IBN ଓଡ଼ିଶା ଏକ୍ସକ୍ଲୁସିଭ୍

ବରଫ ପାଣିରେ ଗାଧୋଉଛନ୍ତି କି, ହୋଇଯାଆନ୍ତୁ ସାବଧାନ ! ହେବନି ମାଂସପେଶୀର ବିକାଶ

ଥଣ୍ଡା ପାଣି ପିଇବା ଶରୀର ପାଇଁ ହାନିକାରକ ହୋଇଥାଏ ବୋଲି ଆମେ ସମସ୍ତେ ଜାଣିଛେ। ସେହିପରି ବରଫ ପାଣିରେ ଗାଧୋଇବା ମଧ୍ୟ ଶରୀର ପାଇଁ କ୍ଷତିକାରକ। ଆମ୍ଭେମାନେ ତ ସାମାନ୍ୟ ପାଣିରେ ଗାଧୋଉଥିବା ବେଳେ ଖେଳାଳିମାନେ ଗାଧୋଇବା ପାଇଁ ବରଫ ପାଣିର ବ୍ୟବହାର କରିଥାନ୍ତି। ଏହି ପାଣିରେ ଗାଧୋଇବା ଦ୍ୱାରା ସେମାନଙ୍କ ଶରୀରରେ ଥିବା ଥକ୍କାପଣ ଏବଂ ଯନ୍ତ୍ରଣା ଦୂର ହୋଇଥାଏ। ଏଥିପାଇଁ ସେମାନେ ଖୁବ୍‌ଶୀଘ୍ର ଅଭ୍ୟାସ ପାଇଁ ପ୍ରସ୍ତୁତ ହୋଇଯାଆନ୍ତି। ବରଫ ପାଣିରେ ଗାଧୋଇବା ଦ୍ୱାରା ମାଂସପେଶୀକୁ ଆରାମ ମିଳିଥାଏ। କିନ୍ତୁ ଅଧିକ ସମୟ ପର୍ଯ୍ୟନ୍ତ ବରଫ ପାଣିରେ ଗାଧୋଇବା ଶରୀର ଉପରେ ପ୍ରଭାବ ପଡିଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି। ଏହା ଶରୀର ଉପରେ କ’ଣ ପ୍ରଭାବ ପକାଇଥାଏ, ଆସନ୍ତୁ ତାହା ଜାଣିନେବା..

ice

ବରଫ ପାଣିରେ ବସିବା ଦ୍ୱାରା ଆରାମ ମିଳେ। କଠିନ ବ୍ୟାୟାମ କରିବା ପରେ ଥକିପଡିଥିବା ମାଂସପେଶୀକୁ ଆରାମ ଦେଇଥାଏ। ଏହାର କୌଣସି ପ୍ରଭାବ ମାଂସପେଶୀ ଉପରେ କମ୍‌ ରହିବା ସହ ଏହାକୁ ବିକାଶ ହେବାରେ ମଧ୍ୟ ସହାୟକ ହୋଇଥାଏ। କିନ୍ତୁ ବାସ୍ତବରେ ଏପରି ହୋଇନଥାଏ। ଯୁବକ ଏବଂ ଖେଳାଳିଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଯଦି ଆପଣ ୱେଟ ଲିଫ୍ଟିଂ କରିବା ପରେ ବରଫ ପାଣିରେ ଗାଧୋଉଛନ୍ତି ତେବେ ଫଳରେ ବ୍ୟାୟାମ କରିବା ଫଳ କମ୍‌ ପଡିଥାଏ। ଏଥିରେ ମାଂସପେଶୀ ଯେଉଁ ଭାବେ ବିକଶିତ ହେବା କଥା ହୁଏନାହିଁ, ବିକାଶରେ ବାଧାପ୍ରାପ୍ତ ହୋଇଥାଏ।

red-bull-ice-bath

ମାଂସପେଶୀରେ ଲମ୍ବା ଫାଇବର ରହିଥାଏ। ବ୍ୟାୟାମ ପରେ ଏହାର ବିକାଶ ଦ୍ରୁତ ଗତିରେ ହୋଇଥାଏ। କିନ୍ତୁ କଠିନ ବ୍ୟାୟାମ କରିବା ପରେ ବରଫ ପାଣିରେ ଗାଧୋଇବା ଦ୍ୱାରା ଫାଇବର ବିକାଶ ପ୍ରକ୍ରିୟା ରୋକି ହୋଇଯାଏ। ଏହାଛଡା ଆଇସ ବାଥ କରିବା ଦ୍ୱାରା ମାଂସପେଶୀରେ ଥିବା ବାୟୋକେମିକାଲନ୍ସର ସନ୍ତୁଳନ ମଧ୍ୟ ବିଗିଡି ଯାଏ। ଏହାର ବିକାଶ ପାଇଁ ଦରକାର ହେଉଥିବା ପ୍ରୋଟିନ ମାତ୍ରା ହ୍ରାସ ପାଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button