ମନୋରଞ୍ଜନ

ବିବାହ ପରେ ସାଥୀଙ୍କ କାନରେ କୁହନ୍ତୁ ଏହି କଥା, ବଢ଼ିଯିବ ପ୍ରେମ

ପ୍ରେମରେ ପଡ଼ିବା ବହୁତ ସହଜ, ହେଲେ ତାକୁ ନିଭାଇବା ଭାରି କଷ୍ଟ। ଅନେକ ସମୟରେ ଦେଖାଯାଏ କି କେତେଜଣ ତାଙ୍କ ସାଥୀଙ୍କୁ ସର୍ବଦା ଭଲ ପାଇବା ଦେଇଥାଆନ୍ତି। କିନ୍ତୁ ଯେତେବେଳେ ନିଭାଇବା କଥା ଉଠେ, ସେତେବେଳେ ହାତ ଛାଡ଼ିବା ପାଇଁ ବେଶି ସମୟ ଲାଗି ନ ଥାଏ। ବିବାହ ଭଳି ଏକ ପବିତ୍ର ସମ୍ପର୍କରେ ପ୍ରେମରେ ତିଷ୍ଠି ରହିବା ଓ ସାଥୀଙ୍କ ହାତ ଧରି ସାରା ଜୀବନ ଚାଲିବା ବହୁତ ଜରୁରୀ।

ଅନେକାଂଶରେ ଏହା ଦେଖିବାକୁ ମିଳେ ଯେ ବିବାହ ପରେ ପ୍ରଥମ କେତେ ବର୍ଷ ଦମ୍ପତି ଉଭୟ ଉଭୟଙ୍କୁ ପ୍ରେମ କରିବାରେ କୌଣସି ବି ମୌକା ଛାଡ଼ନ୍ତି ନାହିଁ। କିନ୍ତୁ ସମୟ ଗଡ଼ିଚାଲିବା ସହିତ ଦାୟିତ୍ବବୋଧ ବି ବଢ଼ିଯାଏ, ଯେଉଁଥିପାଇଁ କାହାର କାହା ପାଖରେ ସମୟ ନ ଥାଏ। ଫଳରେ ସମ୍ପର୍କର ଗଭୀରତା ଧୀରେ ଧୀରେ କମି କମି ଯାଏ। ଯଦି ଆପଣଙ୍କ ସମ୍ପର୍କରେ ପ୍ରେମର ପବନ ବହୁଛି, ତା’ହେଲେ ସାଥୀଙ୍କ କାନରେ କହିବାକୁ ଭୁଲନ୍ତୁ ନାହିଁ ଏହି କଥା, ଆଉ ତା’ପରେ ଦେଖନ୍ତୁ କିଭଳି ବଢ଼ୁଛି ନିବିଡ଼ତା।

couple boy

-ଯେତେବେଳେ ବି ମୌକା ମିଳିବ, ସାଥୀଙ୍କୁ ଏହା କହିବାକୁ କେବେ ଭୁଲିବେନି ଯେ ଆପଣ ତାଙ୍କୁ କେତେ ଭଲ ପାଆନ୍ତି। ମୁହଁରୁ ପ୍ରେମର ତିନୋଟି ଶବ୍ଦ ‘ଆଇ ଲଭ୍ ୟୁ’ ଶୁଣି ସାଥୀ ପୁଣିଥରେ ଆପଣଙ୍କ ପ୍ରେମରେ ପଡ଼ିବାକୁ ଚାହିଁବେ। ବିବାହର ମାନେ ଏହା ନୁହେଁ ଯେ ଉଭୟ ଉଭୟଙ୍କ ପ୍ରତି କେବଳ ପ୍ରେମର ଅନୁଭବ ସୃଷ୍ଟି କରିବା, ବରଂ ବିନା କିଛି ଭାବି ଚିନ୍ତି ସାଥୀଙ୍କୁ ଆପଣଙ୍କ ହୃଦୟର କଥା କହି ଚାଲନ୍ତୁ।

-ଅନେକ ବାର କେତେକ ଦାୟିତ୍ବକୁ ଏକାବେଳେ ସମ୍ଭାଳିବା ମଝିରେ କେହି କାହାକୁ ସମୟ ଦେଇ ପାରନ୍ତି ନାହିଁ। ତେଣୁ ଆପଣ ସମୟ ବାହାର କରି ସାଥୀଙ୍କ ଉପରେ ଟିକିଏ ଧ୍ୟାନ ଦିଅନ୍ତୁ ଏବଂ ତାଙ୍କୁ ପ୍ରଶଂସା କରନ୍ତୁ। ପ୍ରଶଂସା ଶୁଣିବା ସମସ୍ତଙ୍କୁ ବହୁତ ଭଲ ଲାଗିଥାଏ। ସାଥୀଙ୍କୁ ଏହା କୁହନ୍ତୁ ଯେ ତୁମେ ଆଜି କିଛି ଖାସ୍ ଦେଖାଯାଉଛ। ବେଳେବେଳେ ସ୍ବାମୀଙ୍କ ଦାଢ଼ି କିମ୍ବା ସ୍ତ୍ରୀଙ୍କ ଗ୍ଲୋଇଙ୍ଗ୍ ସ୍କିନର ମଧ୍ୟ ତାରିଫ୍ କରିପାରିବେ।

-ଜୀବନରେ କିଛି ମୋଡ଼ ଏପରି ଆସିଥାଏ ଯେ ଯେତେବେଳେ ଏକାଠି ରହିବା ସମ୍ଭବ ହୋଇ ନ ଥାଏ। ଯେମିତି କି, ଚାକିରି କରୁଥିବା ଦମ୍ପତିଙ୍କ ଜୀବନରେ ଏହା ହିଁ ସବୁଠାରୁ ତିକ୍ତ ସତ୍ୟ। ଏପରି ଜୀବନ ବିତାଇଲେ ଏକୁଟିଆପଣ ଓ ଉଦାସ ଅନୁଭବ ହେବା ସ୍ବାଭାବିକ। ତେଣୁ ଦୂରରେ ରହିଲେ ବି ସାଥୀଙ୍କୁ ଫୋନ୍ ଜରିଆରେ ଜଣାଇ ଦିଅନ୍ତୁ କି ଆପଣଙ୍କ ହୃଦୟରେ କେବଳ ସେ ହିଁ ବସିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button