ରାଜ୍ୟ

‘ସମ୍ବାଦ’ରେ ଇଓଡବ୍ଲ୍ୟୁ ଚଢ଼ଉ ଅଗଣତାନ୍ତ୍ରିକ, ଅଗ୍ରହଣୀୟ, ନିନ୍ଦନୀୟ… – Ibnodisha

[ad_1]

ସମଗ୍ର ଗଣମାଧ୍ୟମ ପାଇଁ ଲଜ୍ଜାଜନକ
ସମ୍ବାଦ ସର୍ବାଧିକ ପ୍ରସାରିତ ଓ ପଠିତ ସମ୍ବାଦପତ୍ର। ସେ ଅଫିସ୍‌ରେ ଇଓଡବ୍ଲ୍ୟୁ ରେଡ୍‌ କରୁଛି ସମଗ୍ର ଗଣମାଧ୍ୟମ ସଂସ୍ଥା ପାଇଁ ଲଜ୍ଜାଜନକ। ସୌମ୍ୟରଞ୍ଜନ ପଟ୍ଟନାୟକ ସଚିବଙ୍କ ଉପରେ ପ୍ରଶ୍ନ ଉଠାଇଲେ ବା ତାଙ୍କ କାର୍ଯ୍ୟରେ ସୌମ୍ୟରଞ୍ଜନଙ୍କର ଭିନ୍ନ ମତ ହେଲା। ସରକାରୀ ଦଳରେ ଥାଇ ମଧ୍ୟ ସେ ଉଦାହରଣ ହେଲେ। ଗଣମାଧ୍ୟମ ସ୍ବର ଉଠାଇଲେ ସରକାର ତା’ର ଉତ୍ତର ନିଶ୍ଚୟ ଦେବେ। କିନ୍ତୁ ସରକାର ଉତ୍ତର ନ ରଖି ଗଣମାଧ୍ୟମକୁ କ୍ଷତି ପହଞ୍ଚାଇବା ପାଇଁ ଉଦ୍ୟମ କଲେ। ପୂର୍ବରୁ ଏଭଳି ଗଣମାଧ୍ୟମ ଉପରେ ଚାପ ପକାଇବା ପ୍ରମାଣ ରହିଛି। ଏ ସରକାର ଗଣତନ୍ତ୍ରରେ ବିଶ୍ବାସ କରୁନାହାନ୍ତି, ଗଣମାଧ୍ୟମ ସ୍ବାଧୀନତା ମାନୁ ନାହାନ୍ତି। ସେ ଚାହୁଛନ୍ତି ପ୍ରତ୍ୟେକ ଗଣମାଧ୍ୟମ ତାଙ୍କର ଜୟଜୟକାର କରୁ।

-ରବି ଦାସ, ବରିଷ୍ଠ ସାମ୍ବାଦିକ

ଗଣତାନ୍ତ୍ରିକ ରାଷ୍ଟ୍ରରେ ଗ୍ରହଣୀୟ ନୁହେଁ
ସରକାର ପ୍ରତିଶୋଧ ପରାୟଣ ହୋଇ ପଡ଼ିଛନ୍ତି। ‘ସମ୍ବାଦ’ ଉପରେ କ୍ରାଇମ୍‌ବ୍ରାଞ୍ଚ ଚଢ଼ଉ ଏହା ପ୍ରମାଣ କରୁଛି। ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଯେଉଁ ପ୍ରଶ୍ନ ଉଠାଇଛନ୍ତି ତାହାର ଯଥାର୍ଥତା ଅଛି ବୋଲି ଏଥିରୁ ସ୍ପଷ୍ଟ ହୋଇଛି। ସରକାର ସମ୍ବାଦର କଣ୍ଠରୋଧ କରିବାକୁ ଉଦ୍ୟମ କରିଛନ୍ତି। କିନ୍ତୁ ଏବେ ସାଧାରଣ ଲୋକ ଏହା ବୁଝି ସାରିଥିବାରୁ ଏହି ପ୍ରଶ୍ନ ଏବେ କେବଳ ସୌମ୍ୟରଞ୍ଜନଙ୍କର ହୋଇ ରହିନାହିଁ, ପ୍ରତିଟି ନାଗରିକ ଏହି ପ୍ରଶ୍ନ ପଚାରିଲେଣି,‘କାହିଁକି ସଚିବ ସବୁ ନିଷ୍ପତ୍ତି ନେବେ? ମୁଖ୍ୟମନ୍ତ୍ରୀ କାହିଁକି ଉତ୍ତର ରଖିବେନି?’ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହା ଗ୍ରହଣୀୟ ନୁହେଁ। ସତ୍ୟ ଆଧାରରେ ଉଠିଥିବା ପ୍ରଶ୍ନ ଉପରେ କଳାକନା ଘୋଡ଼ାଇବାକୁ ସରକାର କରିଥିବା ଯୋଜନା ସଫଳ ହେବନି।

-ସନ୍ଦୀପ ସାହୁ, ବରିଷ୍ଠ ସାମ୍ବାଦିକ

ଗଣତନ୍ତ୍ରର କଣ୍ଠରୋଧ କରିବା ପାଇଁ ହୀନ ଉଦ୍ୟମ
‘ସମ୍ୱାଦ’ ସଦାସର୍ବଦା ସତ୍ୟ, ନିରପେକ୍ଷ ଓ ସମାଜ ଉପଯୋଗୀ ଖବର ପ୍ରକାଶ କରିଆସିଛି। ସେଥିପାଇଁ ଓଡ଼ିଶାବାସୀଙ୍କ ପ୍ରିୟଭାଜନ ହୋଇ ଏକ ନିରପେକ୍ଷ ଖବର କାଗଜ ଭାବେ ଏକ ନମ୍ୱର ସ୍ଥାନ ଅଧିକାର କରିଛି। ସାମ୍ପ୍ରତିକ ସମୟରେ ଗଣତନ୍ତ୍ରର କଣ୍ଠରୋଧ କରିବା ପାଇଁ ହୀନ ଉଦ୍ୟମ ଚାଲିଛି। ଏଭଳି ପରିପ୍ରେକ୍ଷୀରେ ସମ୍ୱାଦ କାର୍ଯ୍ୟାଳୟ ଚଢ଼ଉ କରି ସରକାର ଯେଉଁ ପ୍ରତିଶୋଧ ପରାୟଣ ମନୋଭାବ ପୋଷଣ କରିଛନ୍ତି ତାହାକୁ କେବଳ ମୁଁ ନିନ୍ଦା କରୁଛି। ସରକାର ଏଭଳି ନିନ୍ଦନୀୟ ମାନସିକତାରୁ ନିବୃତ୍ତ ରୁହନ୍ତୁ।

-ଦିଲ୍ଲୀପ ଶ୍ରୀଚନ୍ଦନ, ପୂର୍ବତନ ବିଧାୟକ

ହାତରେ ନମାରି ଭାତରେ ମାରିବା କାର୍ଯ୍ୟକୁ ନିନ୍ଦା
‘ସମ୍ୱାଦ’ କାର୍ଯ୍ୟାଳୟରେ ଇଓଡବ୍ଲ୍ୟୁ ଚଢ଼ଉ ସରକାରଙ୍କ ଆକ୍ରୋଶ ନୀତିକୁ ଦେଖାଉଛି। ସମ୍ୱାଦ ସଂପାଦକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିନାହାନ୍ତି ୫-ଟି ସଚିବଙ୍କୁ ପଚାରିଛନ୍ତି। କିନ୍ତୁ ସରକାର ଏଥିରେ ଉତ୍‌କ୍ଷିପ୍ତ ହୋଇ ଚଢ଼ଉ କରିବା ଏହା ପଛରେ ଥିବା ରାଜନୀତିକୁ ଦେଖାଉଛି। ସରକାରଙ୍କ ଏହି ଚଢ଼ଉ ହାତରେ ନମାରି ଭାତରେ ମାରିବା କାର୍ଯ୍ୟକୁ ମୁଁ ଦୃଢ଼ ନିନ୍ଦା କରୁଛି।

-ବନ୍ଦିତା ପରିଡ଼ା, ଓଡ଼ିଶା କଂଗ୍ରେସ ମହିଳା ସଭାପତି

ଅନ୍ଧାରୀ ଶାସନର ଜ୍ୱଳନ୍ତ ଉଦାହରଣ
ସମ୍ୱାଦର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ସବୁବେଳେ ଦୁର୍ନୀତି, ଭ୍ରଷ୍ଟାଚାର ବିରୁଦ୍ଧରେ ଲଢ଼େଇ କରି ଆସିଛନ୍ତି। ସେ ଯେଉଁ ପ୍ରଶ୍ନ କରିଛନ୍ତି ତାହାର ଉତ୍ତର ଦେବାକୁ ପାଣ୍ଡିଆନ ଅସମର୍ଥ। କିନ୍ତୁ ଯଦି ଜଣେ ପ୍ରଶ୍ନ କରେ ତା’ର କଣ୍ଠରୋଧ କରିବାକୁ ସରକାର ଯେଉଁ ହୀନ ଉଦ୍ୟମ କରୁଛନ୍ତି ମୁଁ ଓ ଛାତ୍ର କଂଗ୍ରେସ ତାର ଦୃଢ଼ ନିନ୍ଦା କରୁଛୁ। ସମ୍ୱାଦ କାର୍ଯ୍ୟାଳୟରେ ଇଓଡବ୍ଲ୍ୟୁ ଚଢ଼ଉ ରାଜ୍ୟରେ ଚାଲିଥିବା ଅନ୍ଧାରୀ ଶାସନର ଜ୍ୱଳନ୍ତ ଉଦାହରଣ।

-ୟାସିର ନଵାଜ, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି

ରାଜନୈତିକ ଆକ୍ରୋଶ
ସମ୍ୱାଦର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ସବୁବେଳେ ଓଡ଼ିଆର ସ୍ୱାଭିମାନ, ସମ୍ମାନ ଓ ଅଧିକାର ପାଇଁ ଲଢ଼େଇ କରିଥାନ୍ତି। ପାଣ୍ଡିଆନ ଯେପରି ଅଗଣତାନ୍ତ୍ରିକ ଭାବରେ ସୀମା ଉଲ୍ଲଂଘନ କରି ସାରା ଓଡ଼ିଶାରେ ହେଲିକପ୍ଟରରେ ବୁଲି ନିଜର ପତିଆରା ବୃଦ୍ଧି କରୁଛନ୍ତି ତାହାକୁ ସାଧାରଣ ଜନତା ନାପସନ୍ଦ କରୁଛନ୍ତି। ସାଧାରଣ ଜନତାଙ୍କ କଥାକୁ ସୌମ୍ୟ ବାବୁ ପ୍ରକାଶ କରୁଛନ୍ତି। ଏହା କେବଳ ତାଙ୍କ କଥା ନୁହେଁ ସମଗ୍ର ଓଡ଼ିଶାର କଥା। ସୌମ୍ୟବାବୁ ସ୍ୱର ଉତ୍ତୋଳନ କରିବାରୁ ସମ୍ୱାଦ କାର୍ଯ୍ୟାଳୟ ଉପରେ ଚଢ଼ଉ ହୋଇଛି। ଏହା ରାଜନୈତିକ ଆକ୍ରୋଶକୁ ଦର୍ଶାଉଛି।

-ପ୍ରକାଶ ମିଶ୍ର, ସାଧାରଣ ସଂପାଦକ, ଓପିସିସି

ଗଣମାଧ୍ୟମ ଏକ ହୁଅନ୍ତୁ
ରାଜନୈତିକ ଆକ୍ରୋଶ ରଖି ଗଣମାଧ୍ୟମ ଉପରେ ଆକ୍ରମଣ କରିବା କରିବା ସମ୍ପୂର୍ଣ୍ଣ ନିନ୍ଦନୀୟ। ତେଣୁ ରାଜ୍ୟର ଯେତେ ଗଣମାଧ୍ୟମ ଅଛନ୍ତି ଯଦି ଏକ ସ୍ୱର ହୋଇ ସରକାରଙ୍କ ଆକ୍ରୋଶମୂଳକ ଅତ୍ୟାଚାର ଉପରେ ମିଳିତ ପ୍ରତିବାଦ କରିବେ ତେବେ ଆଉ ଏଭଳି ପରିସ୍ଥିତ ଦେଖାଯିବ ନାହିଁ। ସମୟ ଆସିଛି ସବୁ ଗଣମାଧ୍ୟମ ଏକ ହୁଅନ୍ତୁ।

-ନାରାୟଣ ଓଝା, ରାଜ୍ୟ ସଭାପତି, ଓଡ଼ିଶା ସମାଜସେବୀ ମହାସଂଘ

ଗଣତନ୍ତ୍ରର ହତ୍ୟା ସହ ସମାନ
ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମସ୍ତଙ୍କୁ ମତ ଦେବାର ଅଧିକାର ରହିଛି। ଗୋଟିଏ ରାଜନୈତିକ ଦଳ ନିଜର ଲାଭ ପାଇଁ ଏକ ସରକାରୀ ସଂସ୍ଥାକୁ ବ୍ୟବହାର କରିବା ନିନ୍ଦନୀୟ। ଏହା କୌଣସି ଦଳୀୟ ସଂଗଠନ ନୁହେଁ। ତେଣୁ ସରକାରୀ କଳକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରିବା ଗଣତନ୍ତ୍ରର ହତ୍ୟା କରିବା ସହିତ ସମାନ।

-ପ୍ରତାପ କୁମାର ପ୍ରଧାନ, ସମାଜସେବୀ, କନ୍ଧମାଳ

ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ କୁଠାରଘାତ
‘ସମ୍ବାଦ’ ଉପରେ ହୋଇଥିବା ଇଓଡବ୍ଲୁ ଚଢ଼ଉକୁ ମୁଁ ଦୃଢ଼ ନିନ୍ଦା କରୁଛି। ସାମ୍ବାଦିକଙ୍କ ସ୍ବାଧୀନତା ଉପରେ ଏହି ଆକ୍ରମଣ ଆମର ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ କୁଠାରଘାତ। ସାମ୍ବାଦିକ ତଥା ଗଣମାଧ୍ୟମ ଉପରେ ଆକ୍ରମଣ ଆମର ଗଣତନ୍ତ୍ରର ମୂଳଦୁଆକୁ କ୍ଷୁଣ୍ଣ କରିଥାଏ। ଯେଉଁମାନେ ମୁକ୍ତ ମନ୍ତବ୍ୟ ଓ ଭିନ୍ନ ମତର ନୀତିକୁ ଗୁରୁତ୍ବ ଦିଅନ୍ତି, ଏହି କାର୍ଯ୍ୟକୁ ନିନ୍ଦା କରିବାରେ ଆମ ସହ ଯୋଡ଼ିହୁଅନ୍ତୁ।

-ସସ୍ମିତା ବେହେରା, ସମ୍ପ‌ାଦିକା, ଅଲ୍‌ ଇଣ୍ଡିଆ ମହିଳା କଂଗ୍ରେସ

ଘରେ ଘରେ ସୌମ୍ୟ ବାହାରିବେ
ନନ୍ଦ ସାମ୍ରାଜ୍ୟର ପତନ ଅବଶ୍ୟମ୍ଭାବୀ। କ୍ଷମତା ମଦମକ୍ତ ବ୍ୟକ୍ତିମାନଙ୍କର ସତ୍ୟକୁ ସାମ୍‌ନା କରିବାର ସତ୍‌ସାହସ ନାହିଁ। ଫଳରେ ସେମାନେ ଏବେ ଭୟାତୁର ଓ ଆତଙ୍କିତ ହୋଇପଡ଼ିଛନ୍ତି। ଯଦି ସେମାନେ ୨ଟି ସମ୍ପାଦକୀୟ ବା ଜଣେ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଭୟ କରି ଆକ୍ରୋଶମୂଳକ ଆକ୍ରମଣ କରୁଛନ୍ତି, ସରକାରୀ ଏଜେନ୍ସି ଲଗାଇ ଦେଉଛନ୍ତି, ତେବେ ପ୍ରତିଟି ଘରେ ‘ସମ୍ବାଦ’ ଖବରକାଗଜ ପଢ଼ାଯିବ। ପ୍ରତିଟି ଘରେ ଆଉ ଏକ ସୌମ୍ୟରଞ୍ଜନ ପଟ୍ଟନାୟକ ବାହାରିବ। ସ୍ବାଧୀନତା ପୂର୍ବରୁ ମହାତ୍ମା ଗାନ୍ଧୀ, ବାଲ୍‌ ଗଙ୍ଗାଧର ତିଲକ୍‌, ଉତ୍କଳମଣି ଗୋପବନ୍ଧୁ ଦାସ ପ୍ରମୁଖ ସମ୍ପାଦକୀୟ ଲେଖି ହିଁ ଜେଲ୍‌ ଯାଇଥିଲେ। ତଥାପି ବ୍ରିଟିସ୍‌ ସରକାର ରକ୍ଷା ପାଇନଥିଲା।

-ଦେବୀ ପ୍ରସାଦ ପୃଷ୍ଟି, ରାଷ୍ଟ୍ରୀୟ ଆବାହକ, ନେତାଜୀ ସୁଭାଷ ଜନ୍ମମାଟି ଯାତ୍ରା

‘ସମ୍ବାଦ’ ନୁହେଁ ଏହା ଗଣତନ୍ତ୍ର ଉପରେ ଆକ୍ରମଣ
ସମାଲୋଚନା ଓ ଭିନ୍ନମତ ହିଁ ଗଣତାନ୍ତ୍ରିକ ରାଷ୍ଟ୍ରର ଲକ୍ଷଣ। ଯିଏ ସରକାରଙ୍କ ବିରୋଧରେ କିମ୍ବା ତାଙ୍କ ଦୁର୍ନୀତି ସମ୍ପର୍କରେ ଅଭିଯୋଗ କଲା, ତାହାର ମୁହଁ ବନ୍ଦ କରିବା ଗଣତନ୍ତ୍ର ନୁହେଁ, ହାକିମାତ୍‌। ‘ସମ୍ବାଦ’ ପରି ରାଜ୍ୟର ଏକ ବୃହତ୍‌ ଗଣମାଧ୍ୟମ ଉପରେ ଜଣଙ୍କର ସାମାନ୍ୟ ଅଭିଯୋଗକୁ ଆଧାର କରି, ଗଣମାଧ୍ୟମ କାର୍ଯ୍ୟାଳୟରେ ପ୍ରବେଶ କରି ଘଣ୍ଟା ଘଣ୍ଟା ଧରି କମର୍ଚାରୀଙ୍କୁ ମାନସିକ ନିର୍ଯାତନା ଦେବା ସ୍ପଷ୍ଟ ସୂଚାଇ ଦେଉଛି ଯେ, କେଉଁଠି ନା କେଉଁଠି ସରକାରଙ୍କ ଦୋଷତ୍ରୁଟି ରହୁଛି। ଯେଉଁଥିପାଇଁ ସରକାର ଡରୁଛନ୍ତି। ଆଜି ‘ସମ୍ବାଦ’ ଉପରେ ଆକ୍ରମଣ ହୋଇଥିଲା, ଏହାପୂର୍ବରୁ ଓଟିଭି ଓ ବଡ଼ଖବର ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଏଣୁ ବର୍ତ୍ତମାନ ସମୟ ଆସିଛି, ସମସ୍ତ ଗଣମାଧ୍ୟମ ଓ ଗଣମାଧ୍ୟମ ସହ ସମ୍ପୃକ୍ତ ଥିବା ସାମ୍ବାଦିକମାନେ ଏହା ବିରୁଦ୍ଧରେ ପ୍ରତିବାଦ କରିବା ସହ ରାସ୍ତାକୁ ଓହ୍ଲାଇବା ଉଚିତ।

-ଦେବପ୍ରସାଦ ପରିଜା, ସଂପାଦକ, ସଂଭାବନା

ବିନାଶକାଳେ ବିପରୀତ ବୁଦ୍ଧି
ସୌମ୍ୟରଞ୍ଜନ ପଟ୍ଟନାୟକଙ୍କର ଦୁଇଟି ସଂପାଦକୀୟ ଓ ସୁପ୍ରିମ‌କୋର୍ଟ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ସହ ସାକ୍ଷାତ ଆଲୋଚନା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆକ୍ରୋଶମୂଳକ ମନଭାବ ନେଇ ଏଜେନ୍ସିକୁ ଲଗାଇବା ‘ବିନାଶକାଳେ ବିପରୀତ ବୁଦ୍ଧି’। ଗଣତନ୍ତ୍ରକୁ ସମ୍ମାନ କରୁଥିବା, ଗଣତନ୍ତ୍ରରେ ବିଶ୍ବାସୀ ତଥା ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ ଉପରେ ଆସ୍ଥା ରଖୁଥିବା ଓଡ଼ିଶାର ସମସ୍ତ ଶିଳ୍ପୀ, କଣ୍ଠଶିଳ୍ପୀ, ଗାୟକ/ଗାୟକା, ବାଦ୍ୟଯନ୍ତ୍ର ଶିଳ୍ପୀ, ଚିତ୍ରକର, ଚଳଚ୍ଚିତ୍ର ଓ ନାଟକ, ଯାତ୍ରା ଜଗତର ଅଭିନେତା, ଅଭିନେତ୍ରୀବୃନ୍ଦ, ଲେଖକ, ଗାଳ୍ପିକ, କବି ତଥା ପ୍ରତ୍ୟେକ ସ୍ବାଭିମାନୀ ଓଡ଼ିଆ ତଥା ଓଡ଼ିଶାବାସୀ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ନିନ୍ଦା କରିବା ସହ ସରକାରଙ୍କୁ ବିରୋଧ କରିବାକୁ ନିବେଦନ।

-ସୋମା ପୃଷ୍ଟି, କଣ୍ଠଶିଳ୍ପୀ

ଗଣମାଧ୍ୟମର କଣ୍ଠରୋଧକୁ ଏଆଇଏସ୍ଏଫ୍‌ର ନିନ୍ଦା
‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ ଉପରେ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ। ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ସମାଜର ଜାଗ୍ରତ ପ୍ରହରୀ ସାଜି ସତ୍ୟର ଉନ୍ମୋଚନକୁ ରାଜ୍ୟ ସରକାରଙ୍କ ଭୟ। ତାନାସାହୀ ସରକାରଙ୍କୁ ଦରବାରୀ ମିଡିଆ ଭଲ ଲାଗେ। ତେଣୁ ସରକାରଙ୍କ ଏହି ଆକ୍ରମଣରୁ ତାଙ୍କ ଭୟ ସ୍ପଷ୍ଟ ବାରି ହୋଇପଡୁଛି। ‘ସମ୍ବାଦ’ ଲଗାତାର ଶିକ୍ଷା ଓ ଶିକ୍ଷକମାନଙ୍କ ପ୍ରସଙ୍ଗ ସମେତ ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗରେ ନିରପେକ୍ଷ ଖବର ପ୍ରକାଶ କରି ସରକାରଙ୍କୁ କାଠଗଡ଼ାକୁ ଟାଣିଛି। ଚିଟଫଣ୍ଡଠାରୁ ଆରମ୍ଭ କରି ବିସ୍ଥାପିତଙ୍କ ସମସ୍ୟାର ଖବର ପ୍ରକାଶ ପରେ ସରକାରଙ୍କ ଚିନ୍ତା ବଢ଼ିଛି। ରାଜ୍ୟବାସୀ ଏ ଘଡ଼ିସନ୍ଧି ମୁହୂର୍ତ୍ତରେ ଗଣତନ୍ତ୍ର ଓ ଗଣମାଧ୍ୟମର ସୁରକ୍ଷା ପାଇଁ ଆଗେଇ ଆସିବା ଦରକାର। ଅହଙ୍କାରୀ ସରକାରର ପତ୍ତନ ଖୁବ୍ ନିକଟରେ ବୋଲି ଏଆଇଏସ୍‌ଏଫ୍‌ ରାଜ୍ୟ ସଭାପତି ସଂଘମିତ୍ରା ଜେନା ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି।

ଚତୁର୍ଥ ସ୍ତମ୍ଭର ସ୍ବରକୁ ବନ୍ଦ କରିବାକୁ ଅପଚେଷ୍ଟା ଚାଲିଛି
ବର୍ତ୍ତମାନ ଓଡ଼ିଶାରେ ଗଣତନ୍ତ୍ରକୁ ସମ୍ପୂର୍ଣ୍ଣ ହତ୍ୟା କରାଯାଉଛି। ଶାସନ ବ୍ୟବସ୍ଥା ଲୋକ ପ୍ରତିନିଧିଙ୍କ ଦ୍ବାରା ପରିଚାଳିତ ନହୋଇ କଳାପାହାଡ଼ଙ୍କ ଦ୍ବାରା ପରିଚାଳିତ ହେଉଛି ଏବଂ ରାଜ୍ୟରେ କଳା ଶାସନ ଚାଲିଛି। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ‌ଏହାକୁ ପଦାକୁ ଆଣିବାକୁ ଚେଷ୍ଟ‌ା କରିବାରୁ ତା’ର କଣ୍ଠରୋଧ କରିବାକୁ ରାଜ୍ୟ ସରକାର ସରକାରୀ କଳକୁ ଅପବ୍ୟବହାର କରୁଛନ୍ତି। ଚତୁର୍ଥ ସ୍ତମ୍ଭର ସ୍ବରକୁ ବନ୍ଦ କରିବାକୁ ଅପଚେଷ୍ଟା କରାଯାଉଛି। ଆଗାମୀ ଦିନରେ ଏଭଳି ଘଟଣାକୁ ଲୋକେ ଜାଣିବେ, ବୁଝିବେ ଓ ଏହା ବିରୁଦ୍ଧ‌ରେ ସଠିକ୍‌ ସମୟରେ ଉଚିତ ଜବାବ ‌ଦେବେ।

-ଜଗନ୍ନାଥ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ବି‌ଜେପି

ସରକ‌ାରଙ୍କ ଏଭଳି ଆକ୍ରୋଶ ଅତ୍ୟନ୍ତ ଦୁର୍ଭାଗ୍ୟଜନକ
‘ସମ୍ବାଦ’ ଭଳି ଖବର କାଗଜ ଉପରେ ସରକ‌ାରଙ୍କ ଏଭଳି ଆକ୍ରୋଶ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା କେବଳ ଗଣମାଧ୍ୟମ ପାଇଁ ନୁହେଁ, ଅଗ‌ାମୀ ଦିନରେ ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଦୁର୍ଭ‌‌ାଗ୍ୟ ହୋଇ ଛିଡ଼ା ହେବ। ‘ସମ୍ବ‌ାଦ’ ସାଧାରଣ ଲୋକଙ୍କ କଥା କହୁଥିବାରୁ ବର୍ତ୍ତମାନ ସମ‌ୟରେ ରାଜ୍ୟର ଏକ ନମ୍ବର ଖବରକାଗଜ ହୋଇ ରହିଛି। ଏଭଳି ଏକ ସଂସ୍ଥାକୁ ସରକାରୀ ଓ ବେସରକାରୀ ବିଜ୍ଞାପନ ବନ୍ଦ କରିବା ଅତ୍ୟନ୍ତ ନିନ୍ଦନୀୟ। ସରକାରଙ୍କ ଦ୍ବାରା ଏହା ଉଦ୍ଦେଶ୍ୟମୂଳକ ଭାବେ କରାଯାଉଛି।

-ସୁର ଜେନା, ଭୁବନେଶ୍ବର ଜୋନ୍‌ ସମ୍ପାଦକ, ସିପିଆଇ

କ୍ଷମତା ଅହଂକାରରେ ସରକାର ପାଗଳ
କ୍ଷମତା ଅହଂକାରରେ ପାଗଳ ‌ହୋଇ ଗଣମାଧ୍ୟମ ଉପରେ ଆକ୍ରମଣ କରିବା ରାଜ୍ୟ ସରକାରଙ୍କ ଅଭ୍ୟ‌ାସରେ ପରିଣତ ହେଲାଣି। ଗଣତନ୍ତ୍ରର କଣ୍ଠରୋଧ କରିବାକୁ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ନବୀନ ସରକାର ତିଆରି କରିଛନ୍ତି। ଏଭଳି ଘଟଣା ବର୍ତ୍ତମାନ ‘ସମ୍ବାଦ’ ସହିତ ନୁହେଁ, ପୂର୍ବରୁ କେତେକ ପ୍ରମୁଖ ଗଣମାଧ୍ୟମ ସଂସ୍ଥା ସହ ହୋଇଛି। ନାଲିଆଖି ଦେଖାଇ ଶାସନ କରୁଥିବା ଶାସକମାନଙ୍କୁ ଲୋକେ ଆଗାମୀ ‌ଦିନରେ ଜବାବ ମାଗି‌ବେ।

-ଦିଲ୍ଲୀପ ମହାନ୍ତି, ବିଜେପି ମୁଖପାତ୍ର

ଗଣମାଧ୍ୟମ ଉପରେ ଦମନଲୀଳା
ଓଡ଼ିଶାର ଏକ ନମ୍ବର ଖବରକାଗଜ ‘ସମ୍ବାଦ’ କାର୍ଯ୍ୟାଳୟରେ ‌ଯେଉଁଭଳି ଭାବେ ଚଢ଼ଉ କରାଗଲା, ଏହା ଗଣମାଧ୍ୟମ ଉପରେ ଦମନଲୀଳା କରିବାର ଏକ ଉଦାହରଣ। ଗଣମାଧ୍ୟମକୁ ଗଣତାନ୍ତ୍ରିକ ରାଷ୍ଟ୍ରରେ ୪ର୍ଥ ସ୍ତମ୍ଭ ଭାବେ ପରିଗଣିତ କରାଯାଉଥିବା ବେଳେ ସରକାର ଗଣମାଧ୍ୟମର କଣ୍ଠରୋଧ କରିବା ଅତ୍ୟନ୍ତ ନିନ୍ଦନୀୟ।

-ମହେନ୍ଦ୍ର ପରିଡ଼ା, ରାଜ୍ୟ ସ‌ାଧ‌ାରଣ ସମ୍ପାଦକ, ଏଆଇସିଟିୟୁ

ପ୍ରଶ୍ନ ପଚାରିଲେ ଆକ୍ରୋଶ
‘ସମ୍ବାଦ’ ଗତ କିଛି ଦିନ ଧରି ପ୍ରଶାସନିକ ଅଧିକାରୀଙ୍କ ଅଗଣତାନ୍ତ୍ରିକ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ପଚାରିବା କାରଣରୁ ୨୦୧୫ର ଫାଇଲକୁ ଏହି ସମୟରେ ଖୋଲିବାର ନିଷ୍ପତ୍ତି ବିଜେଡି ନେଇଛି। ଯଦି ଇଓଡବ୍ଲୁ ଯାଞ୍ଚ କରିବାର ଥିଲା, ଆଜି ପର୍ଯ୍ୟନ୍ତ କ’ଣ ପାଇଁ କରୁ ନଥିଲା? କ’ଣ ବିଜେଡି ସହ ରହିବ ନହେଲେ ଓଡ଼ିଶାରେ ରହିବ ନାହିଁ, ଏହି ସନ୍ଦେଶ ବିଜେଡି ଦେବାକୁ ଚାହୁଛି?

-ଅଭିଳାଷ ପଣ୍ଡା, ରାଜ୍ୟ ସଭାପତି, ଭାରତୀୟ ଜନତା ଯୁବମୋର୍ଚ୍ଚା

ଗଣମାଧ୍ୟମର କଣ୍ଠରୋଧ ଧର୍ତ୍ତବ୍ୟ ଅପରାଧ
ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ କଣ୍ଠରୋଧ କରିବା କେବଳ ନିନ୍ଦନୀୟ ନୁହେଁ, ଏକ ଧର୍ତ୍ତବ୍ୟ ଅପରାଧ ମଧ୍ୟ। ଏ ଘଟଣାକୁ ଯେତେ ନିନ୍ଦା କରିଲେ ମଧ୍ୟ କମ୍ ହେବ। କିଛି ଅଣଓଡ଼ିଆ ଓଡ଼ିଶାର ସ୍ବାର୍ଥ ଓ ସ୍ବ‌ାଭିମାନକୁ ଭୂଲୁଣ୍ଠିତ କରିବା ପାଇଁ ଚେଷ୍ଟା କରୁଛନ୍ତି। ଓଡ଼ିଶ‌ାର ଜନସାଧାରଣ ଏକ ହୋଇ ଏହାର ଜବାବ ଦେବେ।

-ବାବୁ ସିଂ, ବିଜେପି ସଭାପତି, ଏକାମ୍ର ଭୁବନେଶ୍ବର

ଏତେ ଭୟ ଓ ଅସହିଷ୍ଣୁତା କାହିଁକି
ରାଜ୍ୟ ସରକାର ଓ ୫-ଟି ସଚିବଙ୍କୁ ପ୍ରଶ୍ନ କଲେ ଏତେ ଭୟ ଓ ଅସହିଷ୍ଣୁତା କାହିଁକି ପ୍ରକାଶ କରୁଛନ୍ତି? ସୌମ୍ୟରଞ୍ଜନ ପଟ୍ଟନାୟକ ଲେଖିଥିବା ସମ୍ପାଦକୀୟ ପାଇଁ ଉଦ୍ଦେଶ୍ୟମୂଳକ ଭାବେ ‘ସମ୍ବାଦ’ ଗ୍ରୁପକୁ ହଇରାଣ କରିବା ନିନ୍ଦନୀୟ ଘଟଣା। ଏହାକୁ ଏବିଭିପି ଓଡ଼ିଶା ନିନ୍ଦା କରୁଛି।

-ଅରିଜିତ ପଟ୍ଟନାୟକ, ରାଜ୍ୟ ସମ୍ପାଦକ, ଏବିଭିପି ଓଡ଼ିଶା

ଅନ୍ଧାରୀ ଶାସନ
ସରକାରଙ୍କ ବିରୁଦ୍ଧ‌ରେ ମତ ପ୍ରକାଶ କରିବାର ଏତିକି ସାହସ ଯଦି ସେତେବେଳେ ଓଟିଭି ଦେଖେଇ ପାରିଥାନ୍ତା ତା’ହେଲେ ଖୁଲମଖୁଲା ଅନ୍ଧାରୀ ଶାସନ କରିବାକୁ ଆଜି ସରକାରଙ୍କ ମୁହଁ ଏମିତି ବଢ଼ିନଥାନ୍ତା।

-ଅପୂର୍ବ ରଞ୍ଜନ ପଣ୍ଡା, ବରିଷ୍ଠ ସାମ୍ବାଦିକ

ସରକାରଙ୍କୁ ବିରୋଧ କରନ୍ତୁ
ଏବେ ୧୯୭୫ର ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ଯେଉଁମାନଙ୍କ ମନ, ବିବେକ ଆଜିର ଘଟଣା ଦେଖି ଆନ୍ଦୋଳିତ ହୋଇଛି ‌ସେମାନେ ସରକାରଙ୍କ ବିରୁଦ୍ଧରେ ନିଜ ବାଟରେ କଠୋର ବିରୋଧ କରନ୍ତୁ।

-ସୀମନ୍ତିନୀ ଜେନା, ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି

ଭିନ୍ନମତକୁ ଦମନ କରିବା ଗ୍ରହଣୀୟ ନୁହେଁ
ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ଭିତରେ ଭିନ୍ନମତ ରହିବା ସ୍ୱାଭାବିକ। କିନ୍ତୁ କୌଣସି ଭିନ୍ନମତ ପ୍ରତି ଅସହିଷ୍ଣୁତା ପ୍ରକାଶ କରିବା, ଭିନ୍ନମତକୁ ଦମନ କରିବା ସରକାରୀ କଳର ଆକ୍ରୋଶମୂଳକ ପଦକ୍ଷେପ ନେବା ଗ୍ରହଣୀୟ ନୁହେଁ। କେନ୍ଦ୍ର ସରକାର ଯେପରି ତାଙ୍କର ବିରୋଧୀମାନଙ୍କ ପ୍ରତି ଅସହିଷ୍ଣୁ ମନୋଭାବ ପୋଷଣ କରୁଛନ୍ତି, ରାଜ୍ୟ ସରକାର ମଧ୍ୟ ତାଙ୍କ ବିରୋଧୀଙ୍କ ପ୍ରତି ସମାନ ନୀତି ଅନୁସରଣ କରୁଛନ୍ତି। ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ ଉପରେ ଆଜିର ଚଢ଼ଉ ମଧ୍ୟ ଆକ୍ରୋଶମୂଳକ ଓ ଏହା ଅତ୍ୟନ୍ତ ନିନ୍ଦନୀୟ।

-ନରେନ୍ଦ୍ର ମହାନ୍ତି, ରାଜ୍ୟ ଆବାହକ, ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button