ମନୋରଞ୍ଜନ

‘ପରଦାରେ ଅନେକ ବଡ଼ବଡ଼ ଷ୍ଟାରଙ୍କୁ ମାରି ଦୁଃଖୀ କରି ଦେଇଥାଆନ୍ତି ଆଟଲି‘: ଦର୍ଶକ – Ibnodisha

[ad_1]

ନୂଆଦିଲ୍ଲୀ: ଆଟଲିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଯବାନ’ରେ ଅନେକ ଟୁଇଷ୍ଟ ଓ ଟର୍ଣ୍ଣ ଅଛି। ସିନେମାର ପ୍ରଥମ ଦୃଶ୍ୟରୁ ହିଁ ଦର୍ଶକ ବାନ୍ଧି ହୋଇଯାଉଛନ୍ତି। ଫିଲ୍ମର ପ୍ରତ୍ୟେକ ପାର୍ଟରେ ଏପରି ଆଶ୍ଚର୍ଯ୍ୟଜନକ ଘଟଣା ରହିଛି, ଯାହା ଆପଣଙ୍କ ଭିତରେ ପରବର୍ତ୍ତୀ ସମୟରେ କ’ଣ ହେବ ତାହାକୁ ନେଇ କୌତୂହଳ ସୃଷ୍ଟି କରୁଛି।

‘ଯବାନ’ରେ ଦୀପିକା ପାଦୁକୋନ ଏବଂ ସଞ୍ଜୟ ଦତ୍ତଙ୍କ ଭଳି କଳାକାରଙ୍କ ସରପ୍ରାଇଜ୍‌ ଏଣ୍ଟ୍ରି ବି ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏତଦ ବ୍ୟତୀତ ଦୀପିକାଙ୍କ ମୃତ୍ୟୁ ବି ଦର୍ଶକଙ୍କୁ ଦୁଃଖୀ କରି ଦେଉଛି।

‘ଯବାନ’ ସିନେମାରେ ଦୀପିକାଙ୍କ ମୃତ୍ୟୁକୁ ଦେଖିବା ପରେ ଦର୍ଶକ ଆଟଲିଙ୍କୁ ଥଟ୍ଟା କରିଛନ୍ତି। ଆଉ କହିଛନ୍ତି, ‘ନିର୍ଦ୍ଦେଶକ ଆଟଲି ପରଦାରେ ଅନେକ ଷ୍ଟାରଙ୍କୁ ମାରି ଦେଇଛନ୍ତି। ଯେମିତି କି ‘ଯବାନ’ ସିନେମାରେ ଦୀପିକା ପାଦୁକୋନଙ୍କୁ, ଡେବ୍ୟୁ ସିନେମା ‘ରାଜାରାଣୀ’ର ମୁଖ୍ୟ ଭୂମିକାରେ ଥିବା ନଜରିୟା ନାଜିମଙ୍କୁ ବି ପରଦାରେ ଆଟଲି ମାରି ଦେଇଛନ୍ତ।

ସେହିପରି ସିନେମା ‘‌ଥେରି’ରେ ସମାନ୍ଥଙ୍କୁ, ‘ମିର୍ସଲ’ ଓ ‘ବିଗିଲ’ରେ ଥଲପତି ବିଜୟଙ୍କୁ ପରଦାରେ ହତ୍ୟା କରିଥିଲେ ଆଟଲି।’

ତେବେ ଆଟଲିଙ୍କ ନିର୍ଦ୍ଦେଶିକ ସିନେମାର କାହାଣୀ ସ୍ବତନ୍ତ୍ର ଥାଏ। ତ‌ାଙ୍କର ପ୍ରତିଟି ସିନରେ କିଛି ନା କିଛି ଟୁଇଷ୍ଟ ଥାଏ। ଯାହାକି ଦର୍ଶକଙ୍କୁ ବାନ୍ଧି ରଖିଥାଏ। ଯାହାଫଳରେ ଦର୍ଶକ ସିନେମାଟିକୁ ପୂରା ଦେଖିବା ପର୍ଯ୍ୟନ୍ତ ବସି ରହିଥାଆନ୍ତି। ସିନେମାଟିକୁ ଶେଷ ପର୍ଯ୍ୟନ୍ତ ଦେଖିବା ପରେ ଦର୍ଶକ ଖୁସି ହୋଇ ପ୍ରେକ୍ଷାଳୟରୁ ବ‌ାହାରି ଥାଆନ୍ତି। ଆଉ ଆଟଲିଙ୍କ ନିର୍ଦ୍ଦେଶନାକୁ ଖୁବ ପ୍ରଶଂସା କରିଥାଆନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button