IBN ଓଡ଼ିଶା ବ୍ୟୁରୋ

ଶରୀରକୁ ସବୁବେଳେ ସୁସ୍ଥ ରଖିଥାଏ ଏହି ୧୦ଟି କଥା, ସବୁ ବ୍ୟକ୍ତିଙ୍କୁ ଏହା ନିଶ୍ଚୟ ଜାଣିବା କଥା

ଆୟୁର୍ବେଦ ଅନୁସାରେ ଶରୀରକୁ ସୁସ୍ଥ ରଖିବା ପାଇଁ ଏହି ୧୦ଟି କଥା ଜାଣିବା ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ । କାରଣ ଆଜିର ଏହି ବ୍ୟସ୍ତ ପୂର୍ଣ ଜୀବନରେ ନିଜକୁ ଫିଟ ଓ ସୁସ୍ଥ ରଖିବା ପାଇଁ ସମସ୍ତ ବ୍ୟକ୍ତିଙ୍କ ପାଇଁ ସହଜ କଥା ନୁହେଁ । ସେଥିପାଇଁ ଆୟୁର୍ବେଦରେ ଏହି ୧୦ଟି କଥା କୁହାଯାଇଛି । ଯାହାକୁ ଆପଣାଇଲେ ଆପଣ ନିଜକୁ ସୁସ୍ଥ ଓ ଫିଟ ରଖି ପାରିବେ । ଯଦି ଆପଣ ଏହି କଥାକୁ ନିଜର ଦିନଚର୍ଯ୍ୟାରେ ସାମିଲ କରୁଛନ୍ତି ତେବେ ଆପଣ ସମସ୍ତ ପ୍ରକାରର ରୋଗରୁ ବଞ୍ଚି ପାରିବେ । ଆପଣଙ୍କ ଶରୀର ବି ସୁସ୍ଥ ରହିଥାଏ ।

ଚାଲନ୍ତୁ ଜାଣିବା ସେହି ୧୦ ଟି କଥା ବିଷୟରେ

୧. ପ୍ରତ୍ୟେକ ବ୍ୟକ୍ତିକୁ ଭୋଜନ କରିବା ସମୟରେ ନିଜର ଭୋଜନରେ ସବୁଜ ପନିପରିବା ସେବନ କରିବା ଉଚିତ । ଏହା ସହିତ ନିଜ ଡାଏଟରେ ଫଳ ଜୁସ ଇତ୍ୟାଦି ସେବନ କରନ୍ତୁ । ଯାହା ଦ୍ଵାରା ଆପଣଙ୍କ ପାଚନ ତନ୍ତ୍ର ଭଲ ରହିଥାଏ ।

୨. ଭୋଜନ କରିବା ପୂର୍ବରୁ ପ୍ରଥମେ ନିଜର ହାତକୁ ସାବୁନ ଦ୍ଵାରା ଭଲ ଭାବରେ ଧୋଇବା ଜରୁରୀ ଅଟେ । ଅନ୍ୟଥା କୀଟାଣୁ ଆପଣଙ୍କ ଶରୀରରେ ପ୍ରବେଶ କରି ପାରନ୍ତି ।

୩. ଭୋଜନ କରିବାର ୩୦ ମିନିଟ ପୂର୍ବରୁ ଓ ଭୋଜନର ୧ ଘଣ୍ଟା ପର୍ଯ୍ୟନ୍ତ ହୋଇ ପାରିବ ଯଦି, ପାଣିର ସେବନ କରନ୍ତୁ ନାହିଁ ।

୪. ଭୋଜନ କରିବା ସମୟରେ ଭୋଜନକୁ ଭଲ ଭାବରେ ଦାନ୍ତରେ ଚୋବାନ୍ତୁ । ଯାହା ଦ୍ଵାରା ଭୋଜନ ସହଜରେ ହଜମ ହୋଇ ପାରିବ ।

୫. ଭୋଜନ କରିବା ପରେ ପରିସ୍ରା ନିଶ୍ଚିତ କରିବା ଉଚିତ ଯାହା ଦ୍ଵାରା ଆପଣଙ୍କ ଶରୀରରେ ପଥରିର ସମସ୍ୟା ହୋଇ ନଥାଏ ।

୬. ସପ୍ତାହର ଗୋଟିଏ ଦିନ ଉପବାସ ନିଶ୍ଚିତ କରିବା ଉଚିତ । ଏହା ଦ୍ଵାରା ଶରୀର ସୁସ୍ଥ ରହିଥାଏ ।

୭. ସର୍ବଦା ଥଣ୍ଡା ପାଣିରେ ସ୍ନାନ କରିବା ଉଚିତ ଓ ଗରମ ପାଣି ପିଇବା ଉଚିତ । କାରଣ ଥଣ୍ଡା ପାଣି ଦ୍ଵାରା ତ୍ଵଚା କୋମଳ ରହିଥାଏ ଓ ତ୍ଵଚା ସମ୍ବନ୍ଧିତ କୌଣସି ବି ପ୍ରକାରର ରୋଗ ହୋଇ ନ ଥାଏ । ଗରମ ପାଣି ସେବନ ଦ୍ଵାରା ପେଟ ସଫା ରହିଥାଏ ଓ ଆପଣଙ୍କୁ କବ୍ଜର ସମସ୍ୟା ବି ହୋଇ ନ ଥାଏ ।

୮. ସପ୍ତାହକୁ କମ ସେ କମ ଥରେ ପୁରା ଶରୀରକୁ ଭଲ ଭାବରେ ସୋରିଷ ତେଲ ଦ୍ଵାରା ମାଲିସ କରନ୍ତୁ ।

୯. ଭୋଜନ କରିବା ଓ ଶୋଇବା ମଧ୍ୟରେ କମ ସେ କମ ୨ ଘଣ୍ଟା ଅନ୍ତରାଳ ରଖନ୍ତୁ ।

୧୦. ରାତିରେ ଶୋଇବା ସମୟରେ କେବେ ବି ମୁହଁକୁ ଘୋଡାଇ ଶୋଇବା ଉଚିତ ନୁହେଁ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button