IBN ଓଡ଼ିଶା ଏକ୍ସକ୍ଲୁସିଭ୍

ପିଲାଙ୍କ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତଙ୍କୁ ପସନ୍ଦ ଆସିବ ‘ରାଇସ ବଲ ପକୁଡି’, ଆଜି ହିଁ ଟେଷ୍ଟ କରି ଦେଖନ୍ତୁ

ଲକଡାଉନ ପାଇଁ ଏବେ କେହି ବାହାରକୁ ବାହାରୁ ନାହାନ୍ତି।ବାହାରର ଖାଦ୍ୟ ଖାଇବାକୁ ଇଚ୍ଛା ହେଉଥିଲେ ମଧ୍ୟ ସବୁ ଦୋକାନ ବଜାର ବନ୍ଦ। ତେଣୁ ଆପଣଙ୍କ ପାଇଁ ବେଷ୍ଟ ହେବ ଆପଣ ଘରେ ହିଁ କିଛି ବନାଇ ଖାଇପାରିବେ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଖାସ ରେସିପି ନେଇ ଆସିଛୁ, ଯାହା ଆପଣଙ୍କୁ ସୁନ୍ଦର ସ୍ୱାଦ ଦେବା ସହିତ ସ୍ଵାସ୍ଥ୍ୟ ପାଇଁ ମଧ୍ୟ ଜବରଦସ୍ତ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ଭାତ – ୨ଟି ପାତ୍ର
ଲୁଣ – ସ୍ଵାଦନୁସାରେ
କର୍ଣ୍ଣଫ୍ଲୋର – ୧/୨ ଚାମଚ
ଜୁଆଣି
ଜିରା
ତେଲ – ଆବଶ୍ୟକ ଅନୁଯାଇ
ଧନିଆ ପତ୍ର
ଲଙ୍କା – ସ୍ଵାଦନୁସାରେ
ବେଶନ – ୧ ଚାମଚ

rice ballପ୍ରସ୍ତୁତି ପ୍ରଣାଳୀ

ଭାତ ଏକ ବଡ ପାତ୍ରରେ ବାହାର କରି ଚାମଚ ସାହାଯ୍ୟରେ ଚକଟି ଦିଅନ୍ତୁ। ଏହାପରେ ଏଥିରେ କର୍ଣ୍ଣଫ୍ଲୋର, ଲୁଣ, ଲଙ୍କା, ଜିରା, ଜୁଆଣୀ, ଧନିଆ ପତ୍ର ଏବଂ ବେସନ ମିଶାଇ ଗାଢ଼ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏକ ପ୍ୟାନରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ରଖିଥିବା ପେଷ୍ଟର ଛୋଟ ଛୋଟ ଗୋଲା କରି ପକୁଡିକୁ ଆଞ୍ଚରେ ଛାଣନ୍ତୁ। ଏବେ ଅପଣଙ୍କ ରାଇସ ବଲ ପକୁଡି ପ୍ରସ୍ତୁତ ହୋଇଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button