IBN ଓଡ଼ିଶା ଏକ୍ସକ୍ଲୁସିଭ୍

ସିଜେରିଆନ ପରେ ନର୍ମାଲ ଡେଲିଭରୀ ହୋଇପାରିବା କଣ ସମ୍ଭବ ? ଜାଣନ୍ତୁ କଣ କୁହନ୍ତି ଡାକ୍ତର

ଗର୍ଭାବସ୍ଥା ସବୁ ମହିଳାଙ୍କ ପାଇଁ ଏକ ବହୁତ ଖାସ୍‌ ମୂହୁର୍ତ୍ତ ହୋଇଥାଏ। ଏହି ସମୟରେ ମହିଳାଙ୍କ ଠାରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ଏଥିପାଇଁ ସେମାନେ ଚାହାନ୍ତି ଯେମିିତି ଡେଲିଭରୀ ଜଲଦି ହେଇଯାଉ। ଆଜିକାଲିର ଭୁଲ ଜୀବନଶୈଳୀ ପାଇଁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ବଢ଼ିବାରେ ଲାଗିଛି। ଏହି କାରଣରୁ ଗର୍ଭାବସ୍ଥା ସମୟରେ ଅନେକ ଅସୁବିଧାକୁ ସାମ୍ନା କରିବାକୁ ପଡିଥାଏ। ଏହି କାରଣରୁ ନର୍ମାଲ ଡେଲିଭରୀ ବଦଳରେ ଡାକ୍ତର ସିଜେରିଆନ ଡେଲିଭରୀ କରାଇଦେଉଛନ୍ତି। ଏଥିପାଇଁ ଗର୍ଭାବସ୍ଥା ସମୟରେ ମହିଳାଙ୍କୁ ସୁସ୍ଥ ଖାଦ୍ୟପେୟ ଏବଂ ଉଚିତ ଜୀବନଶୈଳୀ ଉପରେ ଖାସ୍‌ ଧ୍ୟାନ ରଖିବାକୁ ହେବ।

ସାଧାରଣତଃ ଲୋକମାନଙ୍କ ଧାରଣା ଥାଏ ଯେ ପ୍ରଥମ ଡେଲିଭରୀ ଯଦି ସିଜେରିଆନ ହୋଇଥାଏ ତେବେ ଦ୍ୱିତୀୟ ଡେଲିଭରୀ ଆଉ ନର୍ମାଲ ହେଇପାରିବନାହିଁ। କିନ୍ତୁ ଏମିତି ଆଦୌ ବି ହୋଇନଥାଏ, ସିଜେରିଆନ ପରେ ନର୍ମାଲ ଡେଲିଭରୀ ହୋଇପାରିବ। ତେବେ ଆସନ୍ତୁ ଜାଣିବା ଥରେ ସିଜେରିଆନ ପରେ ଦ୍ୱିତୀୟ ଡେଲିଭରୀ କେମିତି ହୋଇପାରିବ। ତେବେ ଏଥିପାଇଁ ଆପଣ ଅନେକ କଥା ଉପରେ ଧ୍ୟାନ ରଖିବା ଜରୁରୀ।

chuildଦୁଇ ଗର୍ଭାବସ୍ଥା ମଝିରେ ବ୍ୟବଧାନ ରଖିବା ଜରୁରୀ

ଯଦି ଆପଣଙ୍କ ପ୍ରଥମ ଡେଲିଭରୀ ସିଜେରିଆନ ହୋଇଛି ଏବଂ ଆପଣ ଦ୍ୱିତୀୟ ଡେଲିଭରୀ ନର୍ମାଲ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ସର୍ବପ୍ରଥମେ ଏହି କଥା ଉପରେ ଧ୍ୟାନ ରଖିବାକୁ ହେବ ଯେ ଦ୍ୱିତୀୟ ଡେଲିଭରୀରେ ପ୍ରଥମ ଡେଲିଭରୀ ଠାରୁ ଅତି କମରେ ୧୮ ମାସ ବ୍ୟବଧାନ ରହିବା ଜରୁରୀ।

ପିଲାର ଓଜନ

pregnantଯଦି ଆପଣ ସିଜେରିଆନ ଡେଲିଭରୀ ପରେ ନର୍ମାଲ ଡେଲିଭରୀ ଚାହୁଁଛନ୍ତି ତେବେ ଆପଣଙ୍କୁ ନଅ ମାସରେ ଗର୍ଭରେ ଥିବା ଶିଶୁର ଓଜନ ଉପରେ ଧ୍ୟାନ ରଖିବାକୁ ହେବ। କାରଣ ପିଲାର ଓଜନ ଉପରେ ନିର୍ଭର କରିଥାଏ ଯେ ଆପଣଙ୍କ ଡେଲିଭରୀ କେମିତି ହୋଇପାରିବ।

ସଂକ୍ରମଣ ନହେବା

ଡାକ୍ତର ପରାମର୍ଶ କରନ୍ତି ଯେ ସିଜେରିଆନ ଡେଲିଭରୀ ପରେ ନର୍ମାଲ ଡେଲିଭରୀ ସେତେବେଳେ ସମ୍ଭବ ହେବ ଯେତେବେଳେ ସିଜେରିଆନ ପରେ ମା’ର କୌଣସି ପ୍ରକାର ଇନଫେକସନ ବା ସଂକ୍ରମଣ ହୋଇନଥିବ। ଅବଶ୍ୟ ସିଜେରିଆନ ଡେଲିଭରୀ ସମୟରେ ଇନଫେକସନ୍‌ ହେବାର ଅଧିକ ସମ୍ଭାବନା ରହିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button