IBN ଓଡ଼ିଶା ବ୍ୟୁରୋ

ଅଧିକ ପାମ୍ପଡ଼ ଖାଇବା ଦ୍ୱାରା ଶରୀରକୁ ହୋଇଥାଏ ଏହିଭଳି କ୍ଷତି, ଜାଣନ୍ତୁ କିପରି

ସାଧାରଣତଃ ଅନେକ ଲୋକଙ୍କୁ ପାମ୍ପଡ଼ ବହୁତ ପସନ୍ଦ ହୋଇଥାଏ । ସେଥିପାଇଁ ସେମାନେ ଅଧିକ ମାତ୍ରାରେ ପାମ୍ପଡ଼ ଖାଇଦେଇଥାନ୍ତି । କିନ୍ତୁ ମନେରଖନ୍ତୁ ଆପଣଙ୍କର ଏହି ସଉକ କେତେବେଳେବି ଶରୀର ପାଇଁ ମହଙ୍ଗା ପଡିପରେ । ଆଜ୍ଞା ହଁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଯେ ପାମ୍ପଡ଼ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ । ତାହେଲେ ଆସନ୍ତୁ ଜାଣିବା ଶରୀରକୁ କେଉଁଭଳି ଭାବେ କ୍ଷତି ପହଞ୍ଚାଇ ଥାଏ ପାମ୍ପଡ଼ ।

ଶରୀର ସହ ଜଡିତ ଅନେକ ସମସ୍ୟା

ପାମ୍ପଡ଼ ପ୍ରସ୍ତୁତ କରିବା ସମୟରେ ଏଥିରେ ପ୍ରିଜରଭେଟିଭର ବ୍ୟବହାର କରାଯାଇଥାଏ । ଏହି ପ୍ରିଜରଭେଟିଭରେ ସୋଡିୟମ ମିଶାଯାଇଥାଏ ଯାହାଦ୍ୱାରା ପାମ୍ପଡ଼ର ସ୍ୱାଦ ବଢିଥାଏ କିନ୍ତୁ ଏହା ଶରୀରରେ ଅନେକ ପ୍ରକାର ସମସ୍ୟା ସୃଷ୍ଟି କରିଥାଏ ।

 

କିଡନୀ ଓ ହାର୍ଟ ସହ ଜଡିତ ସମସ୍ୟା

ପାମ୍ପଡ଼ରେ ବ୍ୟବହାର କରାଯାଉଥିବା ପ୍ରିଜରଭେଟିଭ ଦ୍ୱାରା କିଡନୀ ତଥା ହାର୍ଟ ସହ ଜଡିତ ଅନେକ ରୋଗର ସମ୍ଭାବନା ବୃଦ୍ଧି ପାଇଥାଏ ।

ମୋଟାପଣ ବୃଦ୍ଧି ହେବା

ପାମ୍ପଡ଼ ଖାଇବା ଦ୍ୱାରା ମୋଟାପଣ ବୃଦ୍ଧି ହୋଇଥାଏ । କାରଣ ଏଥିରେ ଦୁଇଟି ରୁଟି ପରିମାଣର କ୍ୟାଲୋରୀ ରହିଥାଏ । ଯଦି ଆପଣ ନିଜର ଓଜନ କମ କରିବାକୁ ଚାଁହୁଛନ୍ତି ତାହେଲେ ନିଶ୍ଚିତ ଭାବେ ଆପଣଙ୍କୁ ଏହାର ସେବନ ବନ୍ଦ କରିବାକୁ ପଡିବ ।

ଏସିଡ଼ିଟି ବା ଗ୍ୟାସର ସମସ୍ୟା

ପାମ୍ପଡ଼ ପ୍ରସ୍ତୁତ କରିବା ସମୟରେ ଏଥିରେ ଅଧିକ ମାତ୍ରାରେ ମସଲା ତଥା ଆର୍ଟିଫିସିଆଲ ଫ୍ଲେବରର ବ୍ୟବହାର କରାଯାଇଥାଏ । ଯାହାଦ୍ୱାରା ଶରୀରରେ ଗ୍ୟାସ ଓ ଏସିଡ଼ିଟି ଭଳି ସମସ୍ୟା ଦେଖାଦେଇଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button