IBN ଓଡ଼ିଶା ବ୍ୟୁରୋ

ବ୍ରଣ ଏବଂ ମୁହଁର କଲାଦାଗ ସବୁଦିନ ପାଇଁ ଗାୟବ ହୋଇଯିବ, ଦିନରେ ଥରେ ଏହାକୁ ଲଗେଇ ଦେଖନ୍ତୁ (Beauty Tips)

ଆମ ଶରୀରରେ ତ୍ଵଚ ସମ୍ବନ୍ଧୀୟ କିଛି ସମସ୍ଯା ଦେଖା ଦେଲେ ଏହାର ଉପଚାର ପାଇଁ ଆମେ ଅନେକ ଔଷଧ ସେବନ କରିଥାଉ ଏବଂ କ୍ରିମ ମଧ୍ୟ ଲଗାଇଥାଉ । ଅନେକ ସମୟରେ ଯେତେ ଟଙ୍କା ଖର୍ଚ୍ଚ କଲେ ମଧ୍ୟ ଆମ ତ୍ଵଚା ସମସ୍ଯା ଠିକ ହୁଏ ନାହିଁ । ତେବେ ତ୍ଵଚାରେ ହେଉଥିବା ସମସ୍ୟାର ଏକ ଘରୋଇ ଉପଚାର ଆମେ ଆଜି ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା କରିବା ଦ୍ଵାରା ଆପଣଙ୍କ ତ୍ଵଚା ସମସ୍ଯା ଏକଦମ ଭଲ ହୋଇଯିବ ।

ଭଲରେ ପେଟ ସଫା ନହେବା, ଅଧିକ ଚିନ୍ତା କରିବା ଓ ଅଧିକ ମସଲା ଜାତୀୟ ଖାଦ୍ଯ ଖାଇବା ଯୋଗୁଁ ଆମ ତ୍ଵଚାରେ ସମସ୍ଯା ଦେଖା ଦେଇଥାଏ । ଠିକ ଭାବେ ନ ଶୋଇବା ମଧ୍ୟ ଏହାର ଅନ୍ୟ ଏକ କାରଣ । ଏହାସହ ଆମ ରକ୍ତ ଯଦି ଶୁଦ୍ଧ ନ ରହିବ ତେବେ ମଧ୍ୟ ତ୍ଵଚା ଜନିତ ସମସ୍ଯା ଦେଖାଦେବ । ତେଣୁ ଆମ ରକ୍ତକୁ ସଫା ରଖିବା ପାଇଁ ସବୁଜ ପନିପରିବା ସେବନ କରିବା ସହ ପ୍ରଚୁର ପରିମାଣରେ ପଣି ମଧ୍ୟ ପିଇବା ଉଚିତ । ଏହାସହ ତେଲ ମସଲା ଜାତୀୟ ଖାଦ୍ଯ ଖାଇବା କମ୍ କରିଦେବା ଉଚିତ ।

ତ୍ଵଚା ଖରାପ ହେବାର ଆଉ ଏକ କାରଣ ହେଉଛି ଆମେ ନିଜକୁ ସୁନ୍ଦର କରିବା ପରେ ଅନେକ ପ୍ରକାରର ମେକଅପ୍ ସାମଗ୍ରୀ ଆମ ଚେହେରାରେ ଲଗେଇ ଥାଉ । କାହାଫଳରେ ସେଥିରେ ମିଶି ରହିଥିବା କେମିକାଲ ଆମ ତ୍ଵଚାକୁ ଖରାପ କରି ଦେଇଥାଏ ।

ଏହା ଯୋଗୁଁ ଆମ ଚେହେରାରେ ନାଲି ଦାଗ ହେବା, ବ୍ରଣ ହେବା କିମ୍ବା ଚେହେରା ମଳିନ ପଡିବା ଭଳି ସମସ୍ଯା ଦେଖା ଦେଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛି ତାହାର ବ୍ୟବହାର କରିବା ଦ୍ଵାରା ଆପଣଙ୍କର ତ୍ଵଚା ସମ୍ବନ୍ଧିତ ସମ୍ବନ୍ଧିତ ସମସ୍ଯା ଏକା ଥରେ ଭଲ ହୋଇଯିବ । ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣ ଏକ କଞ୍ଚା ଆଳୁ ନିଅନ୍ତୁ ଓ ଏହାକୁ ଭଲ ଭାବେ ଧୋଇ ଚୋପାକୁ ଭଲ ଭାବେ ଛଡେଇ ଦିଅନ୍ତୁ ।

ଏହାପରେ ଆପଣ ଏହି ଆଳୁକୁ ଛୋଟ ଖଣ୍ଡରେ କାଟି ଦିଅନ୍ତୁ ଓ ଏହାକୁ ଗ୍ରାଇଣ୍ଡିଙ୍ଗ ଜାର୍ ରେ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ । ଏହାପରେ ଆପଣ ଏକ କପଡା ସାହାଯ୍ୟରେ ଛାଣି ଆଳୁର ରସ ବାହାର କରି ଦିଅନ୍ତୁ । ଏହାପରେ ଆପଣଙ୍କୁ ଦରକାର ହେବ କଫି ଏବଂ ମହୁ ।

ଏହି ଆଳୁ ରସରେ ଅଧା ଚାମୁଚ କଫି ପକାନ୍ତୁ ଓ ଅଳ୍ପ ମହୁ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ । ଏହାପରେ ତୁଳା ସାହାଯ୍ୟରେ ଏହାକୁ ମୁହଁରେ ଲଗାନ୍ତୁ ଓ ୫ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ । ଏହି ଉପଚାରକୁ ନିୟମିତ ଭାବେ ବ୍ୟବହାର କରିବା ଦ୍ଵାରା ଚେହେରା ଉଜ୍ଜ୍ଵଳ ହୋଇଥାଏ ଓ ତ୍ଵଚା ଜନିତ ଅନ୍ୟ ସମସ୍ଯା ମଧ୍ୟ ଦୂର ହୋଇଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button