ଦେଶ

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ବିଜେଡିର ମମତା ମହାନ୍ତ – Ibnodisha

[ad_1]

ନୂଆଦିଲ୍ଲୀ: ଚଳିତ ମାସ ୧୩ ତାରିଖରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ଦ୍ବାରା ପୁନର୍ଗଠନ କରାଯାଇଥିବା ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ବିଜେଡି ସାଂସଦ ମମତା ମହାନ୍ତ ସ୍ଥାନ ପାଇଛନ୍ତି। ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ପାଇବାରେ ସେ ହେଉଛନ୍ତି ଦ୍ବିତୀୟ ଓଡ଼ିଆ ମହିଳା ସାଂସଦ। ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ପାଇବା ପରେ ସେ ଆଜି ପ୍ରଥମ ଥର ପାଇଁ ସଦନର କାର୍ଯ୍ୟ ପରିଚାଳନା କରିଥିଲେ। ଏଥିପୂର୍ବରୁ ପ୍ରଥମ ମହିଳା ସାଂସଦ ରୂପେ ଜୁଲାଇ ମାସରେ ବିଜେଡି ସାଂସଦ ସୁଲତା ଦେଓ ସ୍ଥାନ ପାଇଥିଲେ। ଏଥର ମଧ୍ୟ ପୁନର୍ଗଠିତ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ୫୦ ପ୍ରତିଶତ ମହିଳା ସାଂସଦ ସ୍ଥାନ ପାଇଛନ୍ତି। ଏଥି‌ରେ ବିଜେଡି ସାଂସଦ ମମତା ମହନ୍ତଙ୍କ ସମେତ ବିଜେପି ସାଂସଦ କାନ୍ତା କଦମ, ସୁମିତ୍ରା ବାଲ୍ମିକ୍ ଓ ଗୀତା ଉର୍ଫ ଚନ୍ଦ୍ରପ୍ରଭା ରହିଛନ୍ତି। ପୁନର୍ଗଠିତ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ଅନ୍ୟ ସଦସ୍ୟମାନେ ହେଲେ କଂଗ୍ରେସର ଅଖିଳେଶ ପ୍ରସାଦ ସିଂହ, ଆମ ଆଦ୍‌ମୀ ପାର୍ଟିର ନାରାୟଣ ଦାସଗୁପ୍ତା, ୱାଇଏସ୍‌ଆର୍‌ସିପିର ବିଜୟ ସାଇ ରେଡ୍ଡି ଓ ତୃଣମୂଳ କଂଗ୍ରେସର ଶାନ୍ତନୁ ସେନ୍।

ମମତା ମହାନ୍ତ ରାଜ୍ୟସଭା ସଦସ୍ୟ ରୂପେ ଏପ୍ରିଲ ୨୦୨୦ରେ ନିର୍ବାଚିତ ହୋଇଥିଲେ। ୨୦୨୦ ଜୁଲାଇରୁ ସେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ କମିଟି, ଅଗଷ୍ଟ ୨୦୨୦ରୁ ମହିଳା ସଶକ୍ତୀକରଣ କମିଟି, ଗ୍ରାମୀଣ ବିକାଶ ଓ ପଂଚାୟତିରାଜ କମିଟି ଏବଂ ୨୦୨୨ ନଭେମ୍ବର ୨୦୨୨ରୁ ରୁଲ୍ସ କମିଟିର ସଦସ୍ୟ ମଧ୍ୟ ରହିଛନ୍ତି। ଉଲ୍ଲେଖଯୋଗ୍ୟ,ରାଜ୍ୟସଭା ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ଅନୁପସ୍ଥିତିରେ ମନୋନୀତ ପ୍ୟାନେଲ ଉପାଧ୍ୟକ୍ଷଙ୍କ ମଧ୍ୟରୁ ଜଣେ ରାଜ୍ୟସଭାର ପରିଚାଳନା କରିଥାନ୍ତି। ୨୦୨୦ ଓ ୨୦୨୨ରେ ତତ୍କାଳୀନ ରାଜ୍ୟସଭା ଅଧ୍ୟକ୍ଷ ଏମ.ଭେଙ୍କେୟା ନାଇଡୁଙ୍କ ଦ୍ବାରା ଗଠନ କରାଯାଇଥିବା ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ବିଜେଡି ସାଂସଦ ଡ.ସସ୍ମିତ ପାତ୍ର ସ୍ଥାନ ପାଇଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button