IBN ଓଡ଼ିଶା ଏକ୍ସକ୍ଲୁସିଭ୍

ପିରିୟଡ୍ସ ବେଳେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ଯ, ନଚେତ ଅସୁବିଧାରେ ପଡି ପାରନ୍ତି, ଦେଖନ୍ତୁ ଏନେଇ କ’ଣ କହୁଛନ୍ତି Dietician Tapaswini Das

ଅଧିକାଂଶ ମହିଳା ପିରିୟଡ୍ସ ବା ଋତୁସ୍ରାବ ବେଳେ ଠିକ ଭାବେ ଖାଦ୍ୟପେୟ କରନ୍ତି ନାହିଁ । ଏହି ସମୟରେ କେତେକ ଅସ୍ଵାସ୍ଥ୍ୟକର ଖାଦ୍ଯ ଖାଇବା ଦ୍ଵାରା ଏହା ପିରିୟଡ୍ସ ଉପରେ କହରାପ ପ୍ରଭାବ ପକାଇଥାଏ ଓ ଏଥିରେ ଅସନ୍ତୁଳନ ଦେଖା ଦେଇଥାଏ । ତେଣୁ ପିରିୟଡ୍ସ ସମୟରେ କ’ଣ ଖାଇବେ କ’ଣ ନାହିଁ ଏହା ଜାଣି ରଖିବା ମଧ୍ୟ ନିହାତି ଆବଶ୍ୟକ ଅଟେ । ତେବେ ଆସନ୍ତୁ ଜାଣିବା ପିରିୟଡ୍ସ ବେଳେ କେଉଁ ଖାଦ୍ଯ ଖାଇବେ ଏବଂ କଣ ଖାଇବେ ନାହିଁ, ଡାଏଟିସିଆନ ସୁଶ୍ରୀ ତପସ୍ଵିନୀ ଦାସଙ୍କ ଠାରୁ ।

ଜଣେ ମହିଳା ସାଧାରଣ ଭାବେ ଜୀବନଯାପନ କରିବା ପାଇଁ ପିରିୟଡ୍ସ ହେବା ନିହାତି ଜରୁରୀ । କିନ୍ତୁ ଏହି ପିରିୟଡ୍ସ ଅଧିକ ହେବା କିମ୍ବା ବହୁତ କମ୍ ହେବା ମଧ୍ୟ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ତେବେ ପିରିୟଡ୍ସ ସମୟରେ କିଛି ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଆବଶ୍ୟକ ରହିଛି । ବିଶେଷ କରି ପିରିୟଡ୍ସ ବେଳେ ଦେହ ଯେପରି ଥଣ୍ଡା ରହିବ ନାହିଁ ସେଥିପ୍ରତି ଧ୍ୟାନ ଦେବେ ।

ସେଥିପାଇଁ ଏହି ସମୟରେ ଥଣ୍ଡା ପାଣି, କୋଲ୍ଡ ଡ୍ରିଙ୍କସ୍, ବାସି ପଖାଳ, ଆଇସକ୍ରିମ, ଖଟା ଦହି, ଯେତେବେ ନାଳୁଆ ଜାତୀୟ ଜିନିଷ ଯେପରିକି ସାରୁ, ଭେଣ୍ଡି, ପୋଇ ଆଦି ଏବଂ ମ୍ୟୁକୋସ ଜାତୀୟ ଜିନିଷ ଖାଇବା ଉଚିତ ନୁହେଁ । ପିରିୟଡ୍ସ ବେଳେ ଯେତେ ତଟକା ଏବଂ ଗରମ ଜିନିଷ ଆପଣ ଖାଇବେ ଆପଣଙ୍କ ପାଇଁ ସେତେ ଭଲ । ଗରମ ଭାତ, ପତଳା ଡାଲି, ପ୍ରୋଟିନ ଯୁକ୍ତ ଖାଦ୍ଯ, କ୍ୟାଲସିୟମ ଯୁକ୍ତ ଖାଦ୍ଯ ଖାଆନ୍ତୁ ।

ଗରମ କ୍ଷୀର ପିଅନ୍ତୁ, ସିଜିନାଲ ପରିବା ଏବଂ ଫଳ ସବୁ ମଧ୍ୟ ପିରିୟଡ୍ସ ବେଳେ ଭୋଜନ କରିବାକୁ ଚେଷ୍ଟା କରନ୍ତୁ । ସେହିପରି ଛତୁଆ, ଚୂଡା ଆଦି ମଧ୍ୟ ଆପଣଙ୍କ ଖାଦ୍ୟ ସାରଣୀରେ ସାମିଲ କରିପାରିବେ । କିନ୍ତୁ ପିରିୟଡ୍ସ ବେଳେ ମିଠା ଜାତୀୟ ଖାଦ୍ଯ ବିଲକୁଲ ମଧ୍ୟ ଖାଇବା ଉଚିତ ନୁହେଁ । କାରଣ ଏହି ସମୟରେ ଆମ ଶରୀରରେ ଇନସୁଲିନ ସଠିକ ଭାବେ କ୍ଷରଣ ହୁଏ ନାହିଁ । ସେଥିପାଇଁ ଅଧିକ ମିଠା, ତେଲ ଏବଂ ଚର୍ବି ଜାତୀୟ ଖାଦ୍ଯ ଆଦି ଖାଇବା ଉଚିତ ନୁହେଁ ।

ଅଧିକ ମଇଦାଯୁକ୍ତ ଖାଦ୍ଯ, ତେଲ ଛଣା, କେକ୍, ପେଷ୍ଟ୍ରି, ଟ୍ରାନ୍ସଫ୍ୟାଟ ତଥା ଚିପ୍ସ ଜାତୀୟ ଖାଦ୍ଯ ଆଦି ଖାଇବା ଉଚିତ ନୁହେଁ । ପିରିୟଡ୍ସ ବେଳେ ବାସି ଏବଂ ଖଟା ଜାତୀୟ ଖାଦ୍ୟ ମଧ୍ୟ ନ ଖାଇବା ଉଚିତ । ଦରସିଝା ଖାଦ୍ଯ ବା ଯେଉଁ ଖାଦ୍ଯ ସହଜରେ ହଜମ ହୁଏ ନାହିଁ, ସେହିଭଳି ଖାଦ୍ଯ ମଧ୍ୟ ପିରିୟଡ୍ସ ବେଳେ ଖାଇବା ଉଚିତ ନୁହେଁ । ପିରିୟଡ୍ସ ବେଳେ ଯାହା ମଧ୍ୟ ଖାଇବେ ସବୁବେଳେ ତଟକା ଏବଂ ଉଷୁମ ଜିନିଷ ଖାଇବାକୁ ଚେଷ୍ଟା କରନ୍ତୁ ।

ଏହାସହ ଆପଣଙ୍କର ଯେକୌଣସି ଅସୁବିଧା ଦେଖା ଦେଲେ ପ୍ରଥମେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ମନଇଛା ଚିକିତ୍ସା କରିବା ବା ଔଷଧ ଖାଆନ୍ତୁ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button