IBN ଓଡ଼ିଶା ବ୍ୟୁରୋ

ଭୁଲରେ ବି କାହାକୁ କୁହନ୍ତୁ ନାହିଁ ଏହି 3 ଟି କଥା, ନହେଲେ ସବୁବେଳେ ହେବେ ଅପମାନିତ- Chanakya Niti

ଆମର ସମାଜରେ ବିଭିନ୍ନ ଲୋକଙ୍କ ସହ ମିଳିମିଶି ଚଳିବାକୁ ପଡେ । ଯଦି ଆମେ ସମାଜରେ ସବୁବେଳେ ଭଲରେ ବଞ୍ଚିବା ପାଇଁ ଚାହୁଛନ୍ତି ତେବେ ଆମକୁ କଥା ଉପରେ ନିୟତ୍ରଣ ରହିବା ଉଚିତ । ସବୁଠାରୁ ବଡ କଥା ହେଉଛି ନିଜର କଥା ତାର ଶବ୍ଦ । ସେ କଣ କହିବାକୁ ଇଛା କରୁଛନ୍ତି ଓ ସେ କାହା ସଙ୍ଗେ କିପରି କଥା ହେଉଛନ୍ତି । ଏବଂ ତାଙ୍କ କଥାରେ କେତେ ସଞ୍ଜମତା ରକ୍ଷା କରୁଛନ୍ତି ।

ଆମେ କେଉଁ ଜିନିଷ କହିବା ଦରକାର ଓ କେଉଁ ଜିନିଷ ନକହିବା ଦରକାର ସେହି ଜିନିଷ ସେ ଜାଣିବା ଦରକାର । ତେବେ ଆଜି ଆମେ ସେହି ବିଷୟରେ କହିବାକୁ ଯାଉଛୁ । ଚାଣକ୍ୟ ନୀତି ଅନୁସାରେ ଯେଉଁ ମାନେ ବୃଦ୍ଧିମାନ ବ୍ୟକ୍ତି ହୋଇଥିବେ ସେମାନେ କେବେ ହେଲେ ନିଜର ଦୁର୍ବଳତା କାହା ଆଗରେ ପ୍ରକାଶ କରିବେ ନାହିଁ ।

ସବୁ ବେଳେ ଆପଣ ଗୋଟିଏ କଥା ମନେ ରଖିବେ ଯାହା ସହିତ ଯେତେ ମିଶାନ୍ତୁ ନାକାହିଁକି ତାଙ୍କର ବିଚାର ଧାରା ଓ ନିଜର ବିଚାର ଧାରା ସମାନ ହେଇଥାଉ ନାକାହିଁକି । ପରିବାରରେ କିଛି ପାଟିତୁଣ୍ଡ ହେଉଛି ଓ ଏହି କଥା କେବେ ହେଲେ କାହାକୁ ପ୍ରକାଶ କରନ୍ତୁ ନାହିଁ ନିଜେ କେବେ ହେଲେ ଭୁଲରେ ବି ନିଜର ଘରେ ହେଉଥିବା କାର୍ଯ୍ୟ ମଧ୍ୟ କୁହନ୍ତୁ ନାହିଁ ।

ସେହି ଲୋକ ହୁଏତ ଆପଣଙ୍କୁ ସେହି ସମୟରେ ସାନ୍ତନା ଦେଇପାରେ କିନ୍ତୁ ଆମେ ଚାଲିଗଲା ପରେ ସେ ଏହି କଥା ଭାବିବା କି ତାଙ୍କ ଘରେ ସବୁ ବେଳେ କିଛି ନା କିଛି ଟି ପାଟି ହେଉଛି, ବୋଧେ ପିଲାଟି ଭଲ ନୁହେଁ । ଆପଣ ମାନେ ଭଲ ଭାବରେ ଜାଣିଛନ୍ତି କି ସବୁ ଲୋକ ସ୍ଵାର୍ଥପର ଅଟନ୍ତି । ସେମାନେ ଖାଲି ତାଙ୍କର ସ୍ଵାର୍ଥ ଦେଖିଥାନ୍ତି ।

ଦୁତୀୟ କଥାଟି ହେଉଛି କୌଣସି ଦୁଖୀ ମଣିଷକୁ କେବେ ହେଲେ କଟୁ କଥା କୁହନ୍ତୁ ନାହିଁ ବା କଷ୍ଟ ଦିଅନ୍ତୁ ନାହିଁ । ବହୁତ ସମୟ ମନୁଷ୍ୟ ଏହି ଭଳି ଭୁଲ ହୋଇଥାଏ । କିନ୍ତୁ ଏହି ସମୟରେ ବହୁତ ଲୋକ ଥାନ୍ତି ତାଙ୍କୁ କଟୁ କଥା କୁହନ୍ତି । କିଛି ଲୋକ କୁହନ୍ତି କି ବହୁତ ଲୋକଙ୍କୁ ଠକିଛି ହଇରାଣ କରୁଛି ସେଥିପାଇଁ ସେ ଏହି ଭଳି ଅସୁବିଧା ଭୋଗ କରୁଛି ।

ହୁଏତ ସେ ବହୁତ ଖରାପ କର୍ମ କରି ଏପରି ଫଳ ଭୋଗ କରୁଛି କିନ୍ତୁ ଆମର ସେହି ଅଧିକାର ନାହିଁ ଯାହାକି ଆମେ ତାଙ୍କୁ ଏହି କଥା କହିବା ପାଇଁ । ଏହି କଥା କହି ଆମେ ମଧ୍ୟ ବହୁତ ବଡ ଭୁଲ କରି ଦେଉଛେ ସେଥିପାଇଁ ଆପଣ କେବେ ହେଲେ ଏହିପରି କରନ୍ତୁ ନାହିଁ । ଆମର ପ୍ରତ୍ୟକ କର୍ମ ଆମ ଜୀବନକୁ ନିର୍ଧାରଣ କରୁଛି ।

ଅର୍ଥାତ କହିବାକୁ ଗଲେ ଆମେ ଯଦି ତାର ଦୁଖ ସମୟରେ ତାର ସହାୟତା କରିଥିବା ତେବେ ସେହି ସୁକର୍ମ ଦ୍ଵାରା ଆମେ ମୋକ୍ଷର ଦ୍ଵାର ନିଜେ ହିଁ ତିଆରି କରିଥାଉ । ଆମ ଜୀବନର ଉଚତମ ରାସ୍ତା ଆମେ ନିଜେ ତିଆରି କରୁଛୁ । କିନ୍ତୁ ଆମେ ଯେଉଁ ବ୍ୟକ୍ତି ଦୁଖୀ ଥିବା ଅବସ୍ଥାରେ ତାକୁ କଟୁ କଥା କହିଥାଉ ତେବେ ଏହାର ଅର୍ଥ ଆମ ପାଇଁ ବହୁତ ଖରାପ ହେବ ।

କାରଣ ସେ କିଛି କହି ନପାରେ କିନ୍ତୁ ଆମେ ଏହି ଦଣ୍ଡ ଭୋଗିବା । ଆପଣ ଭୁଲରେ ଯେଉଁ ଜିନିଷ କରିବାକୁ ଚାହୁଛନ୍ତି ସେହି ଜିନିଷ ବିଷୟରେ କାହାକୁ ଆଗରେ ପ୍ରକାଶ କରନ୍ତୁ ନାହିଁ । ଏହା କରିବା ଦ୍ଵାରା ସେହି କାର୍ଯ୍ୟରେ ନିଶ୍ଚିତ ବାଧା ଆସିପାରେ ଓ ଅପମାନ ମଧ୍ୟ ପାଇବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button