ମନୋରଞ୍ଜନ

ଝୁମ୍ପୁଡ଼ି ଘରେ ୩୩ ବର୍ଷ ବିତାଇଥିଲେ ଜ୍ୟାକି – Ibnodisha

[ad_1]

ସିନେ ଅଭିନେତା ଜ୍ୟାକି ଶ୍ରୋଫ୍‌ ବଲିଉଡ୍‌ରେ ପ୍ରତିଷ୍ଠିତ ହେବା ପୂର୍ବର କଷ୍ଟମୟ ଜୀବନ ସମ୍ପର୍କରେ ମୁହଁ ଖୋଲି କହିଛନ୍ତି। ସେ ମୁମ୍ବାଇର ଏକ ‘ଚୌଲ’ ବା ଝୁମ୍ପୁଡ଼ି ଘରେ ଦୀର୍ଘ ୩୩ ବର୍ଷ କାଳ କଟାଇଥିଲେ ବୋଲି ଏକ ସାକ୍ଷାତକାରରେ ଗର୍ବର ସହ କହିଛନ୍ତି। ଏହି ଝୁମ୍ପୁଡ଼ି ଘର ସହ ତାଙ୍କର ଅନେକ ଭାବାବେଗ ଜଡ଼ିତ ଏବଂ ସେଠାରେ ରହିବାର ମଧୁର ଅନୁଭୂତିକୁ ସେ ଏଯାଏ ଭୁଲିନାହାନ୍ତି। ଏବେ ବି ସେ ସେଠିକି ମଝିରେ ମଝିରେ ବୁଲିବାକୁ ଯାଆନ୍ତି ଯାହା ତାଙ୍କୁ ଅତ୍ୟନ୍ତ ଭାବପ୍ରବଣ କରିପକାଏ ବୋଲି ସେ ସ୍ବୀକାର କରିଛନ୍ତି। ତାହାର ପ୍ରମାଣ ସ୍ବରୂପ, ସେଠାରେ ଏବେ ରହୁଥିବା ଜଣେ ୮୯ ବର୍ଷୀୟାଙ୍କର ଜନ୍ମଦିନ ପାଳିବାକୁ ଏବଂ ପୁରୁଣା ସାଥୀମାନଙ୍କୁ ଭେଟିବା ଲାଗି ନିକଟରେ ‘ଜଗୁ ଦାଦା’ ସେହି ଝୁମ୍ପୁଡ଼ି ଘରକୁ ଯାଇଥିଲେ ବୋଲି କହିଛନ୍ତି। ତେବେ ନିଜ କଷ୍ଟସାଧ୍ୟ ପ୍ରାରମ୍ଭିକ ଜୀବନର ଅନେକ ସ୍ମୃତି ବହନ କରୁଥିବା ଏହି ଝୁମ୍ପୁଡ଼ି ଘର ତାଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଦଖଲ କରି ରହିଛି।

ଉକ୍ତ ସାକ୍ଷାତକାରରେ ସେ ତାଙ୍କ ହାତରେ ଓ ବେକରେ ରୁମାଲ ବାନ୍ଧିବାର ରହସ୍ୟ ମଧ୍ୟ ଉନ୍ମୋଚନ କରିଛନ୍ତି। ଏହା ପଛରେ ରହିଥିବା ପ୍ରେରଣା ବାବଦରେ ଜ୍ୟାକି କହିଛନ୍ତି ଯେ ପିଲାବେଳେ ମାଆଙ୍କର ପଣତକାନି ଧରି ପଛେ ପଛେ ବୁଲିବାକୁ ତାଙ୍କୁ ଭାରି ଆନନ୍ଦ ଲାଗୁଥିଲା। ତାହା ହିଁ ତାଙ୍କୁ ଅବ୍ୟକ୍ତ ଶାନ୍ତି ଦେଉଥିଲା ଏବଂ ତାଙ୍କୁ ଏମିତି ଖଣ୍ଡେ କନା ହାତରେ ଗୁଡ଼ାଇ ରଖିବାକୁ ଅନୁପ୍ରାଣିତ କରିଥିଲା। ଏଥି ସହିତ ମହାନ ଅଭିନେତା ଦେବ ଆନନ୍ଦଙ୍କର ସେ ଜଣେ ବହୁତ ବଡ଼ ପ୍ରଶଂସକ ଥିଲେ। ତେଣୁ ଦେବଙ୍କର ସେହି ରୁମାଲ ବନ୍ଧା ଷ୍ଟାଇଲ୍‌କୁ ଅନୁକରଣ କରିବା ସ୍ବାଭାବିକ ଥିଲା ବୋଲି ଜ୍ୟାକି କହିଛନ୍ତି। ସୂଚନାଯୋଗ୍ୟ, ଆଗାମୀ ହିନ୍ଦୀ ଫିଲ୍ମ ‘ବାପ’ରେ ଜ୍ୟାକିଙ୍କୁ ଦେଖିବାକୁ ମିଳିବ ଯେଉଁଥିରେ ସଞ୍ଜୟ ଦତ୍ତ, ସନ୍ନି ଦେଓଲ ଓ ମିଥୁନ୍‌ ଚକ୍ରବର୍ତ୍ତୀଙ୍କ ପରି ପୋଖତ କଳାକାରମାନେ ମଧ୍ୟ ଅଭିନୟ କରିଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button