IBN ଓଡ଼ିଶା ବ୍ୟୁରୋ

ନାଭିରେ ଲଗେଇ ଦିଅନ୍ତୁ ଏହି 1 ଜିନିଷ, ଧଳା ବାଳ ପୁଣି ହେବ କଳା, 60 ବର୍ଷରେ ବି ରହିବେ ଯବାନ

ସୂଚନା ଅନୁସାରେ ଆମ ଶରୀରର ଏକ ଅଂଶ ହେଉଛି ନାଭି । ମା ଯେତେ ବେଳେ ଗର୍ଭ ଧାରଣ କରିଥାଏ । ସେତେବେଳେ ଛୁଆକୁ ନାଭିରୁ ଖାଦ୍ୟ ମିଳିଥାଏ । ସମସ୍ତ ପୋଷ୍ଟିକ ତତ୍ଵ ନାଭି ଦ୍ଵାରା ଛୁଆ ମା ଠାରୁ ନେଇଥାଏ । କାରଣ ମା ନାଭିରୁ ଛୁଆ ନାଭିକୁ ଏକ ସଂଯୋଗ ରହିଥାଏ । ଯାହାକୁ ଆମ୍ବେଲିକାଲ୍ କର୍ଡ କୁହାଯାଇଥାଏ । ନାଭି ଆମ ଶରୀରର ଏକ ଗୁରୁତ୍ଵ ପୂର୍ଣ୍ଣ ଅଂଶ ହୋଇଥାଏ । ଯେଉଁମାନେ ମେଡିଟେସନ କରୁଛନ୍ତି ।

 

ସେମାନେ ନିହାତି ଭାବରେ ଜାଣିଥିବେ ନାଭି ମେଡିଟେସନ ଶରୀର ପାଇଁ କେତେ ଭଲ ହୋଇଥାଏ । ଆଜି କହିବାକୁ ଯାଉଅଛୁକି, ଯଦି ଆପଣଙ୍କର କେଶ ଧଳା ହୋଇଯାଉଛି, କେଶ ଝଡୁଛି ଏପରି କିଛି ସମସ୍ଯା ଆପଣଙ୍କ କେଶରେ ଅଛି । ଆମେ ବତାଉଥିବା ଉପାୟ କରନ୍ତୁ । ଆପଣ ମାନେ ଦେଶି ଘିଅ ବିଷୟରେ ନିହାତି ଜାଣିଥିବେ । ସେହି ଶୁଦ୍ଧ ଦେଶି ଘିଅକୁ ଆଣି ପୁରୁଷ କିମ୍ବା ମହିଳା ନିଜ ନାଭିରେ ଲଗାନ୍ତୁ । ଦିନେ ଛାଡି ଦିନେ ଲଗାନ୍ତୁ ।

ଯେପରି ସୋମବାର ଲଗେଇଥିଲେ ପୁଣିଥରେ ବୁଧବାରକୁ ଲଗାନ୍ତୁ । ଏହିପରି ଭାବରେ କିଛି ଦିନ କରିବା ଦ୍ଵାରା ଆପଣଙ୍କ କେଶ ସମସ୍ଯା ଦୂର ହୋଇଯିବ । ଯଦି ଘିଅ ଶୁଦ୍ଧ ହୋଇଥିବ ତାହେଲେ ଏହା ନିଶ୍ଚୟ କେଶ ଉପରେ ଚମତ୍କାର ଦେଖାଇବ । ଆପଣ ଚାହିଁଲେ ଘିଅ ବଦଳରେ ସୋରିଶ ତେଲ ମଧ୍ୟ ଲଗାଇପାରିବେ କିନ୍ତୁ ଘିଅ ବହୁତ ପ୍ରଭାବଶାଳି ଅଟେ । ନାଭିରେ ଘିଅ ଲଗାଇବା ଦ୍ଵାରା ଆପଣଙ୍କୁ ଅନେକ ପ୍ରକାର ଫାଇଦା ହୋଇଥାଏ ।

 

ଯଦି ଆପଣଙ୍କ ଓଠ ସୁସ୍ଖ ରହୁଛି, ଆଖି ତଳ କଳା ପଡିଯାଉଛି କିମ୍ବା ଚେହେରାରେ ଗ୍ଲୋ ଆସୁ ନାହିଁ । ତେବେ ଆପଣ ନାଭିରେ ନିହାତି ଭାବରେ ଶୁଦ୍ଧ ଘିଅ ଲଗାନ୍ତୁ କିମ୍ବା ନଡିଆ ତେଲ ମଧ୍ୟ ନାଭିରେ ଲଗାଇପାରିବେ । ନଚେତ ନାଭିରେ ସୋରିଶ ତେଲ ମଧ୍ୟ ଲଗାଇପାରିବେ । ଯେଉଁ ଲୋକମାନଙ୍କର ଆଖିର ଦୃଷ୍ଟିଶକ୍ତି ଦୁର୍ବଳ ହୋଇଥାଏ । ସେହି ଲୋକମାନେ ନାଭିରେ ଘିଅ କିମ୍ବା ତେଲ ନିହାତି ଭାବରେ ଲଗାନ୍ତୁ । ବହୁତ ଭଲ ରେସଲ୍ଟ ପାଇପାରିବେ ।

ନାଭିରେ ଘିଅ କିମ୍ବା ତେଲର ପ୍ରୟୋଗ ଆପଣ ସକାଳେ ଗାଧୋଇସାରିଲା ପରେ କରନ୍ତୁ । ଗାଧୋଇସାରିଲା ପରେ ଖଟ ଉପରେ ସିଧା ହୋଇ ଶୋଇପଡନ୍ତୁ । ତାପରେ ନାଭିରେ ଘିଅ କିମ୍ବା ତେଲ ଭଲ ଭାବରେ ଲଗାଇ ୧୫ ମିନିଟ ପର୍ଯ୍ୟନ୍ତ ଖଟରେ ଶୋଇ ରୁହନ୍ତୁ । ନାଭି ସହିତ ଶରୀରର ଅନ୍ୟ ଅଂଶର ସଂଯୋଗ ରହୁଥିବାରୁ ଆପଣମାନେ ନାଭିରେ ଘିଅ ଲଗାଇବା ଦ୍ଵାରା ସେହି ସବୁ ଅଂଶର ଫାଇଦା ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button