ଦେଶ

ଜନ୍ମ ଦିନରେ ପୁଅଙ୍କୁ ବାପାଙ୍କ ଉପହାର ଜାଣିଲେ ଆଶ୍ଚର୍ଯ୍ୟ ହେବେ… – Ibnodisha

[ad_1]

ନୂଆଦିଲ୍ଲୀ : ଲୋକମାନେ ସବୁବେଳେ ବଡ଼ ବଡ଼ ଓ ଦାମୀ ଜିନିଷ କିଣିବାର ସ୍ୱପ୍ନ ଦେଖନ୍ତି ଏବଂ ସେହି ସ୍ୱପ୍ନକୁ ପୂରଣ କରିବାକୁ ଚେଷ୍ଟା କରିବା ଆରମ୍ଭ କରନ୍ତି। ଯଦି କୌଣସି ଜିନିଷ ମହଙ୍ଗା ହୋଇଥାଏ ତେବେ ଏହାକୁ କିଣିବାକୁ ବର୍ଷ ବର୍ଷ ସମୟ ଲାଗେ। କିନ୍ତୁ ଯଦି ଆପଣଙ୍କୁ ଆପଣଙ୍କ ଜନ୍ମଦିନରେ ଚାହୁଥିବା ଜିନିଷ ମିଳିଯାଏ, ତେବେ ଆପଣଙ୍କ ପ୍ରତିକ୍ରିୟା କିଭଳି ରହିବ? ଜଣେ ୧୮ବର୍ଷୀୟ ଯୁବକଙ୍କ ସହ ମଧ୍ୟ ସମାନ ଘଟଣା ଘଟିଛି। ତାଙ୍କ ବାପା ତାଙ୍କୁ ୧୮ତମ ଜନ୍ମଦିନରେ ୫କୋଟି ଟଙ୍କା ମୂଲ୍ୟର ଏକ କାର ଉପହାର ଦେଇଛନ୍ତି। ୟୁଏଇର ବ୍ୟବସାୟୀ ବିବେକ କୁମାର ରଙ୍ଗଟା ତାଙ୍କ ପୁଅର ୧୮ତମ ଜନ୍ମଦିନରେ ଲାମ୍ବୋର୍ଗିନି ହୁରାକେନ୍ ଏସଟିଓ ଉପହାର ଆକାରରେ ଦେଇଥିବା ଜଣାପଡ଼ିଛି। ବିବେକଙ୍କ ପୁଅ ତରୁଣ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଲୋକଙ୍କୁ ତାଙ୍କର ବିଶେଷ ଉପହାରର ଝଲକ ଦେଖାଇଛନ୍ତି। ଭିଡିଓ ସେୟାର କରି ତରୁଣ ଲେଖିଛନ୍ତି – ‘ମୋ ସ୍ୱପ୍ନର କାର ଉପହାର ଦେଇ ମୋର ଜନ୍ମଦିନକୁ ସ୍ବତନ୍ତ୍ର କରିଥିବାରୁ ମୋ ବାପା ବିବେକ କୁମାର ରଙ୍ଗଟାଙ୍କୁ ବହୁତ ଭଲପାଇବା ଏବଂ କୃତଜ୍ଞତା ଜଣାଉଛି। ଆପଣଙ୍କ ଭଲପାଇବା ଏବଂ ସମର୍ଥନ ମୋ ପାଇଁ ସବୁକିଛି ।’

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button