IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଯଦି ଆପଣ ମାଂସ ଖାଇବା ପାଇଁ ଭଲ ପାଆନ୍ତି ତେବେ ପଢନ୍ତୁ ଏହାକୁ, ବଦଳିଯିବ ଆପଣଙ୍କର ପୁରା ଜୀବନ

ଦୁନିଆରେ ବହୁତ ପ୍ରକାର ଲୋକ ଅଛନ୍ତି । ସେମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ଗୋଟିଏ ଶାକାହାରୀ ଏବଂ ଅନ୍ୟଟି ମାଂସାହାରୀ । କିଛି ଲୋକ ଅଛନ୍ତି ଯେଉଁ ମାନେ କି ସାଧା ଖାଇବା ପାଇଁ ବହୁତ ଭଲ ପାଇଥିବା ବେଳେ ଆଉ କେତେକ ଲୋକ ମାଂସ ଖାଇବା ପାଇଁ ବହୁତ ଭଲ ପାଇଥାନ୍ତି । ଭାରତ ଅପେକ୍ଷା ବିଦେଶରେ ଥିବା ଲୋକମାନେ ଅଧିକ ପରିମାଣରେ ମାଂସ ଖାଇଥାନ୍ତି ଏବଂ ବହୁତ କମ ଲୋକ ମାଂସ ଖାଇ ନଥାନ୍ତି । ମାଂସ ଖାଇବା ଦ୍ଵାରା ଆମକୁ ବହୁତ ରୋଗର ସାମ୍ନା କରିବାକୁ ପଡିଥାଏ ।

ଏହି କାହାଣୀ ଜାଣିବା ପରେ ଆପଣଙ୍କର ଜୀବନ ପୂରାପୂରି ବଦଳିବାରେ ଲାଗିବ

ଆଜି ଆମେ ଆପଣଙ୍କୁ ଏକ ଏମିତି କାହାଣୀ କହିବୁ ଯାହାକୁ ଶୁଣିବା ପରେ ଆପଣଙ୍କର ଜୀବନ ବଦଳି ଯିବ । ବହୁତ ପୁରୁଣା କଥା । ସେତେବେଳେ ଜଣେ ରାଜା ଥିଲେ ଏବଂ ସେ ଶିକାର କରିବା ପାଇଁ ବହୁତ ଭଲ ପାଉଥିଲେ । ସେଥିପାଇଁ ସେ ପ୍ରତିଦିନ ଜଙ୍ଗଲକୁ ଯାଉଥିଲେ । ରାଜା ଜଙ୍ଗଲକୁ ଯିବା ମାତ୍ରେ ହିଁ ସବୁ ଜୀବଜନ୍ତୁ ମାନେ ଭୟରେ ଥରହର ହେଉଥିଲେ । ସେହି ଜଙ୍ଗଲରେ ଏକ ମୃଗ ଥିଲା ଏବଂ ସେ ଏହି ସବୁ ଘଟଣା କୁ ଦେଖି ବହୁତ ମନ ଦୁଃଖ ମଧ୍ୟ କରୁଥିଲା ।

ସେହି ମୃଗଟି ଭାବୁଥିଲା କି ଭଗବାନ ମଣିଷଙ୍କର ଖାଇବା ପାଇଁ ବହୁତ ଜିନିଷ ଦେଇଛନ୍ତି କିନ୍ତୁ ଏହି ମଣିଷ ମାନେ କଣ ପାଇଁ ଜୀବଜନ୍ତୁ ଙ୍କୁ ମାରି ସେମାନଙ୍କର ମାଂସ ଖାଉଛନ୍ତି । ଗୋଟିଏ ଦିନ ରାଜା ଶିକାର କରିବା ପାଇଁ ବାହାରିବା ସମୟରେ ସେହି ମୃଗଟି ଯାଇ ରାଜାଙ୍କ ପାଖରେ ପହଞ୍ଚିଲା ଏବଂ କହିଲା କି ରାଜା ଆପଣ ସବୁଦିନ ଜଙ୍ଗଲକୁ ଯାଇ ଜୀବ ମାନଙ୍କୁ ଶିକାର କରୁଛନ୍ତି ଆଉ କେତେକ ଜୀବ ଆପଣଙ୍କ ଭୟରେ ହାତୀ ଘୋଡାଙ୍କ ପାଦ ତଳେ ଚାପି ହୋଇ ମରିଯାଉଛନ୍ତି ।

ଏହାପରେ ସେହି ମୃଗଟି ରାଜାଙ୍କୁ କହିଲା କି ମୋ ଶରୀର ଭିତରେ କସ୍ତୁରୀ ର ଭଣ୍ଡାର ଅଛି ଯାହା କି ବହୁତ ମୁଲ୍ୟବାନ ଅଟେ । ଆପଣ ଏହାକୁ ନେଇ ଯାଆନ୍ତୁ ଏବଂ ଜଙ୍ଗଲ ରେ ଥିବା ଜୀବଙ୍କୁ ଛାଡି ଦିଅନ୍ତୁ । ଏହା ଶୁଣିବା ପରେ ରାଜା ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କହିଲେ କି ଯଦି ମୁଁ ତୁମ ଶରୀର ଭିତରୁ କସ୍ତୁରୀ ର ଭଣ୍ଡାର ନେବି ତାହେଲେ ଆଗ ମତେ ତୁମକୁ ମାରିବା ପାଇଁ ପଡିବ । ଏହା ଶୁଣିବା ପରେ ମୃଗଟି କହିଲା କି ଠିକ ଅଛି ଆପଣ ମତେ ମାରି କସ୍ତୁରୀର ଭଣ୍ଡାର କୁ ନେଇ ଯାଆନ୍ତୁ ହେଲେ ସେହି ନିରୀହ ଜୀବ ମାନଙ୍କୁ ଶିକାର କରନ୍ତୁ ନାହିଁ ।

ମୃଗର ଏହି ସବୁ କଥା ଶୁଣିବା ପରେ ରାଜାଙ୍କ ମନ ବଦଳିଗଲା ଏବଂ ସେ ଭାବିଲେ କି ଗୋଟିଏ ଜୀବ ଅନ୍ୟ ମାନଙ୍କର ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ଆହୁତି ଦେଇଦେଉଛି ହେଲେ ମୁଁ ଜଣେ ମଣିଷ ହୋଇ ମଧ୍ୟ ସବୁ ଜୀବମାନଙ୍କର ଶିକାର କରୁଛି । ସେହିଦିନ ପରେ ରାଜା ଶିକାର କରିବା ବନ୍ଦ କରିଦେଲେ । ସେହି ମୃଗ ପାଇଁ ରାଜା ନିଜର ଭୁଲ ବୁଝି ପାରିଥିଲେ ଯିଏ କି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ନିଜକୁ ମରଣ ମୁହଁ କୁ ଠେଲି ଦେଇଥିଲା । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button