IBN ଓଡ଼ିଶା ଏକ୍ସକ୍ଲୁସିଭ୍

କଣ ଆପଣଙ୍କର ମଧ୍ୟ ବିଳମ୍ବରେ ଶୋଇବାର ଅଭ୍ୟାସ ଅଛି କି ? କଣ ଆପଣ ମଧ୍ୟ ସେମାନଙ୍କ ମଧ୍ୟରେ ଜଣେ ଯିଏ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚେଇଁ ରହି ମୋବାଇଲରେ ଟିଭି କିମ୍ବା ୱେବ ସିରିଜ ଦେଖୁଛନ୍ତି ? ତାହେଲେ ହୋଇଯାନ୍ତୁ ସାବଧାନ, ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚେଇଁ ରହୁଥିବା ଲୋକମାନଙ୍କୁ ଡାଇବେଟିସ କିମ୍ବା ହୃଦରୋଗ ହେବାର ସମ୍ଭାବନା ରହିଛି। ଅଧିକ ସମୟ ପର୍ଯ୍ୟନ୍ତ ଚେଇଁ ରହୁଥିବା ବ୍ୟକ୍ତିମାନଙ୍କର ସମ୍ପୂର୍ଣ ରୁଟିନ ଖରାପ ହୋଇଯାଇଥାଏ। ନିଦ ନଆସିବା କାରଣରୁ ଏହି ଲୋକମାନେ ଡିପ୍ରେସନର ଶିକାର ହୋଇଥାନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଚେଇଁ ରହିବା ଦ୍ୱାରା ଦୈନନ୍ଦିନ କାର୍ଯ୍ୟ ସହ ଖାଇବା ପିଇବାର ରୁଟିନ ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ, ଯାହାଦ୍ୱାରା ଆପଣଙ୍କ ଶରୀରରେ ମୋଟାପଣ ବୃଦ୍ଧି ହୋଇଥାଏ। ଯଦି ଆପଣଙ୍କ ପରିବାରରେ କେହି କିମ୍ବା ଆପଣଙ୍କର ଏଭଳି ଅଭ୍ୟାସ ଅଛି ତାହେଲେ ଆଜିଠାରୁ ସାବଧାନ ହୋଇଯାଆନ୍ତୁ। ମଣିଷର ଶରୀର ୨୪ ଘଣ୍ଟା ହିସାବରେ ଚାଲେ। ଆମେ କେତେବେଳେ ଖାଇବା ଏବଂ କେତେବେଳେ ଶୋଇବା ଓ ଉଠିବା ଏସବୁ ଆମ ଶରୀର ସ୍ଥିର କରିଥାଏ। ସେଥିପାଇଁ ଯଦି ଆପଣ ନିଜ ଶରୀରକୁ ଠିକ ସମୟରେ ଖାଦ୍ୟ କିମ୍ବା ବିଶ୍ରାମ ନଦେଉଛନ୍ତି ତାହେଲେ ଆଗକୁ ଆପଣଙ୍କୁ ନିଜ ଶରୀରର କ୍ଷତିକୁ ସାମ୍ନା କରିବାକୁ ପଡିବ। ଗବେଷକଙ୍କ ଅନୁସାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚେଇଁ ରହୁଥିବା ଲୋକମାନେ ଏକ ଅସ୍ୱାସ୍ଥ୍ୟକର ଡାଏଟ ର ଶିକାର ହୋଇଥାନ୍ତି। ଏହି ଲୋକମାନଙ୍କୁ ମଦ, ମିଠାଦ୍ରବ୍ୟ, ଚା’,ଏବଂ ଅତ୍ୟଧିକ ପାଣି ପିଇବାର ଅଭ୍ୟାସ ହୋଇଥାଏ ଯାହାକି ଠିକ ସମୟରେ ଶୋଉଥିବା ଲୋକମାନଙ୍କର ନଥାଏ। ସେମାନଙ୍କୁ ଠିକ ସମୟରେ ଭୋକ ଲାଗିଥାଏ ଏବଂ ତାଙ୍କ ଶରୀରର ଦୈନନ୍ଦିନ କାର୍ଯ୍ୟ ଠିକ ସମୟରେ ହୋଇଥାଏ।ଯେଉଁ ଲୋକମାନେ ଠିକ ସମୟରେ ନ ଶୁଅନ୍ତି ସେମାନେ ଠିକ ସମୟରେ ଉଠି ପାରନ୍ତି ନାହିଁ ଏବଂ ସେମାନଙ୍କ ସମ୍ପୂର୍ଣ୍ଣ ଦିନଚର୍ଯ୍ୟା ଖରାପ ହୋଇଯାଇଥାଏ । ଯାହାଦ୍ୱାରା ସେମାନଙ୍କୁ କମ ବୟସରୁ ଡାଇବେଟିସ ଭଳି ରୋଗ ହୋଇଥାଏ। ଏହା ବ୍ୟତୀତ ଏଭଳି ଅନେକ ରୋଗ ହେବାର ଆଶଙ୍କା ମଧ୍ୟ ରହିଥାଏ। ବିଳମ୍ବରେ ଶୋଇବା କାରଣରୁ ବିଳମ୍ବରେ ଉଠୁଥିବା ଲୋକମାନଙ୍କ ସକାଳର ଜଳଖିଆ ବନ୍ଦ ହୋଇଯାଇଥାଏ ଏବଂ ଏହି ଖରାପ ଅଭ୍ୟାସ ସେମାନଙ୍କ ଅସୁସ୍ଥତାର କାରଣ ସାଜିଥାଏ। ଯେଉଁ ଲୋକମାନେ ବିଳମ୍ବରେ ଶୋଇ ବିଳମ୍ବରେ ଉଠନ୍ତି ସେମାନଙ୍କ ମସ୍ତିଷ୍କ ଓ ହର୍ମୋନ ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ। ରିସର୍ଚ୍ଚ ରୁ ଜଣାପଡିଛି ସେହି ଲୋକମାନଙ୍କ ମସ୍ତିଷ୍କରେ ହ୍ୱାଇଟ ମେଟର ବହୁତ ଖରାପ ସ୍ଥିତିରେ ରହିଥାଏ ବିଶେଷ କରି ସେହି ସ୍ଥାନରେ ଯେଉଁଠୁ ଦୁଃଖର ଉତ୍ପନ୍ନ ହୋଇଥାଏ ସେଥିପାଇଁ ଏଭଳି ଲୋକମାନେ ବେଶୀ ଡିପ୍ରେସନରେ ରହିଥାନ୍ତି ।

ସକାଳ ଜଳଖିଆ ଆମ ଶରୀର ପାଇଁ ନିତାନ୍ତ ଆବଶ୍ୟକ । ଏଥିପାଇଁ ସକାଳ ଜଳଖିଆରେ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା ଜରୁରୀ। ସେଥିପାଇଁ ପ୍ରତିଦିନ ସକାଳ ଜଳଖିଆରେ ଅଣ୍ଡା ଖାଇବା ଦରକାର। ପାଟିକୁ ଯେତେକି ସ୍ୱାଦିଷ୍ଟ, ଶରୀର ପାଇଁ ଲାଭଦାୟୀ ମଧ୍ୟ। ମାୟୋନିଜ ଏବଂ ମଷ୍ଟଡ ସସ୍‌ରେ ନିର୍ମିତ ଅଣ୍ଡା ସ୍ୟାଣ୍ଡଓ୍ଵିଚ।

ଆବଶ୍ୟକ ସାମଗ୍ରୀ: ଅଣ୍ଡା ୮ଟି, ପାଣି, ଲହୁଣୀ ୬ ଚାମଚ, ମାୟୋନିଜ ଅଧ କପ୍‌, ମଷ୍ଟଡ ସସ୍‌ ୧ ଚାମଚ, ଲୁଣ ଅଧ ଚାମଚ, ଗୋଲମରିଚ ପାଉଡର ଅଧ ଚାମଚ, ବ୍ରେଡ ୧୨ ଖଣ୍ଡ।

ପ୍ରସ୍ତୁତି: ଏକ ପାତ୍ରରେ ପ୍ରଥମେ ଅଣ୍ଡାକୁ ୧୦ ମିନିଟ ପର୍ଯ୍ୟନ୍ତ ସିଝାଇ ଦିଅନ୍ତୁ। ଅଣ୍ଡା ସିଝିଗଲା ପରେ ଏଥିରୁ ଚୋପା ଛଡାଇ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏବେ ଏକ ଛୋଟ ପାତ୍ରରେ କଟା ହୋଇଥିବା ଅଣ୍ଡା, ମାୟୋନିଜ, ଲୁଣ ଏବଂ ମଷ୍ଟଡ ସସ୍‌ ଭଲଭାବେ ମିଶ୍ରଣ କରିଦିଅନ୍ତୁ। ଏକ ବ୍ରେଡ ଖଣ୍ଡ ଉପରେ ଲହୁଣୀ ଏବଂ ପ୍ରସ୍ତୁତ ମିଶ୍ରଣକୁ ଭଲ ଭାବେ ଲଗାଇଦିଅନ୍ତୁ। ପୁଣି ଆଉଗୋଟେ ବ୍ରେଡରେ ଉପରୁ ଢାଙ୍କିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଏଗ୍‌ ସ୍ୟାଣ୍ଡଓ୍ଵିଚ। ଯଦି ଚାହିଁବେ ଏହାକୁ ଆପଣ ତାଓ୍ଵାରେ ସେକି ମଧ୍ୟ ଖାଇପାରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button