IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମାଂସ ସରିଗଲା, ବର ର ଗୋଡ ଧରିଲେ ଝିଅର ବାପା, ଯେବେ ଝିଅ ବାହା ହେବାକୁ ମନା କରିଦେଲା ତାପରେ ଯାହା ହେଲା…

ଦର୍ଶକ ବନ୍ଧୁ ଯେତେବେଳେ ମାଂସ ପାଇଁ ବର ପକ୍ଷ ଝଗଡା କରୁଛନ୍ତି ସେତେବେଳେ କନ୍ଯାର ବାପା, ବଡବାପା ବର ପାଖ ଲୋକଙ୍କର ପାଦ ଧରୁଛନ୍ତି ଆଉ ଠିକ ସେତିକି ବେଳେ ବର ପକ୍ଷ ଲୋକ ରାଜି ହେଉ ନାହାନ୍ତି । ହେଲେ ରାତି 1ଟା ରେ ବର ପାଖଙ୍କୁ କେଉଁଠି ଆଣିକି ଦେଇଥାନ୍ତେ ଖାସି ମାଂସ । ଆଉ ଏହାରି ଭିତରେ ଯିଏ ଯାହା ପାଉଥିଲା କହି ଯାଉଥିଲା କନ୍ୟା ଘର ଲୋକଙ୍କୁ । କିଏ କହୁଥିଲା ଖାଇବାର ଦେବାର ଶକ୍ତି ନାହିଁ ତ ଡାକୁଥିଲା କାହିଁକି ?

ଆଉ କିଏ କହୁଥିଲା ଏବେ ଖାସୀ ମାଂସ ନ ପହଞ୍ଚିଲେ ବର ବେଦି କୁ ଯିବନି । କେତେ କଣ ଗରମ ଦେଖାଉଥିଲେ ବର ପକ୍ଷ । ହେଲେ ହଠାତ ବାହା ବେଦି କୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା କନ୍ୟା ପାଖରେ ଏହି ଖବର ପହଞ୍ଚିଲା । ଆଉ ସେତେବଳେ କନ୍ୟା ରୁମରୁ ବାହାରିବା ବେଳକୁ ଦେଖିବାକୁ ପାଇଲେ ବରଯାତ୍ରୀ ନୁହେଁ ବରଂ ବର ଯାହାକୁ ସେ ବାହା ହେବ ସେ ଯୁକ୍ତି କରୁଛି ତାଙ୍କ ବାପା ଓ ବଡବାପା ଙ୍କ ସହ ।

ଏମିତିକି ବର କହୁଛି ମୁଁ ବାହା ହେବା ପରେ ଯେଉଁ ମାଂସ ଖାଇବି ତାହା ଅଛି ତ ? ଯାହା ହୃଦୟକୁ ବାଧିଥିଲା କନ୍ଯାର । ଆଉ ଏହା ଛଡା ବାପା ବଡବାପା ତାଙ୍କ ପୁଅ ବୟସର ବର ର ଗୋଡ ହାତ ଧରୁଛନ୍ତି ଦେଖି ସେ ତୀବ୍ର ପ୍ରତିକ୍ରିୟା ଦେଇଥିଲା । ଆଉ କନ୍ୟା ତୁରନ୍ତ ନେଇଥିଲା ଚରମ ନିସ୍ପତି । କନ୍ୟା ବାହା ହେବା ପାଇଁ ରୋକଠୋକ ମନା କରିଦେଇଥିଲେ । ଏହା ଶୁଣିବା ପରେ ବର ପକ୍ଷ ଲୋକଙ୍କ ହୋସ ଉଡି ଯାଇଥିଲା ।

ବରଯାତ୍ରୀ ଙ୍କର ନିଶା ଉତୁରି ଯାଇଥିଲା । କାରଣ ନିଜେ କନ୍ୟା ମନା କରୁଛି ଏଭଳି ଘରକୁ ମୁଁ ବୋହୂ ହୋଇ ଯିବିନି । ଏଭଳି ପୁରୁଷକୁ ମୁଁ ବାହା ହୋଇପାରିବି ନାହିଁ ଯିଏ ବାହାଘର ପୂର୍ବରୁ ମୋ ବାପାକୁ ଏମିତି କଥା କହୁଛି । ଆଉ ମୁଁ ବାହା ହୋଇସାରିବା ପରେ ମୋ ପାଇଁ ମାଂସ ଅଛି ତ ଏମିତି ଖରାପ ଶବ୍ଦ କହୁଛି । ଝିଅର ଏଭଳି ଚରମ ନିସ୍ପତି ପରେ ସମସ୍ତଙ୍କ ନିଦ ହଜି ଯାଇଥିଲା ।

ବୁଦ୍ଧି ହଜି ଯାଇଥିଲା । ଆଉ ଏହାପରେ ବର ପକ୍ଷ ଲୋକ କନ୍ୟା ଘରର ଗୋଦା ଧରି ଭୁଲ ଲାଗିଥିଲେ ତଥାପି ଝିଅର ଗୋଟେ ଜିଦି ମୁଁ ସେ ଘରକୁ ବୋହୂ ହୋଇ ଯିବୀନି କି ସେ ପୁରୁଷ କୁ ବାହା ହେବି ନାହିଁ । ଯେତେ ପରିବାର ଲୋକ ବୁଝାଇଲେ ବି ଝିଅ ମନା କରି ଦେଇଥିଲା । କାରଣ ଯେଉଁ ବୟସରେ ମୋ ବାପା, ବଡବାପା ଓ ବନ୍ଧୁ ବାନ୍ଧବ ତାଙ୍କ ନାତି ପୁଅ ବୟସରେ ଗୋଡ ହାରିଲେ ତାହା ମୁଁ କେବେ ବି ଭୁଲିପାରିବି ନାହିଁ ।

ମୁଁ ସାରା ଜୀବନ ବାଦୁଅ ରହିବି କିନ୍ତୁ ସେ ଘରକୁ ବୋହୂ ହୋଇ ଯିବନି । ଏଭଳି ନିସ୍ପତି ପରେ ବର ମାଂସ ଖାଇବାକୁ ଯାଇଥିଲା ଆଉ ଶିଶୁପାଳ ହୋଇ ଫେରିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁରରେ । ଆଗକୁ ଏଭଳି ଅପଡେଟ ପାଇବାକୁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button