IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମହାଦେବ ହଟେକେଶ୍ୱରଙ୍କ ମହିମା, ମାନସିକ ରଖି ବୁଡ଼ ପକାଇଲେ ଦୂର ହୁଏ ବନ୍ଧ୍ୟା ଦୋଷ… ଦେଖନ୍ତୁ କଣ କହୁଛନ୍ତି ମହିଳା

ନମସ୍କାର ବନ୍ଧୁଗଣ, ଆଜିର ଦୁନିଆରେ ପ୍ରତେକ ନାରୀ ମାନେ ମା’ ହେବା ନେଇ ଅନେକ ସ୍ଵପ୍ନ ଦେଖିଥାନ୍ତି । ମାତୃତ୍ଵ ଲାଭ କରିବା ପ୍ରତେକ ସ୍ତ୍ରୀ ର ଏକ ସ୍ଵପ୍ନ ଥାଏ । ଯାହା ବିବାହ ପରେ ସାକାର ହୋଇଥାଏ । କିନ୍ତୁ ଆଜିକାଲିର ଜୀବନ ଶୈଳୀ ଓ ଖାଦ୍ଯେପାୟ ରେ ଅନିୟମିତା କାରଣରୁ ଅନେକ ମହିଳା ମାନଙ୍କର ପ୍ରେଗନେଂସୀ ରେ ଅନେକ ପ୍ରକାରର ସମସ୍ଯା ଦେଖା ଯାଉଛି ଯାହାକୁ ନେଇ ସେମାନେ ଡାକ୍ତର ଙ୍କ ଚିକିତ୍ସା ଠାରୁ ପୂଜା ପାଠ ସବୁ କିଛି କରୁଛନ୍ତି ।

କିନ୍ତୁ କିଛି ଲାଭ ହେଉ ନାହି । ଗତ କିଛି ସମୟ ହେବ ଗଣମାଧ୍ୟମରେ ଏହି ଘଟଣାକୁ ନେଇ ଏକ ଭିଡିଓ ଜାରି ହୋଇଛି । ଏ ନେଇ ଜଣେ ମହିଳା ଗଣମାଧ୍ୟମରେ କହୁଛନ୍ତୁ ଯେ “ମୋର 10 ବର୍ଷ ହେଲା ଛୁଆ ହେଉନି । ବହୁତ ମେଡ଼ିସିନ ଖାଇଲି । ବହୁତ ଡାକ୍ତରଙ୍କୁ ବି ଦେଖାଇଲି ହେଲେ ସବୁ କିଛି ଫେଲ ହୋଇଗଲା । ଆଉ ଏବେ ମୁଁ ସବୁ କିଛି ଭଗବାନଙ୍କ ଉପରେ ଛାଡି ଦେଇଛି । ସେଥିପାଇଁ ମୁଁ ଏଠାକୁ ଆସିଛି ।

ଲୋକେ କୁହନ୍ତି କି ଏଠାରେ ଗୁଆ ପକାଇ ଖୋଜି ପାଇଲେ ବନ୍ଧ୍ୟା ଦୋଷ କଟିଯାଏ । ସେଥିପାଇଁ ମୁଁ ଏଠାକୁ ଆସିଛି ମୋ ବନ୍ଧ୍ୟା ଦୋଷ କାଟିବା ପାଇଁ” । ଏ କେବଳ ଜଣେ ନୁହନ୍ତି ଏମିତି ଅନେକ ମହିଳା ଅଛନ୍ତି ଯିଏ ଗୁଡ ପକାଇ ଗୁଆ ଖୋଜୁଛନ୍ତି । ଏଭଳି ଦ୍ରୁଶ୍ଯ ଦେଖିବାକୁ ମିଳିଛି ଖୋର୍ଦ୍ଧା ଅଟ୍ରୀ ନିକଟ ହଟକେଶ୍ଵର କ୍ଷେତ୍ରରେ । ମହାଦେବ ହଟକେଶ୍ଵର ମନ୍ଦିର କୁ ଲାଗି ରହିଛି ଏହି ମାନସିକ କୁଣ୍ଡ ।

ଏହି କୁଣ୍ଡରେ ଗୁଆ ଚାଉଳ ପକାଇବା ପାଇଁ ଗୁଡ ପକାଇ ଗୁଆ ଖୋଜି ପାଇଲେ ବନ୍ଧ୍ୟା ଦୋଷ ଦୂର ହୁଏ । ସେହି ଗୁଆକୁ ଗୁଡ ପକାଇ ପାଇ ସାରିବା ପରେ ଅଟ୍ରୀ ରୁ ଉଷ୍ମ ପ୍ରପାତରୁ ବାହାରୁଥିବା ଜଳରେ ଧୋଇ ଖାଇଲେ ପୁତ୍ର ସନ୍ତାନ ପ୍ରାପ୍ତି ହୁଏ ବୋଲି ବିଶ୍ଵାସ ରହିଛି । ତେବେ ଏହି ବିଶ୍ବାସକୁ ନେଇ ସହ ସହ ଏଠାରେ ମହିଳା ଗୁଡ ପକାଉଛନ୍ତି ।

କପିଲ ସଂହିତା ରେ ବର୍ଣ୍ଣିତ ରହିଥିବା ଏହି ପୌରାଣିକ କଥାରେ ବର୍ଣ୍ଣନା ରହିଛି କି ଅଟ୍ରୀ ହେଉଛି କାମ ଦମନ କୁଣ୍ଡ ବା ଯଜ୍ଞ କୁଣ୍ଡ । ତେଣୁ ସୂର୍ଯ୍ୟ ଙ୍କ ଉତ୍ତରୟଣ ଗତି ଅର୍ଥାତ ମକର ସଙ୍କ୍ରାନ୍ତି ରେ ହଟକାନାଥ ଙ୍କୁ ଆରାଧନା କରି ଅଟ୍ରୀ ରେ ଥିବା ମାନସିକ କୁଣ୍ଡ ରେ ଗୁଆ ପକାଇ ଖୋଜି ସେବନ କରିଲେ ବନ୍ଧ୍ୟା ଦୋଷ ହରଣ ହୋଇଥାଏ ବୋଲି ବିଶ୍ଵାସ ରହିଛି ।

ଖାଲି ସେତିକି ନୁହେଁ ବରଂ ହଟକେଶ୍ଵର ଙ୍କ ମାଘ ସ୍ନାନ ର ଜଳ କୁ ପିଇବା ପରେ ଓ ଦେହରେ ଲଗାଇବା ପରେ ବିଭିନ୍ନ ପ୍ରକାରର ରୋଗ ବ୍ୟାଧି ଦୂର ହୋଇଥାଏ ବୋଲି ବିଶ୍ଵାସ ରହିଛି । ସେଥିପାଇଁ କେଉଁ ଆବାହନ କାଳରୁ ରାଜ୍ୟ ତଥା ରାଜ୍ୟ ବାହାରୁ ବନ୍ଧ୍ୟା ନାରୀ ମାନେ ଗୁଆ ଖୋଜିବାକୁ ଆସିଥାନ୍ତି ଏଠାକୁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button