IBN ଓଡ଼ିଶା ଏକ୍ସକ୍ଲୁସିଭ୍

Chanakya Niti- ଯଦି ଗଧଠାରୁ ଶିଖିନେବେ ଏହି 3 କଥା ଜୀବନରେ ଧନୀ ବନିବାରେ କେହିବି ଅଟକାଇ ପାରିବେନି

ଚାଣକ୍ୟଙ୍କ ମତ ଅନୁସାରେ ମନୁଷ୍ୟ କୁ ଯଦି ଜୀବନରେ କିଛି କରିବା ପାଇଁ ଇଚ୍ଛା ଅଛି କିମ୍ବା ଧନ ରୋଜଗାର କରିବାର ଅଛି ତେବେ ଗଧଠାରୁ ଏହି ତିନିଟି ଗୁଣ ଶିଖିବା ଉଚିତ । ଚାଣକ୍ୟ ଜଣେ ମହାନ ଜ୍ଞାନୀ ବ୍ୟକ୍ତି ଥିଲେ ତାଙ୍କ ମତ ଅନୁସାରେ ବିଭିନ୍ନ ପଶୁଙ୍କ ଠାରୁ ମଣିଷ କୁ କିଛି ଭଲ ଗୁଂ ଶିଖିବା ଉଚିତ । ତାଙ୍କ ମତ ଅନୁସାରେ ସବୁ ପଶୁମାନଙ୍କର ଏକ ସୁରକ୍ଷା ପଦ୍ଧତି ଥାଏ ଯେପରିକି କାଉ କୁ କୌଣସି ବିପଦ ଆସିଲେ ସେ ସତର୍କ ରହି ଦଳ ବଲ ନେଇ ଶତ୍ରୁ ଉପରେ ଆକ୍ରମଣ କରିଥାଏ ।

କୁକୁର ସବୁବେଳେ ନିଜ ମାଲିକ ପ୍ରତି ସମର୍ପଣ ରହିଥାଏ ସେହିପରି ସିଂହ ସବୁବେଳେ ନିଜ ଶିକାରକୁ ଥରକରେ ଆକ୍ରମଣ କରି ମାରିଦେଇଥାଏ । ଏହିପରି ଭାବେ ଗଧ ଠାରୁ ମନୁଷ୍ୟକୁ କିଛି ଗୁଣ ଶିଖିବା ଉଚିତ । ସାଧାରଣ ଭାବେ ଗଧକୁ ଏକ ତୁଚ୍ଛ ପ୍ରାଣୀ ବୋଲି ଭାବିଥାଉ ସମସ୍ତେ ଭାବିଥାନ୍ତି ଗାଢ଼ କେବଳ ବୋଝକୁ ହିଁ ବୋହିଥାଏ ।

କିନ୍ତୁ ଚାଣକ୍ୟ ଗଧର କିଛି ବୁଦ୍ଧିମାନ ଗୁଣ ବିଷୟରେ ବର୍ଣନା କରିଛନ୍ତି ଯାହାକୁ କି ମନୁଷ୍ୟ ଗଧଠାରୁ ଶିଖିବା ଉଚିତ କୌଣସି ବୁଦ୍ଧିମାନ ବ୍ୟକ୍ତି ହିଁ କୌଣସି ପଶୁକୁ ତୁଚ୍ଛ ନମାନି ତାଠୁ କିଛି ଭଲ ଗୁଣ ଶିଖିବା ଉଚିତ ତେବେ ଆସନ୍ତୁ ଜାଣିବା ଗଧର ଏପରି କିଛି 3 ଟି ଗୁଣ । ଗଧର ପ୍ରଥମ ଗୁଣ ହେଲା ସେ ଅତ୍ୟଧିକ ଥକି ଯାଇଥିଲେ ବି ଆଳସ୍ୟ ନକରି ନିରନ୍ତର ବାବେ ବୋଝ ଉଠାଇ ଥାଏ ସେହି ବଳି ଜଣେ ବୁଦ୍ଧିମାନ ବ୍ୟକ୍ତି ନିଜ ଅଳସ୍ୟକୁ ତ୍ୟାଗ କରି ନିଜ ଲାକ୍ଷର ରାସ୍ତାରେ ସବୁବେଳେ ଅଗ୍ରସର ହେବା ଉଚିତ ।

ଯେ କୌଣସି କାମ ହେଉ ସେ କାମକୁ ନ ସାରିବା ପର୍ଯ୍ୟନ୍ତ ହରି ଯାଇ ବସିବା ଉଚିତ ନୁହେଁ । ଯେଉଁ ମନୁଷ୍ୟ ସାମାନ୍ୟ କାମ କରି ଥକି ଯାଇ ବସିଯାଏ ସେ ଜୀବନରେ କେବେବି ଉନ୍ନତି କରିପାରେନା । କିନ୍ତୁ ଏହାର ଅର୍ଥ ନୁହେଁ ଯେ ନିରର୍ଥକ ପରିଶ୍ରମ କରିବା ଗଧ ଭଳି । ମନୁଷ୍ୟକୁ ଗଧଠାରୁ ପରିଶ୍ରମ କରିବା ଶିଖିବାଉଚିତ ।

ଗଧ ଭଳି ଅନ୍ୟ ପାଇଁ ଅଯଥା ପ୍ରଶ୍ରମ କରିବା । ଦ୍ଵିତୀୟ ଗୁଣ ହେଲା ଗଧ ଯେପରି ବର୍ଷା ଖରା ଶିତକୁ ଖାତିର ନକରି ନିରନ୍ତର ପରିଶ୍ରମ କରିଥାଏ ମନୁଷ୍ୟକୁ ସେହି ପରି ଜୀବନରେ କୌଣସି ବିକଟ ପରିସ୍ଥିତିରେ ନ ଡରି ନିରନ୍ତର ପ୍ରୟାସ କରିବା ଉଚିତ ସଫଳତା ପାଇବା ପର୍ଯ୍ୟନ୍ତ । ତୃତୀୟ ଗୁଣ ଗଧକୁ ଯାହା ମିଳିଥାଏ ସେଥିରେ ସେ ସନ୍ତୁଷ୍ଟ ଥାଏ କିନ୍ତୁ ଗାଈ ନୂଆ ଘାସ ପାଇବା ପାଇଁ ସବୁବେଳେ ଏପଟ ସେପଟ ହୋଇଥାଏ ଓ ସମସ୍ତଙ୍କ କ୍ଷେତରେ ବୁଲି ଖାଇଠୀ ଓ ତାକୁ ସେଠାରୁ ଗୋଡ଼ାଇ ଦେଇଥାନ୍ତି ।

ସେହିପର ମନୁଷ୍ୟକୁ ନିଜ ପାଖରେ ଯାହା ଅଛି ସେଥିରେ ସନ୍ତୁଷ୍ଟ ହୋଇ ସମ୍ମାନର ସହ ଜୀବନ ବିତେଇବା ଉଚିତ । ଯଦି ମନୁଷ୍ୟ ପ୍ରାପ୍ତ ଜିନିଷରେ ସନ୍ତୁଷ୍ଟ ନ ହୁଏ ତେବେ ସେ ଦୁଷ୍କର୍ମ କରିଥାଏ ଓ ଶେଷରେ ବହୁତ ସମସ୍ୟାରେ ପଡିଥାଏ । ସେଥିପାଇଁ ମନୁଷ୍ୟକୁ ଯାହା ମିଳୁଛି ସେଥିରେ ସନ୍ତୁଷ୍ଟ ରହିବା ଉଚିତ । ମନୁଷ୍ୟକୁ ଗଧ ଠାରୁ ଏହି ଗୁଣ ଶିଖିବା ଉଚିତ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button