IBN ଓଡ଼ିଶା ବ୍ୟୁରୋ

ସାପ ଠାରୁ ମଧ୍ୟ ଅଧିକ ବିଷଧର ହୋଇଥାନ୍ତି ଏହି ଲୋକ, ଏମାନଙ୍କ ଠାରୁ ସବୁବେଳେ ରୁହନ୍ତୁ ସତର୍କ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଆଧାରରେ ଆଚାର୍ଯ୍ୟ ଜଣେ ସାଧାରଣ ମଣିଷଙ୍କୁ ରାଜା କରିଥିଲେ । ତାଙ୍କର ନୀତି ବିଶ୍ୱ ପ୍ରସିଦ୍ଧ ବୋଲି ବିବେଚନା କରାଯାଏ । ଚାଣକ୍ୟ ଜୀବନର ମୂଲ୍ୟବୋଧକୁ ବର୍ଣ୍ଣନା କରିବା ସହିତ ଜୀବନ ସହ ଜଡିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦିଗକୁ ବର୍ଣ୍ଣନା କରିଛନ୍ତି । ତେଣୁ ଆଜି ଆମେ ଆପଣଙ୍କୁ ଚାଣକ୍ୟ ନୀତି ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବାକୁ ଯାଉଛୁ, ତେବେ ଆସନ୍ତୁ ଜାଣିବା ।

ଆଚାର୍ଯ୍ୟ ଚାଣକ୍ୟ ଏହା କହିଛନ୍ତି ଯେ ଜୀବନରେ ପ୍ରଥମେ ଏହି ତିନୋଟି ଲୋକ ଙ୍କୁ ପରଖିବା ଉଚିତ ଯେପରି ବଣିଆ ସୁନା କୁ ଭଲ ଭାବରେ ପରଖେ ସେହିପରି ମନୁଷ୍ୟ ନିଜ ଜୀବନରେ ଏହି ତିନି ଜଣଙ୍କୁ ଭଲ ଭାବରେ ଚିହ୍ନଟ କରିବା ଉଚିତ । ପ୍ରଥମ ଟି ହେଉଛି ନିଜ ଅନ୍ତରଙ୍ଗ ବନ୍ଧୁ, ଦ୍ୱିତୀୟ ଟି ହେଇଚି ନିଜ ସ୍ତ୍ରୀ ଏବଂ ତୃତୀୟ ଟି ନିଜ ପୁତ୍ର । ଯଦି ଏହି ତିନିଜଣ ଖରାପ ହୁଅନ୍ତି ତେବେ ବଞ୍ଚିବା କଷ୍ଟକର ହୋଇଯାଏ । ଏନେଇ ଆଚାର୍ଯ୍ୟ କିଛି ଶ୍ଳୋକ ମଧ୍ୟ ଲେଖିଛନ୍ତି ।

ତକ୍ଷକକ୍ଷ୍ୟ ବିଷ ଦନ୍ତେ ମାକିକାୟାଷ୍ଟୁ ମସ୍ତକେ ।

ବୃସ୍ଚିକାଶ୍ୟ ବିଷ ଲାଞ୍ଜ, ସର୍ବାଙ୍ଗୀ ଦୁର୍ଜନା ବିଷ ।

ଏହି ପଦରେ, ଆଚାର୍ଯ୍ୟ ଚାଣକ୍ୟ ମନ୍ଦ ଲୋକଙ୍କୁ ବିଷାକ୍ତ ଜୀବ ବିଛା ସହିତ ତୁଳନା କରିଛନ୍ତି, ସର୍ପ ତ ଥରେ ଦଂଶନ କରି ଚାଲିଯାଏ, କିନ୍ତୁ ବିଛା ବାରମ୍ବାର ଦଂଶନ କରି କଷ୍ଟ ଦିଏ, ଯେପରି ଚାଣକ୍ୟଙ୍କ ଅନୁଯାୟୀ ସାପ, ମହୁମାଛି ଏବଂ ବିଛା ବିଷରେ ପରିପୂର୍ଣ୍ଣ, ମନ୍ଦ ଲୋକମାନେ ମଧ୍ୟ ଭୟଙ୍କର ବିଷରେ ପରିପୂର୍ଣ୍ଣ, କେବଳ ପାର୍ଥକ୍ୟ ହେଉଛି ସାପ ଏହି ବିଷ ତାଙ୍କ ଦାନ୍ତରେ, ମହୁମାଛିର କପାଳ ଏବଂ ବିଛା ଲାଞ୍ଜରେ ରଖିଥିବାବେଳେ ବିଷାକ୍ତ ଲୋକଙ୍କ ସମ୍ପୂର୍ଣ୍ଣ ଶରୀର ବିଷାକ୍ତ ହୋଇଥାଏ ଏହାର ସଂସ୍ପର୍ଶରେ ଆସିଥିବା ମଣିଷ ଖରାପ ପ୍ରଭାବରୁ ରକ୍ଷା ପାଇବ ନାହିଁ । ଏପରି ଲୋକଙ୍କଠାରୁ ଦୂରରେ ରହିବା ଭଲ ।

“ପତିରାଜ୍ୟା ବିନା ନାରୀ ଉପସ୍ୟ ବ୍ରତ ଚାରିଣୀ”
ଆୟୁଷ୍ମାନ ହରତେ ଭର୍ତ୍ତୁ: ସା ନାରୀ ନର୍କ ବର୍ଜତେ!

ଶ୍ଲୋକ ମାଧ୍ୟମରେ ଚାଣକ୍ୟ ସ୍ୱାମୀଙ୍କ ଆଦେଶ ଏବଂ ପତି ସେବାକୁ ମହିଳାଙ୍କ ଅଳଙ୍କାର ବୋଲି କହିଛନ୍ତି । ସେ କହିଛନ୍ତି ଯେ ଯେଉଁ ମହିଳା ନିଜ ସ୍ୱାମୀଙ୍କ ଛୋଟ ଆଦେଶକୁ ମଧ୍ୟ ମାନନ୍ତି, ତା’ର ବିଶ୍ୱ ଦୃଷ୍ଟିକୋଣରେ ଉନ୍ନତି ଆସିଥାଏ । ଅପରପକ୍ଷେ ଯଦି ସେ ତାଙ୍କ ସ୍ୱାମୀଙ୍କ ବିନା ଅନୁମତିରେ କୌଣସି ଅପକର୍ମ କରନ୍ତି ତେବେ ତାହା ସ୍ୱାମୀଙ୍କ ମୃତ୍ୟୁର କାରଣ ହୋଇଯାଏ, ତେଣୁ ପତ୍ନୀ ସ୍ୱାମୀଙ୍କ ଆଦେଶ ଏବଂ ସ୍ୱାମୀଙ୍କ ଧର୍ମ ପାଳନ କରିବା ଉଚିତ୍ ।

ନା ଦାନାତ: ଶୁଦ୍ଧାୟତ ନାରୀ ନୋପାଭାଶରପର୍ପି’
“ନା ତିର୍ଥସେଭାୟା ତତ ଭର୍ତ୍ତୁ: ପଦୋକେଯଥା”

ସମ୍ମାନ କରିବା ସ୍ୱାମୀର ସେବା କରିବା ସମସ୍ତ କାର୍ଯ୍ୟ ଶୁଭ କାର୍ଯ୍ୟ ଭାବରେ ବିବେଚନା କରାଯାଏ, ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଯେଉଁ ମହିଳା ସ୍ୱାମୀଙ୍କ ଧର୍ମ ଅନୁସରଣ କରି ଦାନ, ଉପବାସ, ତୀର୍ଥଯାତ୍ରା କରି ସ୍ୱାମୀଙ୍କ ସେବାରେ ନିୟୋଜିତ ରୁହନ୍ତି ତାଙ୍କୁ ପବିତ୍ର ନଦୀରେ ସ୍ନାନ କରିବାର କୌଣସି ଆବଶ୍ୟକତା ନାହିଁ, ବରଂ ସ୍ୱାମୀ ସେବା ରେ ନିଜକୁ ଉତ୍ସର୍ଗ କରି ସେ ଶୁଦ୍ଧ ହୋଇଯାଏ । ଏହା ହିଁ ପତ୍ନୀ ପାଇଁ ମୋକ୍ଷ ପ୍ରାପ୍ତିର ମାର୍ଗ ଅଟେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button