IBN ଓଡ଼ିଶା ବ୍ୟୁରୋ

କେବଳ ଗୋଟିଏ ଆଳୁ ସାହାଯ୍ୟରେ ଦୂର କରନ୍ତୁ ଗଭୀର ରୁ ଗଭୀର ଅଣ୍ଟା ଯନ୍ତ୍ରଣା, ଥରେ ନିଶ୍ଚୟ ଆପଣେଇ ଦେଖନ୍ତୁ

ଯଦି କୌଣସି ସର୍ଜରୀ ସମୟରେ ଗଣ୍ଠିରେ ଲାଗିଥିବା ଆନେସଥେସିଆ ଇଞ୍ଜେକସନର ପ୍ରଭାବ, ଲମ୍ବା ସମୟ ଧରି ଗୋଟିଏ ସ୍ଥାନରେ ବସିରହିବା ଦ୍ୱାରା ଆଣ୍ଟା ଯନ୍ତ୍ରଣା ସମସ୍ୟା ହେବା ଏକ ସାଧାରଣ କଥା ହୋଇଗଲାଣି। ଏମିତି ପରିସ୍ଥିତିରେ ଡାକ୍ତର ମାନେ ପରାମର୍ଶ ଦିଅନ୍ତି ଯେ ପ୍ରତିଦିନ ୩ କିଲୋମିଟର ଚାଲିବା, ଷ୍ଟ୍ରେଚିଂ ଓ୍ଵାର୍କଆଉଟ୍‌ କରିବା ଏବଂ ସନ୍ତୁଳିତ ଡାଏଟ ଖାଇବା ପାଇଁ। କିନ୍ତୁ କଣ ଆପଣ ଜାଣନ୍ତି ଏପରି କରିବା ପରେ ମଧ୍ୟ କିଛି ଘରୋଇ ଉପଚାର ଦ୍ୱାରା ମଧ୍ୟ ଆପଣ କମର ବା ଆଣ୍ଟା ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ। ତେବେ ଆସନ୍ତୁ ଜାଣିବା ଅଣ୍ଟା ଯନ୍ତ୍ରଣା ହେବାର କାରଣ ଏବଂ ତାହାକୁ ଦୂର କରିବାର ଉପାୟ ବିଷୟରେ।

ofcଅଣ୍ଟା ଯନ୍ତ୍ରଣାର କାରଣ

-ଭୁଲ ଉପାୟରେ ଓଜନିଆ ଜିନିଷ ଉଠାଇବା।

-ଅଧିକ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସି ରହିବା।

-କମରରେ କୌଣସି ଆଘାତ ଲାଗିଥିଲେ।

-ଗଣ୍ଠି ଦୁର୍ବଳ ଥିଲେ।

-ମହିଳାଙ୍କ ଗର୍ଭାଶୟ ଫୁଲିଲେ ମଧ୍ୟ ଅଣ୍ଟା ଯନ୍ତ୍ରଣା ଏକ କାରଣ ହୋଇଥାଏ।

low-back-painଘରୋଇ ଉପଚାର

-ଦେଶୀ ଘିଅରେ ଅଦା ରସ ଏବଂ ଏକ ଚାମଚ ଅଶ୍ୱଗନ୍ଧା ମିଶାଇ କିଛି ଦିନ ପିଇବା ଦ୍ୱାରା ଆଣ୍ଟା ଯନ୍ତ୍ରଣାରୁ ଅରାମ ମିଳିଥାଏ।

-ଅଣ୍ଟା ଯନ୍ତ୍ରଣାକୁ କମ୍‌ କରିବାରେ ମେଥିର ଲଡୁ ମଧ୍ୟ ଖାଇପାରିବେ।

-କେବଳ ଗୋଟିଏ ପଟେ ସେକା ହୋଇଥିବା ଗହମରେ ପ୍ରସ୍ତୁତ ହୋଇଥିବା ରୋଟିରେ ରାଶି ତେଲ ଏବଂ ହଳଦିକୁ ଲେପନ କରି ଯନ୍ତ୍ରଣା ହେଉଥିବା ସ୍ଥାନରେ ରଖିବା ଦ୍ୱାରା କଷ୍ଟ କମ୍‌ ହୋଇଥାଏ।

women pain-ସାମାନ୍ୟ ବିଟ ଲୁଣକୁ ଉଷୁମ ପାଣିରେ ମିଶାଇ ସ୍ନାନ କରନ୍ତୁ।

-ସୋରିଷ ତେଲରେ ରସୁଣ, ମେଥି ଦାନା ଏବଂ ସୁଣ୍ଠି ମିଶାଇ ଗରମ କରନ୍ତୁ। ଏହାପରେ ଏହି ତେଲକୁ ଯନ୍ତ୍ରଣା ହେଉଥିବା ସ୍ଥାନରେ ମାଲିସ୍‌ କରନ୍ତୁ।

ତେବେ ଏହି ସବୁ ଘରୋଇ ଉପାୟକୁ ଥରେ ଆପଣେଇ ଦେଖନ୍ତୁ। କିଏ କହିବ ଯଦି ଏହାଦ୍ୱାରା ଆପଣଙ୍କ ଯନ୍ତ୍ରଣା ଭଲ ହୋଇଯିବ ତେବେ ଆପଣଙ୍କୁ ଆଉ ଡାକ୍ତରଙ୍କ ପାଖକୁ ଯିବାର ଆବଶ୍ୟକତା ନାହିଁ। କିନ୍ତୁ ଧ୍ୟାନ ରଖନ୍ତୁ ଯଦି ଆପଣଙ୍କ ଯନ୍ତ୍ରଣା ଲମ୍ବା ସମୟ ଧରି ହେଉଥାଏ ତେବେ ଆପଣଙ୍କୁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ନିହାତି ଆବଶ୍ୟକ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button