ଉନ୍ନତିରେ ବାଧା ପହଁଚାଇଥାଏ ଘର ସାମ୍ନାରେ ଥିବା ଏହି ସବୁ ଜିନିଷ, ଜଲଦି କରନ୍ତୁ ଦୂର

ସବୁ ମଣିଷଙ୍କ ଜୀବନରେ ବାସ୍ତୁର ବହୁତ ବଡ ପ୍ରଭାବ ପଡିଥାଏ କାରଣ ଘରେ କିମ୍ବା ଘରର ଆଖପାଖରେ ଥିବା ଜିନିଷ ଘରର ସକାରାତ୍ମକ ଶକ୍ତି ଉପରେ ପ୍ରଭାବ ପକାଇଥାଏ। ବାସ୍ତୁଶାସ୍ତ୍ରରେ ଏମିତି ଅନେକ ଜିିନିଷ ବିଷୟରେ କୁହାଯାଇଛି ଯାହାକୁ ଘର ସାମ୍ନାରେ ରଖିଲେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ ଏବଂ ଘରେ ନକାରାତ୍ମକ ସଞ୍ଚାର ହୋଇଥାଏ। ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ଖାସ୍ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଘର ସାମ୍ନାରେ ରଖିନ୍ତୁ ନାହିଁ।
-ଘରର ସମ୍ମୁଖରେ ଅଳିଆ ଆବର୍ଜନା ବା ଡଷ୍ଟବିନ୍ ରଖିଲେ ବାସ୍ତୁ ଦୋଷରେ ତାହା ଅଶୁଭ ହୋଇଥାଏ। ଏହାଦ୍ୱାରା ପରିବାର ସଦସ୍ୟଙ୍କ ଉପରେ ଗମ୍ଭୀର ରୋଗ ହେବାର ଆଶଙ୍କା ରହିଥାଏ ଏବଂ କାଙ୍ଗାଳ ମଧ୍ୟ ହୋଇପାରନ୍ତି।
-ବାସ୍ତୁରେ ବିଦ୍ୟୁତ ଖୁଣ୍ଟ ଘରର ମୁଖ୍ୟ ଦ୍ୱାରରେ ଥିଲେ ତାହା ଘରର ଉନ୍ନତିରେ ବାଧକ ସାଜିଥାଏ।
-ଘର ଆଗରେ ଘନ ବୃକ୍ଷ ରହିବା ଉଚିତ ନୁହେଁ। ଏହାଦ୍ୱାରା ଘରେ ସକାରାତ୍ମକ ଶକ୍ତି କମିଥାଏ ଏବଂ କାମରେ ବାରମ୍ବାର ଅସଫଳତା ହୋଇଥାଏ
-ଘର ସାମ୍ନାରେ କେବେବି କଣ୍ଟାଜାତୀୟ ଗଛ କିମ୍ବା କ୍ଷୀର ଜାତୀୟ ଗଛ ଲଗାଇବା ଉଚିତ ନୁହେଁ। ଏହାଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ମତଭେଦ ହୋଇପାରେ।
-ଘରର ସମ୍ମୁଖରେ କେବେବି ଅପରିଷ୍କାର ପାଣି ଜମା ରହିବା ଉଚିତ ନୁହେଁ। ଅପରିଷ୍କାର ପାଣି ଏକତ୍ର ହେବା ଦ୍ୱାରା ଧନ ଏବଂ ମାନ ସମ୍ମାନ ହାନି ହୋଇଥାଏ।
-ମୁଖ୍ୟ ଦ୍ୱାର ସାମ୍ନାରେ ଏବଂ ତାର ଆଖ ପାଖରେ ପଥର ଜମା କରି ରଖିବା ଉଚିତ ନୁହେଁ, କାରଣ ଏହା ବାସ୍ତୁ ବିଜ୍ଞାନ ଅନୁସାରେ ଅନୁକୂଳ ହୋଇନଥାଏ। ଏହାଦ୍ୱାରା ଜୀବନରେ ଉନ୍ନତିରେ ବାଧା ଉପୁଜିଥାଏ।




