ମନୋରଞ୍ଜନ

ଦଶ ବର୍ଷର ଶିକ୍ଷା: ଗାୟିକା ଜୋନିତା ଗାନ୍ଧୀ ଶିଖିଲେ ‘ନା’ କହିବାର କଳା – Ibnodisha

[ad_1]

ଦଶ ବର୍ଷ ତଳେ ଫିଲ୍ମ ‘ଚେନ୍ନାଇ ଏକ୍ସପ୍ରେସ’ ମାଧ୍ୟମରେ ଭାରତୀୟ ସଙ୍ଗୀତ ଜଗତକୁ ପ୍ରବେଶ କରିଥିଲେ ଭାରତୀୟ ବଂଶୋଦ୍ଭବ କାନାଡ଼ୀୟ ଗାୟିକା ଜୋନିତା ଗାନ୍ଧୀ। ବଡ଼ ବଡ଼ ପ୍ରକଳ୍ପରେ ସୁପରଷ୍ଟାର୍‌ମାନଙ୍କ ସହ କାମ କରିବା ଭିତରେ ସେ ଗୋଟିଏ ଗୂଢ଼ କଥା ଶିଖିଛନ୍ତି ବୋଲି ପ୍ରକାଶ କରିଛନ୍ତି। ତାହା ହେଲା ନିଜକୁ ଦୋଷୀ ମନେ ନକରି ଲୋକଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବା। ଯେଉଁଠି ଖୁସି ମିଳିବନି, ସେଠି ଅଯଥାରେ ସମୟ ବରବାଦ ନକରିବା ଏବଂ କୌଣସି କଥାରେ ପ୍ରତିଶ୍ରୁତି ଦେବା ପାଇଁ ଲୋକଙ୍କୁ ମନା କରିବା ମଧ୍ୟ ସେ ଶିଖିଛନ୍ତି ବୋଲି ‘ରକି ଔର ରାଣୀ କି ପ୍ରେମ କାହାଣୀ’ ଫିଲ୍ମର ଲୋକପ୍ରିୟ ‘ହ୍ବାଟ ଝୁମ୍‌କା’ ଗୀତର ଏହି ଗାୟିକା କହିଛନ୍ତି। ଅତୀତକୁ ମନେ ପକାଇ ଜୋନିତା କହିଛନ୍ତି ଯେ ପୂର୍ବରୁ ଲୋକଙ୍କୁ ନିରାଶ ନ କରିବା ପାଇଁ ସେ ସବୁ କିଛି ପାଇଁ ରାଜି ହୋଇଯାଉଥିଲେ। ବ୍ୟସ୍ତ ଥିଲେ ସୁଦ୍ଧା ସେ ସବୁ କାର୍ଯ୍ୟକ୍ରମ କରୁଥିଲେ।

ନିଜ ଉପରେ ତାଙ୍କର ଭରସା ନଥିଲା। ତେଣୁ ସେ କାହାକୁ ବିରକ୍ତ ହେବାର ଦୁଇ ପ୍ରତିଶତ ସୁଯୋଗ ବି ଦେଉନଥିଲେ। ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ସେ ଜାଣିନଥିଲେ।ଧୀରେ ଧୀରେ ଆୟୋଜକମାନେ ତାଙ୍କୁ ଡାକିବା ବନ୍ଦ କରିଦେଲେ! ଇତିମଧ୍ୟରେ ପ୍ରତିକୂଳ ସମୟରେ ଆତ୍ମବିଶ୍ବାସ ରଖିବା ଜୋନିତା ଶିଖିପାରିଛନ୍ତି। ଯଦି ସେ ଉପଲବ୍‌ଧ ନହେବା ଯୋଗୁଁ କେହି ନିରାଶ ହେଉଛନ୍ତି, ତେବେ ତାହା ସେମାନଙ୍କର ସମସ୍ୟା ବୋଲି ଏବେ ସେ ବୁଝିଯାଇଛନ୍ତି।

ଉଲ୍ଲେଖଯୋଗ୍ୟ, ବଲିଉଡ୍‌ରେ ଜୋନିତାଙ୍କର ଚମତ୍କାର ଆରମ୍ଭ ହୋଇଥିଲା। ଭିନ୍ନ ଭିନ୍ନ ଧରଣର ଗୀତ ଗାଇବାକୁ ତାଙ୍କୁ ସୁଯୋଗ ମିଳୁଥିଲା ଓ ପ୍ରତି ଗୀତ ନୂଆ ଢଙ୍ଗରେ ଗାଇବାକୁ ପଡୁଥିଲା। ଏବେ ସେ ଚଳଚ୍ଚିତ୍ର କାମ ଜାରି ରଖିବା ସହିତ ତାଙ୍କ ନିଜସ୍ବ ସ୍ବର ଖୋଜିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରାୟ ବର୍ଷେ ହେଲା ସେ ନିଜ ଆଲବମ୍ ପାଇଁ ଗୀତ ଲେଖୁଛନ୍ତି। ନିଜ ଭାବନାକୁ ପ୍ରକାଶ କରିବା ପାଇଁ କେଉଁ ପ୍ରକାରର ଭାଷା ବ୍ୟବହାର କରିବାକୁ ହେବ, ତାହା ସେ ଖୋଜୁଛନ୍ତି। ଆଗାମୀ ଛଅ ମାସ ଭିତରେ ସେ ସ୍ବାଧୀନ ଭାବେ ଗୀତ ଆଲ୍‌ବମ୍ ପ୍ରକାଶ କରିବାର ଲକ୍ଷ୍ୟ ରଖିଛନ୍ତି। ଏହି ନୂତନ ଅଭିଯାନକୁ ସମସ୍ତେ ପସନ୍ଦ କରିବେ ବୋଲି ସେ ଆଶା ରଖିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button