ମନୋରଞ୍ଜନ

ସୁଟିଂ ସମୟରେ କରୀନା ମୋର ଝାଳ ବୁହାଇ ଦେଇଥିଲେ: ବିଜୟ ବର୍ମା – Ibnodisha

[ad_1]

ମୁମ୍ବାଇ: ବଲିଉଡ ଅଭିନେତା ବିଜୟ ବର୍ମା ଏବେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଜାନେ ଜାନ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଏହି କ୍ରାଇମ ଥ୍ରୀଲର ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ଫିଲ୍ମରେ ତାଙ୍କ ସହ ଅଭିନେତ୍ରୀ କରୀନା କପୁର ଖାନ୍ ଏବଂ ଅଭିନେତା ଜୟଦୀପ ଅହଲୱାତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ବିଜୟ ବର୍ମାଙ୍କ ଏହି ଚଳଚ୍ଚିତ୍ର ନେଟଫ୍ଲିକ୍ସରେ କରୀନା କପୁରଙ୍କ ଜନ୍ମଦିନ ଅର୍ଥାତ୍ ସେପ୍ଟେମ୍ବର ୨୧ରେ ମୁକ୍ତିଲାଭ କରିବ।

ତେବେ ମୁକ୍ତିଲାଭ ପୂର୍ବରୁ ବିଜୟ ବର୍ମା ସୁଟିଂ ସମୟରେ କିଛି ଘଟଣା ବିଷୟରେ କହିଛନ୍ତି। ଏକ ସାକ୍ଷାତକାରରେ ପସନ୍ଦର ଅଭିନେତ୍ରୀଙ୍କ ବିଷୟରେ ପଚରାଯିବାରୁ ବିଜୟ କହିଥିଲେ, ‘ କରୀନା ମୋର ବହୁତ ପସନ୍ଦ। ସେ ବହୁତ ସୁନ୍ଦର। ଯେତେବେଳେ କରୀନା ଆମ ବିଷୟରେ କିଛି କୁହନ୍ତି, ଜୟଦୀପ ଏବଂ ମୁଁ ଲାଜେଇ ଯାଉ। ଆମେ ତାଙ୍କ ଚଳଚ୍ଚିତ୍ର ଦେଖିଛୁ। ତାଙ୍କ ଫିଲ୍ମ ଦେଖି ଆମେ ହ୍ୱିସଲ ମଧ୍ୟ ମାରିଛୁ। ଆମେ ତାଙ୍କୁ ବହୁତ ପସନ୍ଦ କରୁ। ଯେତେବେଳେ ତୁମେ କାହାର କାମକୁ ପସନ୍ଦ କର ଏବଂ ସେ ମଧ୍ୟ ତୁମର କାମକୁ ପସନ୍ଦ କରନ୍ତି, ତେବେ ଏହା ଭଲ ଲାଗେ।’

କରୀନାଙ୍କ ସହ କାମ କରିବାର ଅଭିଜ୍ଞତା ବିଷୟରେ ପଚରା ଯିବାରୁ ବିଜୟ କହିଥିଲେ, ‘ଫିଲ୍ମରେ ଏପରି ଏକ ଦୃଶ୍ୟ ଅଛି ଯେଉଁଠାରେ ସେ ମୋତେ ଦେଖୁଛନ୍ତି ଏବଂ ଏକ ଗୀତ ଗାଉଛନ୍ତି। ସେହି ଦୃଶ୍ୟର ସୁଟିଂ ସମୟ ଆସିବା ମାତ୍ରେ ମୋ ଦେହରୁ ଝାଳ ବୋହିବା ଆରମ୍ଭ ହୋଇଥିଲା। ସେହି ଦୃଶ୍ୟ ଆସିବା ମାତ୍ରେ ମୁଁ ବହୁତ ଲାଜ କରିବା ଆରମ୍ଭ କରିଥିଲି।’



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button