ସର୍ଭିକଲ ଏବଂ ଅଣ୍ଟା ଯନ୍ତ୍ରଣାର କାରଣ ହେଉଛି ସ୍ମାର୍ଟଫୋନ, ଏମିତି ରକ୍ଷା କରନ୍ତୁ ନିଜକୁ

ସ୍ମାର୍ଟ ଗ୍ୟାଜେଟ ଆଜି ମଣିଷର ସବୁଠାରୁ ବଡ ଦରକାରୀ ହୋଇପଡିଛି। ସ୍ମାର୍ଟଫୋନ ଆମ ଜୀବନରେ ଏମିତି ଏକ ଅଙ୍ଗ ହୋଇଯାଇଛି ଯେ ଯାହା ବିନା ରହିବା କଷ୍ଟସାଧ୍ୟ ହୋଇପଡିଲାଣି। ଆଜିର ଦୁନିଆରେ ସ୍ମାର୍ଟଫୋନର ବହୁଳ ପ୍ରଚଳନ ହେଉଛି। କିନ୍ତୁ କଣ ଆପଣ ଜାଣନ୍ତି ଆପଣଙ୍କ ପକେଟରେ ରହିଯାଉ ଥିବା ଏହି ଛୋଟିଆ ଜିନିଷ ଆପଣଙ୍କୁ ଭୟଙ୍କର ରୋଗର ଶିକାର କରାଇପାରେ। ମୋବାଇଲ କିମ୍ବା ଲାପଟପକୁ ଭୁଲ ଉପାୟରେ ବ୍ୟବହାର କଲେ କମର ଏବଂ ବେକରେ ଅତ୍ୟଧିକ ଯନ୍ତ୍ରଣା ହୋଇଥାଏ।
ଦିଲ୍ଲୀର ସଫଦରଜଙ୍ଗ ହସପିଟାଲ କମ୍ୟୁନିଟୀ ମେଡିସିନ ଡିପାର୍ଟମେଣ୍ଟ ଦ୍ୱାରା ଗ୍ରାମୀଣ ଅଞ୍ଚଳରେ କରାଯାଇଥିବା ଏକ ରିସର୍ଚ୍ଚରୁ ଏହାର କାରଣ ସାମ୍ନାକୁ ଆସିଲା। ଏହି ରିସର୍ଚ୍ଚରୁ ଜଣାପଡିଲା ଯେ ୬୦ ପ୍ରତିଶତ ଲୋକ ମସ୍କୁଲୋସ୍କୁଲଟନ୍ ଡିସଅର୍ଡର ଅର୍ଥାତ ଅଣ୍ଟା ଯନ୍ତ୍ରଣାରେ ପୀଡିତ ଥିଲେ। ଗ୍ୟାଜେଟର ଭୁଲ ଉପାୟରେ ବ୍ୟବହାର କରିବା ଦ୍ୱାରା ଲୋକ ଅଣ୍ଟା ଯନ୍ତ୍ରଣା ଏବଂ ସର୍ଭିକଲ ଭଳି ସମସ୍ୟା ବଢ଼ୁଥିବା ଦେଖିବାକୁ ମିଳୁଛି।
ଏହି ରିସର୍ଚ୍ଚରେ ୨୦୦ ଲୋକଙ୍କ ଉପରେ କରାଯାଇଥିଲା, ଯେଉଁଥିରେ ୫୪ ପ୍ରତିଶତ ଲୋକ ଅଣ୍ଟା ଯନ୍ତ୍ରଣାରେ ପୀଡିତ ଥିଲେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସ୍ମାର୍ଟଫୋନ ଡିସପ୍ଲେକୁ ୬୦ ଡିଗ୍ରୀରୁ ଅଧିକ ବେକ ମୋଡି ଦେଖିବା ଦ୍ୱାରା ଏହି ସମସ୍ୟା ହୋଇଥାଏ। ଏହାଦ୍ୱାରା ଆମ ବେକର ହାଡ ନିରନ୍ତର ମୋଡିବା ଅବସ୍ଥାରେ ରହିଥାଏ ଏବଂ ଏହା ପରେ ଯନ୍ତ୍ରଣାର କାରଣ ହୋଇଥାଏ।
ଏହି ସମସ୍ୟାରୁ କେମିତି ପାଇବେ ରକ୍ଷା
ଯଦି ଆପଣ ସ୍ମାର୍ଟଫୋନ କିମ୍ବା ଲାପଟପ କାରଣରୁ ବଢ଼ୁଥିବା ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ କିଛି କଥା ଉପରେ ଧ୍ୟାନ ଦେବାକୁୁ ଜରୁରୀ।
-କମ୍ପ୍ୟୁଟର ସ୍କ୍ରୀନକୁ ନିଜ ଆଖି ଠାରୁ ପ୍ରାୟ ୮୦ ସେମି ଦୂରତାରେ ରଖନ୍ତୁ।
-ଫୋନକୁ କାନ ଏବଂ କାନ୍ଧ ମଝିରେ ରଖି କଥା ହେବା ଅନୁଚିତ। ଯଦି ଆପଣଙ୍କୁ କଥା ହେବାର ଅଛି ତେବେ ଇୟରଫୋନର ବ୍ୟବହାର କରିପାରିବେ।
-ସ୍ମାର୍ଟଫୋନରେ ଲଗାତର ଲାଗି ହୋଇ ରହିବା ବଦଳରେ ଆପଣ କିଛି ସମୟ ନିଜ ଶରୀର ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ପ୍ରାୟ ୨୦ ମିନିଟ୍ ଯାଏଁ ଚାଲିବା ଅଭ୍ୟାସ କରନ୍ତୁ।




