ମନୋରଞ୍ଜନ

ଆଚାର ମସଲା ଓ ତେଲ ବଳକା ରହିଯାଇଛି କି ? ଏଥିରେ ପ୍ରସ୍ତୁତ କରନ୍ତୁ ଏହି ସ୍ୱାଦିଷ୍ଟ ବ୍ୟଞ୍ଜନ

ଆପଣଙ୍କ ଘରେ ଆଚାର ଥିବ ନିଶ୍ଚିତ। ଭାରତରେ ପ୍ରାୟ ଅନେକ ଘରେ ଆଚାର ପ୍ରସ୍ତୁତ ହୋଇଥାଏ। ସାଧାରଣତଃ ଆମ୍ବ, ଲେମ୍ବୁ, ଲଙ୍କା ଆଚାର, ରସୁଣ ଆଚାର, ଅଦା ଆଚାର, କୋବି ଏବଂ ଗାଜର ଆଚାର ଇତ୍ୟାଦି ଖାଇଥିବେ। ଆପଣ ଆଚାରକୁ ଭାତ କିମ୍ବା ରୁଟି, ପରଟାରେ ଖାଇଥିବେ। କିନ୍ତୁ କେବେ ଭାବିଛନ୍ତି, ଆଚାର ସରିଯିବା ପରେ ବଳିପଡିଥିବା ତେଲ କିମ୍ବା ମସଲାକୁ ଆପଣ କରିବେ କ’ଣ ? ଆପଣଙ୍କ ଏପରି ସମସ୍ୟାର ସମାଧାନ ପାଇଁ ଆମେ ଦେଉଛି କିଛି ସ୍ୱତନ୍ତ୍ର ଟିପ୍ସ। ବଳିପଡିଥିବା ମସଲା କିମ୍ବା ତେଲରେ ଆପଣ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିପାରିବେ।

puri

ଆପଣ ବଳି ପଡିଥିବା ତେଲ କିମ୍ବା ମସଲାକୁ ଅଟାରେ ମିଶାଇ ଦଳି ଦିଅନ୍ତୁ। ଏଥିରେ ଆପଣ ସ୍ୱାଦିଷ୍ଟ ପୁରି ପ୍ରସ୍ତୁତ କରିପାରିବେ। ନଚେତ ଆପଣ ଏହା ସିଝା ଆଳୁ ସହିତ ମିଶାଇ କଞ୍ଚାଲଙ୍କା ଏବଂ ଧନିଆପତ୍ର ମିଶାଇ ଆଳୁ ଭର୍ତ୍ତା କରିପାରିବେ।

ଯଦି ଆପଣଙ୍କର ମିଠା ଆମ୍ବ ଆଚାରର ମସଲା ବଳକା ରହିଥାଏ, ତେବେ ଏହାକୁ ଅଟାରେ ମିଶାଇ ମିଠା ପରଟା ଆପଣ ପ୍ରସ୍ତୁତ କରିପାରିବେ। ଏହାଦ୍ୱାରା ଆପଣଙ୍କ ଖାଇବା ବେଶ୍‌ ସ୍ୱାଦିଷ୍ଟ ହୋଇପାରିବ। ବଡ ଠାରୁ ଆରମ୍ଭ କରି ପିଲାଙ୍କୁ ମଧ୍ୟ ପସନ୍ଦ ଆସିବ।

rice

ଯଦି ଆପଣଙ୍କର ଭାତ ବଳିପଡିଥାଏ। ତେବେ ଏଥିରେ ଆଚାର ମସଲା ମିଶାଇ ସ୍ୱାଦିଷ୍ଟ ଫ୍ରାଏ ଭାତ ପ୍ରସ୍ତୁତ କରିପାରିବେ।

bhindi

ଏହାଛଡା ଏଥିରେ ଆଚାରୀ ଭେଣ୍ଡି, ଆଚାରୀ ବାଇଗଣ, ଆଚାରୀ ଆଳୁ, ଆଚାରୀ କୋବି, ଆଚାରୀ କଲରା, ଆଚାରୀ କବାବ ଇତ୍ୟାଦି ବହୁତ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିପାରିବେ। ଯାହା ଖାଇବାରେ ବେଶ ସ୍ୱାଦିଷ୍ଟ ଲାଗିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button