IBN ଓଡ଼ିଶା ବ୍ୟୁରୋ

ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ! କାର୍ଯ୍ୟକ୍ରମ ସ୍ଥଳ ଛାଡ଼ିବା ବେଳେ ଭାଙ୍ଗିପଡ଼ିଲା ସ୍ୱାଗତ ତୋରଣ

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସୁରକ୍ଷାରେ ବଡ଼ ତ୍ରୁଟି ଦେଖିବାକୁ ମିଳିଛି । ସିଏମ୍‌ ପାଟନାର ବାଢ଼ ଅଞ୍ଚଳରେ ଦୁଇଟି ସରକାରୀ ବିଲ୍ଡିଂ ଉଦ୍‌ଘାଟନ କରିବାକୁ ଆସିଥିଲେ । କାର୍ଯ୍ୟକ୍ରମ ଶେଷ ହେବା ପରେ ତାଙ୍କ କାର୍‌କେଡ ପ୍ରତ୍ୟାବର୍ତ୍ତନ ପାଇଁ ବାହାରିଥିବା ସମୟରେ ସ୍ୱାଗତ ତୋରଣଟି ହଠାତ୍‌ ଭାଙ୍ଗି ପଡ଼ିଥିଲା । ରାସ୍ତାରେ ପାର୍ଶ୍ୱରେ ତିଆରି ଏହି ଅସ୍ଥାୟୀ ଗେଟ୍‌ ପବନ ମାଡ଼ରେ ଭୁଶୁଡ଼ି ପଡ଼ିଥିଲା ।

ସିଏମ୍‌ ନୀତୀଶ କୁମାର ବାଢ଼ର ବେଲଛି ବ୍ଲକରେ ନବନିର୍ମିତ ଅଫିସ୍‌ ଏବଂ ପୋଲିସ ଥାନା ଭବନକୁ ଉଦ୍‌ଘାଟନ କରିବାକୁ ଯାଇଥିଲେ । ଦୁଇଟି ବିଲ୍ଡିଂର ଉଦ୍‌ଘାଟନ ପରେ ତାଙ୍କ କାର୍‌କେଡ ଯିବାକୁ ବାହାରୁଥିବା ବେଳେ ସ୍ୱାଗତ ତୋରଣଟି ପବନ ମାଡ଼ରେ ଭାଙ୍ଗି ପଡ଼ିଥିଲା । ଫଳରେ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ ସେଠାରେ କିଛି ସମୟ ଅଟକି ରହିଥିଲା ।

ଏହି ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି ବୋଲି କୁହାଯାଉଛି । ଘଟଣାସ୍ଥଳରେ ଉପସ୍ଥିତ ଲୋକେ ଏବଂ ସୁରକ୍ଷାକର୍ମୀ ଅସ୍ଥାୟୀ ଗେଟ୍‌କୁ ତୁରନ୍ତ ଉପରକୁ ଉଠାଇବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ ସେହି ସ୍ଥାନ ଛାଡ଼ିଥିଲା । ସେଠାରୁ ସକୁଶଲ୍‌ ମୋକାମା ଆଡ଼କୁ ମୁଖ୍ୟମନ୍ତ୍ରୀ ବାହାରି ଯାଇଥିଲେ । ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button