IBN ଓଡ଼ିଶା ବ୍ୟୁରୋ

୪ଟି କଲର୍ ଅପ୍ସନରେ ଲଞ୍ଚ ହୋଇପାରେ Samsung Galaxy S24 FE, ଲଞ୍ଚ ପୂର୍ବରୁ ଲିକ୍ ହେଲା ଫିଚର୍ସ

ସାଉଥ କୋରିଆର ଅଗ୍ରଣୀ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ସାମସଙ୍ଗ ଚଳିତ ବର୍ଷ ଆରମ୍ଭରେ ଭାରତୀୟ ବଜାରରେ Samsung Galaxy S24 5G ସିରିଜ୍ ଲଞ୍ଚ କରିଥିଲା । ବର୍ତ୍ତମାନ କମ୍ପାନୀ ଆଉ ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ସାମସଙ୍ଗ ଖୁବ୍ ଶୀଘ୍ର ଭାରତ ସମେତ ବିଶ୍ୱ ବଜାରରେ ଗାଲାକ୍ସି S24 FE ଲଞ୍ଚ କରିପାରେ ।

ଗତ କିଛି ଦିନ ହେବ ଏହି ସ୍ମାର୍ଟଫୋନ୍ ବିଷୟରେ ଅନେକ ଖବର ସାମ୍ନାକୁ ଆସୁଛି । ତେବେ ବର୍ତ୍ତମାନ ଏହି ଫୋନର ଅନେକ ଫିଚର୍ସ ଏହାର ଲଞ୍ଚ ପୂର୍ବରୁ ପ୍ରକାଶ ପାଇଛି ।

ଆପଣଙ୍କୁ କହି ରଖୁଛୁ ଯେ ସାମସଙ୍ଗ ଏହାର ନୂଆ ଗାଲାକ୍ସି ଏସ୍ ସିରିଜ୍ ସହିତ ଏକ ଶସ୍ତା FE ମଡେଲ୍ ମଧ୍ୟ ଲଞ୍ଚ କରେ । ଗାଲାକ୍ସି S24 FE କମ୍ପାନୀର ଗାଲାକ୍ସି S24 ସିରିଜର ଏକ ଅଂଶ ହେବ । ଆଗାମୀ ସ୍ମାର୍ଟଫୋନରେ କମ୍ପାନୀ ମେନ୍ ସିରିଜ୍ ପରି ଗ୍ରାହକଙ୍କୁ ଅନେକ ଫ୍ଲାଗସିପ୍ ଫିଚର୍ସ ପ୍ରଦାନ କରିବ । ତେବେ ଏହାର ମୂଲ୍ୟ ମେନ୍ ସିରିଜ୍ ତୁଳନାରେ ବହୁତ କମ୍ ହେବାକୁ ଯାଉଛି । ଲାଟେଷ୍ଟ ଲିକ୍ ହୋଇଥିବା ରିପୋର୍ଟରେ ଗାଲାକ୍ସି S24 FE ର କଲର୍ ବିଷୟରେ ଏକ ବଡ ଅପଡେଟ୍ ପ୍ରକାଶ ପାଇଛି ।

ରିପୋର୍ଟ ଅନୁଯାୟୀ, କମ୍ପାନୀ ଚାରୋଟି ନୂଆ କଲର୍ ଅପ୍ସନ ସହିତ ସାମସଙ୍ଗ ଗାଲାକ୍ସି S24 FE ଲଞ୍ଚ କରିପାରେ । ଏଥିରେ ଗ୍ରାହକମାନେ ବ୍ଲୁ, ଗ୍ରାଫାଇଟ୍, ଗ୍ରୀନ ଏବଂ ୟେଲୋ କଲର୍ ଅପ୍ସନ ପାଇପାରିବେ । କୁହାଯାଉଛି ଯେ ଏହି କଲର୍ ସହିତ କମ୍ପାନୀ ଗାଲାକ୍ସି S24 FE ର ହ୍ୱାଇଟ କଲର ଭରିଆଣ୍ଟ ମଧ୍ୟ ଲଞ୍ଚ କରିପାରେ ।

ରିପୋର୍ଟ ଅନୁଯାୟୀ, ଗାଲାକ୍ସି S24 FE ର ଡିଜାଇନ୍ ଗାଲାକ୍ସି S23 FE ସହିତ ସମାନ ହେବାକୁ ଯାଉଛି । କମ୍ପାନୀ ଏହାର ଡିଜାଇନରେ କୌଣସି ପରିବର୍ତ୍ତନ କରିବାକୁ ଯାଉନାହିଁ । ନୂଆ ଫୋନରେ ମଧ୍ୟ ଗ୍ରାହକମାନେ ପୂର୍ବ ସିରିଜ୍ ପରି ସମାନ କ୍ୟାମେରା ମଡ୍ୟୁଲ୍ ପାଇବାକୁ ଯାଉଛନ୍ତି । ଡିସପ୍ଲେରେ, ୟୁଜର୍ସମାନେ ପଞ୍ଚ ହୋଲ୍ ଡିଜାଇନରେ ସେଲଫି କ୍ୟାମେରା ପାଇବେ ।

Samsung Galaxy S24 FE ଫିଚର୍ସ:

-ସାମସଙ୍ଗ ଏହାର ଆଗାମୀ Galaxy S24 FE ରେ ୬. ୭ ଇଞ୍ଚ ଫୁଲ୍ HD ପ୍ଲସ୍ ଡିସପ୍ଲେ ପ୍ରଦାନ କରିପାରିବ ।

-ଡିସପ୍ଲେରେ ୧୨୦Hz ର ରିଫ୍ରେସ ରେଟ୍ ଏବଂ ୧୯୦୦ ନିଟ୍ସର ବ୍ରାଇଟନେସ ସହିତ ଏକ ସୁପର AMOLED ପ୍ୟାନେଲ୍ ରହିପାରେ ।

-ଡ଼ିସପ୍ଲେକୁ ସୁରକ୍ଷିତ ରଖିବା ପାଇଁ, ଏହାକୁ ଗୋରିଲା ଗ୍ଲାସ୍ ପ୍ରୋଟେକ୍ସନ ସହିତ ଯୋଗାଇ ଦିଆଯାଇପାରେ ।

-ପରଫରମାନ୍ସ ପାଇଁ ସାମସଙ୍ଗ ଏହି ସ୍ମାର୍ଟଫୋନକୁ Exynos 2400 ଚିପସେଟ ସହିତ ବଜାରରେ ଲଞ୍ଚ କରିବାକୁ ଯାଉଛି ।

-ଏହାର ବ୍ୟାକରେ ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ରହିବ ଯେଉଁଥିରେ ୫୦ + ୧୨ + ୮ ମେଗାପିକ୍ସେଲ କ୍ୟାମେରା ଉପଲବ୍ଧ ହେବ ।

-ସେଲଫି ଏବଂ ଭିଡିଓ କଲିଂ ପାଇଁ Galaxy S24 FE ରେ ୧୦ ମେଗାପିକ୍ସେଲ କ୍ୟାମେରା ମିଳିପାରିବ ।

-Samsung Galaxy S24 FE ରେ ୪୫୬୫mAh ବ୍ୟାଟେରୀ ପ୍ରଦାନ କରିପାରିବ, ଯାହାକୁ ଆପଣ ୨୫W ଫାଷ୍ଟ ଚାର୍ଜିଂ ସହିତ ଚାର୍ଜ କରିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button