲନ୍ତି । ତେବେ ଆସନ୍ତୁ ଜାଣିବା ଜଣେ ଜ୍ଞାନୀ ବ୍ଯକ୍ତିଙ୍କୁ ଆପଣ କିଭଳି ନିଜ ଆୟତରେ ରଖୀ ପାରିବେ ।

 

Related Articles

Leave a Reply

Your email address will not be published. Required fields are marked *

Back to top button