IBN ଓଡ଼ିଶା ବ୍ୟୁରୋ

କଣ ବଳକା ଖାଦ୍ୟକୁ ପୁଣି ଗରମ କରି ଖାଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ

ଆଜିକାଲି ଦୈନନ୍ଦିନ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଦେଖାଯାଇଥାଏ । ଏହିସବୁ ମଧ୍ୟରୁ ଗୋଟିଏ କଥା ଉପରେ ଆମେମାନେ ବିଲକୁଲ୍‌ ଧ୍ୟାନ ଦେଇନଥାଉ କି ବଳକା ରହିଯାଇଥିବା ଖାଦ୍ୟକୁ ପୁଣି ଥରେ ଗରମ କରି ଖାଇବା ଉଚିତ୍‌ କି ନାହିଁ। କେବେ କେବେ ଆମ ମାନଙ୍କ ପାଖରେ ତାଜା ଖାଦ୍ୟ ପ୍ରସ୍ତୁତ କରିବାରେ ସମୟର ଅଭାବ ଏବଂ ଅଧିକ ଖାଦ୍ୟ ବଳକା ରହିଯିବାରୁ ଆମେମାନେ ସେହି ଖାଦ୍ୟକୁ ପୁଣି ଥରେ ଗରମ କରି ଖାଇଥାଉ। କିନ୍ତୁ କାରଣ ଯାହା ହେଲେ ମଧ୍ୟ ଆମେମାନେ ବଳକା ରହିଯାଇଥିବା ଖାଦ୍ୟଠାରୁ ଦୂରେଇ ରହିବା ଉଚିତ୍‌।

ଆମେ ଆପଣଙ୍କୁ ଏପରି କହିବାର କାରଣ ହେଉଛି ଏକ୍ସପଟର୍ସମାନଙ୍କ ଦ୍ୱାରା ପ୍ରମାଣିତ ହୋଇଛି ବଳକା ରହିଯାଇଥିବା ଖାଦ୍ୟକୁ ପୁଣି ଥରେ ଗରମ କରିବା ଦ୍ୱାରା ସେଥିରେ ଥିବା କେମିକାଲ ବଦଳି ଯାଇଥାଏ, ଯେଉଁ କାରଣରୁ ଫୁଡ୍ ପଏଜନିଂଗ ଭଳି ଅନେକ ସମସ୍ୟା ଦେଖାଯାଇଥାଏ।

food toxicsଜାଣନ୍ତୁ ଦ୍ୱିତୀୟ ଥର ପାଇଁ ଖାଦ୍ୟକୁ ଗରମ ଅନୁଚିତ୍ କାହିଁକ?

ଖାଦ୍ୟରେ ଭଲ ବ୍ୟାକ୍ଟେରିଆ ରହିଥାନ୍ତି। ଏହିକାରଣରୁ ଖାଦ୍ୟକୁ ପୁଣିଥରେ ଗରମ କରିବା ଦ୍ୱାରା ଫୁଡ୍ ପଏଜନିଂଗ ହେବାର ଆଶଙ୍କା ରହିଥାଏ। ଉଦାହରଣ ସ୍ୱରୂପ, ଚାଉଳରେ ଗୋଟିଏ ବ୍ୟାକ୍ଟେରିଆର ଅପୁଷ୍ପକ ଉଭିଦର ଜୀବକଣ ରହିଥାଏ ଏବଂ ତାହା ଭାତ ହେବା ପରେ ମଧ୍ୟ ଜୀବିତ ରହିଥାଏ। ଯେତେବେଳେ ଚାଉଳକୁ ସାମାନ୍ୟ ତାପମାତ୍ରାରେ ଛାଡିଦିଆଯାଏ ସେହି ସମୟରେ ବ୍ୟାକ୍ଟେରିଆ ବିକଶିତ ହୋଇଯାଇଥାଏ, କିନ୍ତୁ ଏହାକୁ ଯଦି ଗରମ କରାଯାଏ ତେବେ ତାହା ବିଷାକ୍ତ ହେଇଯାଇଥାଏ। ଯାହାଫଳରେ ଡାଇରିଆ ଏବଂ ବାନ୍ତି ଭଳି ସମସ୍ୟା ହୋଇପାରେ।

reheat-leftoversସେହିଭଳି ପାଳଙ୍ଗ ଶାଗ, ଧନିଆ ପତ୍ର ଭଳି ସବୁଜ ପତ୍ର ଥିବା ପରିବାରେ ପ୍ରଚୁର ମାତ୍ରରେ ଆଇରନ ଏବଂ ନାଇଟ୍ରେସ୍ ରହିଥାଏ। ଯେତେବେଳେ ନାଇଟ୍ରେସ୍ ରେ ଭରପୁର ଥିବା ଏହିସବୁ ପରିବାକୁ ଗରମ କରାଯାଏ ତେବେ ଏହା ନାଇଟ୍ରାଇଟ୍ ରେ ପରିବର୍ତ୍ତନ ହୋଇଯାଇଥାଏ। ଯାହାଫଳରେ ଏହିସବୁ ଖାଦ୍ୟ ଭୋଜନ କରିବା ଦ୍ୱାରା ଶରୀରରେ କର୍କଟ ରୋଗ କାରକ ତତ୍ତ୍ୱର ବିକାଶ ହୋଇଥାଏ। ଏହିକାରଣରୁ ଏହି ସବୁ ଜିନିଷକୁ ଧ୍ୟାନରେ ରଖି ବଳକା ଖାଦ୍ୟକୁ ପୁଣି ଥରେ ଗରମ କରି ଖାଇବା ଠାରୁ ଦୂରେଇ ରୁହନ୍ତୁ।

ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଖାଦ୍ୟ ପଦାର୍ଥରେ ଆଳୁ, ଚିକେନ୍‌, ଛତୁ, ଅଣ୍ଡା, ଧନିଆ ଏବଂ ବିଟ୍ ଭଳି ଜିନିଷକୁ କେବେବି ଦ୍ୱିତୀୟ ଥର ପାଇଁ ଗରମ କରି ଖାଇବା ଅନୁଚିତ୍‌।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button