ରାଜ୍ୟ

ଏକାଠି ବସି ନୂଆଁ ଖାଇଲେ ରାଜ ପରିବାର – Ibnodisha

[ad_1]

ବଲାଙ୍ଗୀର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଆଜି ବଲାଙ୍ଗୀରରେ ଧୁମଧାମରେ ପାଳିତ ହୋଇଯାଇଛି। ପରମ୍ପରା ଅନୁଯାୟୀ ନୂଆଁଖାଇ ପାଇଁ ପ୍ୟାଲେସରୁ ହିଁ ଲଗ୍ନ ନିର୍ଦ୍ଧାରଣ ହୋଇଥାଏ। ଏଥିପା‌ଇଁ ପୂର୍ବରୁ ଲଗ୍ନଧାର୍ଯ୍ୟ ମଧ୍ୟ ହୋଇ ସାରା ଜିଲ୍ଲାରେ ବିଜ୍ଞାପିତ କରାଯାଇଥିଲା। ବଲାଙ୍ଗୀରର ମା’ ସମଲେଶ୍ବରୀ ଓ ମା’ ପାଟଣେଶ୍ବରୀଙ୍କଠାରେ ଲଗ୍ନ ଅନୁଯାୟୀ ନୂଆଁ ଲାଗି ହେଲା ପରେ ଲୋକେ ପରିବାର ସହିତ ଏକାଠି ହୋଇ ନୂଆଁ ଖାଇଥିଲେ। ପାଟଣା ରାଜ ପରିବାର ସଦସ୍ୟ ମଧ୍ୟ ଏକତ୍ରିତ ହୋଇ ନୂଆଁ ଖାଇଥିଲେ।

ପାଟଣା ମହାରାଜା ସ୍ବର୍ଗତ ରାଜେନ୍ଦ୍ର ନାରାୟଣଙ୍କ ପରିବାର ସଦସ୍ୟ ବିଜେଡି ଓ ବିଜେପିରେ ରାଜନୀତି କରୁଥିବା ବେଳେ ଆଜି ଏକାଠି ହୋଇ ନୂଆଁ ଖାଇଥାନ୍ତି। କନକବର୍ଦ୍ଧନ ସିଂହଦେଓ, ଅନଙ୍ଗଉଦୟ ସିଂହଦେଓ, ହାଉସିଂବୋର୍ଡ଼ ଅଧ୍ୟକ୍ଷ କଳିକେଶ ନାରାୟଣ ‌ସିଂହଦେଓ, ତାଙ୍କ ପତ୍ନୀ ମେଘନା ରାଣା ସିଂହଦେଓ ଓ ଛୋଟ ଝିଅ ଅମାୟେରା ସିଂହଦେଓ ଉପସ୍ଥିତ ଥିଲେ। ପରେ ମନ୍ଦିର ଦର୍ଶନ ଓ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କନକବର୍ଦ୍ଧନ ସିଂହଦେଓଙ୍କ ପରିବାର ସଦସ୍ୟ ଅନୁପସ୍ଥିତ ଥିବା ବେଳେ ଅନଙ୍ଗଙ୍କ ଅନ୍ୟ ପୁଅ ବୋହୂମାନେ ଅନୁପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button