IBN ଓଡ଼ିଶା ବ୍ୟୁରୋ

ଖରାଦିନରେ ତ୍ୱଚାର ନିଅନ୍ତୁ ଯତ୍ନ, ଉଜ୍ଜ୍ୱଳ ତ୍ୱଚା ପାଇଁ ବ୍ୟବହାର କରନ୍ତୁ ଏହି ଫେସପ୍ୟାକ

ସବୁ ମହିଳାଙ୍କର ଇଚ୍ଛା ଥାଏ ନିଜକୁ ସୁନ୍ଦର କରିବା ପାଇଁ। ସୁନ୍ଦର ଏବଂ ଆକର୍ଷଣୀୟ ତ୍ୱଚା ପାଇବା ପାଇଁ ସବୁ ମହିଳାଙ୍କ ଇଚ୍ଛା ଥାଏ। ଏଥିପାଇଁ ସବୁଠାରୁ ଜରୁରୀ ହୋଇଥାଏ ତ୍ୱଚାର ଠିକ ଭାବେ ଯତ୍ନ ନେବା। ଆପଣ ଆପଣଙ୍କ ତ୍ୱଚାକୁ ଭଲ ଭାବରେ ଯତ୍ନ ନେଲେ ବୟସର ଛାପ ମଧ୍ୟ ଜଣାପଡିବନାହିଁ। ଆଜି ଆମେ ଆପଣଙ୍କ ପାଇଁ ଯେଉଁ ଫେସପ୍ୟାକ ନେଇ ଆସିଛୁ ତାହା ଆପଣଙ୍କ ତ୍ୱଚାକୁ ଏକଦମ ଚମକଦାର କରିଦେବ। ଏହି ପ୍ୟାକ ଆପଣଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଯୁବା ଏବଂ ସୌନ୍ଦର୍ଯ୍ୟ ବନାଇ ରଖିବା। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ଗୋଲାପ ଜଳ – ଗୋଟେ ଚାମଚ
ମୁଲତାନ ମାଟି – ଏକ ଚାମଚ
ମହୁ -ଏକ ଚାମଚ

କେମିତି କରିବେ ବ୍ୟବହାର

multaniସର୍ବପ୍ରଥମେ ଏକ ପାତ୍ର ନିଅନ୍ତୁ ସେଥିରେ ଏକ ଚାମଚ ମୁଲତାନ ମାଟିରେ ଏକ ଚାମଚ ଗୋଲାପଜଳ ଏବଂ ଏକ ଚାମଚ ମହୁ ପକାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ଅଧା ଘଣ୍ଟା ପର୍ୟ୍ଯନ୍ତ ତ୍ୱଚାରେ ଲଗାନ୍ତୁ। ପ୍ୟାକ ଲଗାଇଥିବା ସମୟରେ ଅଧିକ କଥା ହୁଅନ୍ତୁ ନାହିଁ। ନଚେତ ତ୍ୱଚାରେ ରିଙ୍କଲ ପଡିଯିବ। ଯଦି ଆପଣଙ୍କର ଡ୍ରାଏ ସ୍କିନ ତେବେ ଏଥିରେ ଦୁଇ ବୁନ୍ଦା ଅଲିଭ ଅଏଲ ପକାନ୍ତୁ। ଏହାକୁ ସପ୍ତାହରେ ଦୁଇ ଥର ବ୍ୟବହାର କରନ୍ତୁ

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button