IBN ଓଡ଼ିଶା ବ୍ୟୁରୋ

ଏହି ଚାରିଟି ଶାଗ ଆପଣଙ୍କୁ ରଖିବ ସୁସ୍ଥ: ଖାଆନ୍ତୁ, ଶରୀରକୁ ବିଭିନ୍ନ ରୋଗରୁ ଦୂରେଇ ରଖନ୍ତୁ

ଯେକୌଣସି ଶାଗ ଖାଇବା ଶରୀର ପାଇଁ ଲାଭକାରୀ। ଶୀତ ଦିନରେ ବଜାରରେ ଅନେକ ପ୍ରକାର ଶାଗ ମଧ୍ୟ ମିଳିଥାଏ। ଏମାନଙ୍କ ମଧ୍ୟରେ ସୋରିଷ, ପାଳକ, ବଥୁଆ, ମେଥି ଇତ୍ୟାଦି ଶାଗ ଏହି ଦିନରେ ଅଧିକ ମିଳିଥାଏ। ସବୁଜ ପନିପରିବା ଆମ ଶରୀର ପାଇଁ ଉପକାରୀ ହୋଇଥିବା ବେଳେ ଶାଗ ମଧ୍ୟ ଶରୀର ପାଇଁ ବେଶ୍ ଉପକାରୀ। ଶାଗରେ ଅଧିକ ମାତ୍ରାରେ ପୋଷକ ତତ୍ତ୍ୱ ରହିଥାଏ।

ପାଳକ ଶାଗ :

spinach_1

ପାଳକ ଶାଗ ଶୀତଦିନରେ ବେଶୀ ମିଳିଥାଏ। ଏହି ଶାଗ ଖାଇବା ଦ୍ୱାରା କ୍ୟାନସର ଭଳି ରୋଗକୁ କମ୍ କରିପାରିବେ। ଏଥିରେ ଥିବା ଫ୍ଲାବୋନାଇଡ କେମ୍ପରୋଲ ତତ୍ତ୍ୱ ମିଳିଥାଏ। ଯାହା ମହିଳାଙ୍କ ଓଭାରୀ କ୍ୟାନସରକୁ ୪୦ ପ୍ରତିଶତ କମ୍ କରିଥାଏ। ଏହାଛଡା ପାଳକରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ହୃଦୟକୁ ସୁସ୍ଥ ରଖିଥାଏ। ପାଳକରେ ଥିବା ଆଇରନ ଶରୀରର ରକ୍ତ ଅଭାବକୁ ଦୂର କରିଥାଏ। ଏଥିପାଇଁ ଡାକ୍ତର ପାଳକ ଶାଗ ଖାଇବାକୁ ପରାମର୍ଶ ଦେଇଥାନ୍ତି। ଏହା ମଧ୍ୟ ଦୃଷ୍ଟିଶକ୍ତି ବଢାଇଥାଏ।

ମେଥି ଶାଗ :

methi

ମେଥି ଶାଗରେ ଅଧିକ ମାତ୍ରାରେ ପ୍ରୋଟିନ, ଫାଇବର, ଭିଟାମିନ ସି, ନିୟାସିନ, ପୋଟାସିୟମ, ଆଇରନ, ଫଲିକ ଏସିଡ, ମ୍ୟାଗ୍ନେସିୟମ, କପର ଭଳି ଖଣିଜ ପଦାର୍ଥ ଭରପୂର ମାତ୍ରାରେ ରହିଥାଏ। ଯାହା ଆମ ଶରୀର ପାଇଁ ବେଶ୍ ଆବଶ୍ୟକ ହୋଇଥାଏ। ଯେଉଁ ଲୋକମାନଙ୍କର ଉଚ୍ଚ ରକ୍ତଚାପ, ଡାଇବେଟିଜ, ପାଚନ କ୍ରିୟାରେ ସମସ୍ୟା ରହିଥାଏ, ସେମାନେ ମେଥି ଶାଗ ଖାଇବା ଉଚିତ। ଏହି ଶାଗ ଖାଇବା ଦ୍ୱାରା ବ୍ଲଡ କୋଲେଷ୍ଟ୍ରୋଲ କମ୍ ହୋଇଥାଏ। ଯାହା ଆପଣଙ୍କ ହୃଦୟକୁ ସୁସ୍ଥ ରଖିଥାଏ।

ବଥୁଆ ଶାଗ :

bathua

ବଥୁଆ ଶାଗରେ ପୋଷକ ତତ୍ତ୍ୱ ପୁରି ରହିଥାଏ। ଏହାଛଡା କ୍ୟାଲସିୟମ, ଫସଫରସ, ପୋଟାସିଅମ, ଭିଟାମିନ ଇତ୍ୟାଦି ପ୍ରଚୁର ମାତ୍ରାରେ ରହିଛି। ବଥୁଆ ଶାଗ ଖାଇବା ଦ୍ୱାରା କିଡନୀରେ ହେଉଥିବା ଷ୍ଟୋନ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହାଛଡା ପେଟ ଦରଜ ଏବଂ କୋଷ୍ଠକାଠିନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ।

ଖଡା ଶାଗ  :

khada

ଖଡା ଶାଗରେ କାର୍ବୋହାଇଡ୍ରେଟ୍, ଫସଫରସ, ପ୍ରୋଟିନ, କ୍ୟାଲସିଅମ, ଭିଟାମିନ ଏ, ମିନେରାଲ ଏବଂ ଆଇରନ ରହିଥାଏ। ଏହାକୁ ଖାଇବା ଦ୍ୱାରା ଶରୀରରେ ଭିଟାମିନର ଅଭାବ ହୁଏନାହିଁ। ଦୃଷ୍ଟିଶକ୍ତି ସମସ୍ୟା, ରକ୍ତକୁ ସଫା କରିବା, କେଶ ଧଳା ହେବା, ରକ୍ତର ଅଭାବ ମାଂସପେଶୀକୁ ସୁଦୃଢ କରିଥାଏ। ଏହାଛଡା ଆର୍ଥାଇଟିସ୍, ଜ୍ୱର ଏବଂ ହୃଦୟ ସମ୍ବନ୍ଧୀୟ ଅନେକ ରୋଗରୁ ମୁକ୍ତି ଦେଇଥାଏ ଏହି ଶାଗ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button