IBN ଓଡ଼ିଶା ବ୍ୟୁରୋ

ପ୍ୟାଣ୍ଟ ପଛ ପକେଟ୍‌ରେ ରଖନ୍ତୁ ନାହିଁ ପର୍ସ, ନଚେତ୍ ପଡ଼ିପାରନ୍ତି ଏହି ଗମ୍ଭୀର ରୋଗରେ

ପ୍ୟାଣ୍ଟ ପଛ ପକେଟ୍‌ରେ ପର୍ସ ରଖିବା, ହୁଏତ ଆପଣଙ୍କ ପାଇଁ ସୁବିଧା ହୋଇପାରେ, କିନ୍ତୁ ବାସ୍ତବରେ ଏହା ଆପଣଙ୍କୁ ରୋଗୀଣା କରିଦେବାରେ ସାହାଯ୍ୟ କରିଥାଏ। ତେଣୁ ଏବେଠୁ ଆପଣ ସତର୍କ ହୋଇଯାଆନ୍ତୁ। କାରଣ, ଏହାଦ୍ୱାରା ଆପଣ ଅସୁସ୍ଥ ହୋଇଯିବାର ସମ୍ଭାବନା ବହୁତ ବଢ଼ିଯାଇଥାଏ। କିଛି ଘଣ୍ଟା ଯଦି ଆପଣ ପର୍ସକୁ ପଛ ପ୍ୟାଣ୍ଟ ପକେଟ୍‌ରେ ରଖି ବସିରହିବେ, ତା’ହେଲେ ପାୟରୀ ଫୋର୍ମିସ୍ ନାମକ ଆମ ମାଂସପେଶୀ ସଙ୍କୁଚିତ ହୋଇଯିବ। ଫଳରେ ଉପର ପିଚାଠାରୁ ଆରମ୍ଭ କରି ଗୋଡ଼, ସବୁକିଛି ମୁଭ୍‌ମେଣ୍ଟ କରିବାରେ ସମସ୍ୟା ଉପୁଜିବ।

ବ୍ୟକ୍ତିଙ୍କ ଗୋଡ଼ରେ ଅସହନୀୟ ଭାବେ ଯନ୍ତ୍ରଣା ଆରମ୍ଭ ହୋଇଯିବ। ଏତିକି ହିଁ ନୁହେଁ, କେବେ କେବେ ଗୋଡ଼ରେ ବହୁତ କଷ୍ଟ ଅନୁଭବ ହେବା ସହିତ ଯିବାଆସିବାରେ ସମସ୍ୟା ଦେଖାଦେବ। ତେଣୁ ଏଥିପାଇଁ ପ୍ୟାଣ୍ଟ ପଛ ପକେଟ୍‌ରେ ପର୍ସ ରଖିବାଠୁ ଦୂରେଇ ରୁହନ୍ତୁ। ଯଦି ଆପଣ ଏମିତି ନ କରିବେ, ତା’ହେଲେ ଘଣ୍ଟା ଘଣ୍ଟା ଧରି ଗୋଟିଏ ପୋଜିସନରେ ବସିବେ ନାହିଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button