IBN ଓଡ଼ିଶା ଏକ୍ସକ୍ଲୁସିଭ୍

ହ୍ଵାଇଟ ଫଙ୍ଗସ କଣ ଓ ଏହା କାହାକୁ ହେଇପାରେ ? Dr. Sunil Kota

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ନୂଆ ରୋଗ ବିଷୟରେ କହିବାକୁ ଯାଉଛୁ ଯାହା କୋରୋନା ଭାଇରସର ଦିତୀୟ ଲହରରେ ଲୋକ ମାନେ ସୁସ୍ଥ ହେବା ପରେ ଆଉ ଏକ ନୂତନ ରୋଗର ଶିକାର ହେଉଛନ୍ତି ।

ସେହି ରୋଗର ନାଁ ହେଉଛି ୱ୍ହାଇଟ ଫଙ୍ଗସ ଯାହା ଅତି ମାରାତ୍ମକ ରୋଗ ଅଟେ । ଏହି ରୋଗ କୋରୋନା ଭଳି ଫୁସଫୁସକୁ ଆକ୍ରାନ୍ତ କରିଥାଏ । ଏହା ବ୍ଲାକ ଫାଂସ ଠାରୁ ମଧ୍ୟ ଅତି ଭୟଙ୍କର ରୋଗ ଅଟେ । ଯଦି ଏହାର ସଠିକ ସମୟରେ ଚିକିତ୍ସା ନ କରାଯାଏ ତେବେ ଅନେକ ସମସ୍ଯା ସୃଷ୍ଟି ହୋଇଥାଏ । ଏହି ରୋଗ ବିଶେଷତା ଡାଇବେଟିସ ବା ବ୍ଲଡ଼ ପ୍ରେସର ବା ଅନ୍ୟ କୌଣସି ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କୁ ଅଧିକ ଆକ୍ରାନ୍ତ କରୁଛି ।

ଏହି ୱ୍ହାଇଟ ଫଙ୍ଗସ ଚର୍ମ, ପାଟି ବା ଅନ୍ତନଳୀକୁ ମଧ୍ୟ ଆକ୍ରାନ୍ତ କରିଥାଏ । ୱ୍ହାଇଟ ଫଙ୍ଗସର ଲକ୍ଷଣ ହେଉଛି ବାନ୍ତି ହେବା, ପେଟ କାଟିବା, ଖାଇବା ସମୟରେ ଗଲା ଦରଜ ହେବା ଇତ୍ୟାଦି ।ଆସ୍ପର୍ଗିଲୋସିସ ଭଳି ଫାଙ୍ଗସ ଆମ ପରିବେଶରରେ ବିଭିନ୍ନ ପ୍ରକାରର ଦେଖା ଯାଇଥାଏ ଯଥା ଚାଷରେ ବ୍ୟବହାର ହେଉଥିବା ଖତ, ପତ୍ର ପଚିଯିବା, ପରିବା ଚୋପା ପଚିଯିବା ବା ଶସ୍ଯ ଯେଉଁଠାରେ ସଂଗ୍ରହ ହୋଇଥାଏ ସେହି ଠାରେ ଏହି ଫଙ୍ଗସ ଦେଖା ଯାଇଥାଏ । ଯେଉଁ ବ୍ଯକ୍ତିର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ ରହିଥାଏ ସେମାନଙ୍କ ଠାରେ ୱ୍ହାଇଟ ଫାଙ୍ଗସ ଅଧିକ ମାତ୍ରାରେ ଆକ୍ରାନ୍ତ କରିଥାଏ ।

ଜ୍ଵର, କାଶ, କଫରେ ରକ୍ତ ପଡିବା, ନିଶ୍ଵାସ ପ୍ରଶ୍ଵାସରେ କଷ୍ଟ ହେବା ସମସ୍ଯା ହେଲେ ଏହି ରୋଗ ଆମ ଶରୀରର କିଡନି, ଲିବାର ଆଡିକୁ ଆକ୍ରାନ୍ତ କରିଥାଏ । ଓଜନକ୍ଷୟ ଦୁର୍ବଳତା ଲକ୍ଷଣ ମଧ୍ୟ ଦେଖାଯାଏ । ଯେଉଁ ମାନଙ୍କର ରକ୍ତ ଜରିଆରେ ଆସ୍ପର୍ଗିଲୋସିସ ଅଧିକ ମାତ୍ରାରେ ବ୍ୟାପିଥାଏ ସେମାନଙ୍କର ଛାତି ବା ଗୋଡହାତରେ ଯନ୍ତ୍ରଣା ହେବା,ମୁଣ୍ଡ ଓ ଆଖିରେ ବ୍ୟଥା ହେବା, ଚର୍ମରେ କିଛି ଘା ଦେଖାଯିବା ସହ ଆମ ହାର୍ଟ ଓ ବ୍ରେନରେ ମଧ୍ୟ ଲକ୍ଷଣ ଦେଖାଯାଏ । କିଛି କ୍ଷେତ୍ରରେ ଫୁସଫୁସରେ ମଧ୍ୟ ଆକ୍ରାନ୍ତ କରିଥାଏ ।

କ୍ୟାଣ୍ଡିଡିୟସ ଏମିତି ଏକ ଲକ୍ଷଣ ଯାହା ଶିଶୁ, ମହିଳା ଓ ବୟସ୍କ ବ୍ୟକ୍ତିଙ୍କ ଠାରେ ଦେଖାଯାଏ । ୱ୍ହାଇଟ ଫଙ୍ଗସରେ ଆକ୍ରାନ୍ତ ହୋଇଥିଲେ ଆଲର୍ଜି ଓ ଆଣ୍ଟି ବେଟିକ ଟେଷ୍ଟିଙ୍ଗ କରିବା ପାଇଁ ଚର୍ମ ଓ ରକ୍ତର ପରୀକ୍ଷା କରାଯାଏ । ଏକ୍ସରେ ବା ସିଟି ସ୍କ୍ଯାନ ଦ୍ଵାରା ଏହି ରୋଗ ଫୁସଫୁସକୁ କେତେ ମାତ୍ରାରେ ଆକ୍ରାନ୍ତ କରିଛି ତାହା ଜଣାପଡିଥାଏ । ଯେଉଁ ମାନଙ୍କର ଶ୍ଵାସ ସମସ୍ଯା ରହିଛି ସେମାନଙ୍କର ଇଣ୍ଡୋସ୍କୋପି ପରୀକ୍ଷା କରାଯାଏ । କ୍ୟାଣ୍ଡିଡିୟାସ ଚିକିତ୍ସା ପାଇଁ କିଛି ବଟିକା ରହିଛି ଯଥା ନିଷ୍ଟାଟିଲ, ଫ୍ଲୁକନଆଜୋଲ ଇତ୍ୟାଦି।

ଯେଉଁ ମାନଙ୍କର ରକ୍ତରେ ଏହି ରୋଗ ଅଧିକ ବ୍ୟାପୀ ଯାଇଛି ସେହି କ୍ଷେତ୍ରରେ ଆମ୍ଫୋଟେରିସିନ-ବି ମେଡ଼ିସିନ ଇଞ୍ଜେକ୍ସନ ଜରିଆରେ ବ୍ୟବହାର କରାଯାଏ । ଏହି ରୋଗରେ ଆକ୍ରାନ୍ତ ନ ହେବା ପାଇଁ ରକ୍ତ ସଂଚାଳନ ଠିକ ହେବା ସହ ଅଧିକ ଆଣ୍ଟିବେଟିକ ମେଡ଼ିସିନର ସେବନ କରିବା ଅନୁଚିତ । ଅଧିକାଂଶ ଧୁଳି ବା ମାଟି ଥିବା ସ୍ଥାନରୁ ଦୂରେଇ ରହିବା ଉଚିତ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button