IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଆଜମା ଏବଂ କ୍ୟାନସର ଭଳି ରୋଗରୁ ଦୂରେଇ ରଖିବା ପାଇଁ ଖାଆନ୍ତୁ କ୍ୟାପସିକମ୍‌, ମିଳିବ ଫାଇଦା

କ୍ୟାପସିକମ୍‌ ଆପଣମାନେ ନିଶ୍ଚିତ ଖାଇଥିବେ, ଯାହାକୁ ଆମେ ସିମଲ ଲଙ୍କା ବୋଲି ଜାଣିଥାଉ । ଏହାର ବ୍ୟବହାର ଆମେ ବିଭିନ୍ନ ବ୍ୟଞ୍ଜନ ଯଥା, ନୁଡଲ୍ସ, ମଞ୍ଚୁରିଆନ, ପାସ୍ତା ଇତ୍ୟାଦିରେ କରିଥାଉ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, କ୍ୟାପସିକମ୍‌ ଖାଇବା ଦ୍ୱାରା ମୋଟାପଣ ସମସ୍ୟା ଦୂର ହେବା ସହିତ ଓଜନ ମଧ୍ୟ କମ୍‌ ହୋଇଥାଏ। ଏଥିରେ ଭିଟାମିନ ସି, ଭିଟାମିନ ଏ ଏବଂ ବିଟା କେରାଟିନ ଭରପୂର ମାତ୍ରାରେ ରହିଥାଏ। ଏହି ପୋଷକ ତତ୍ତ୍ୱ ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିବା ସହିତ ମୋଟାପଣ ସମସ୍ୟା ସହିତ ଲଢିବାରେ ମଧ୍ୟ ସହାୟତା କରିଥାଏ।

cap

– କ୍ୟାପସିକମ୍‌ ଆପଣଙ୍କ ଇମ୍ୟୁନିଷ୍ଟ ସିଷ୍ଟମକୁ ବଢାଇବା ସହିତ ପ୍ରତିରକ୍ଷା ତନ୍ତ୍ରକୁ ମଜବୁତ କରିଥାଏ। ଏହାକୁ ଖାଇବା ଯୋଗୁଁ ମସ୍ତିଷ୍କର ବିକାଶ ଖବୁଶୀଘ୍ର ହୁଏ। ଏଥିରେ ଥିବା ଭିଟାମିନର ପ୍ରଚୁର ମାତ୍ରା ଷ୍ଟ୍ରେସ କମ୍‌ କରିବା ସହ ଆଜମା ଏବଂ କ୍ୟାନସର ଭଳି ରୋଗରୁ ଦୂରେଇ ରଖିବା ପାଇଁ ସହାୟକ ହୁଏ।

– କ୍ୟାପସିକମ୍‌ ମୋଟାପଣ ଏବଂ ଓଜନ କମ୍‌ କରିବାରେ ସହାୟକ ହୋଇଥାଏ। ଏଥିରେ କମ୍‌ କ୍ୟାଲୋରୀ ରହିଥାଏ ତେଣୁ ଏହାକୁ ଖାଇଲେ ଓଜନ ବଢିନଥାଏ। ଏହା ଶରୀରରେ ମେଟାବୋଲଜିମ୍‌କୁ ସଠିକ୍‌ ରଖିଥାଏ।

– କ୍ୟାପସିକମ୍‌ରେ ପୋଷକ ତତ୍ତ୍ୱ ଭରପୂର ରହିଥାଏ। ଭିଟାମିନ ଏ,ସି, ଫ୍ଳାବୋନାଇଡସ୍‌, ଅଲ୍କାଲାଇଡସ ଏବଂ ଟୋସିନ୍ସ ଭଳି ଭିଟାମିନ ଭରପୂର ମାତ୍ରାରେ ରହିଥାଏ।

capcicum 1

– କ୍ୟାପସିକମ୍‌ ଆପଣଙ୍କୁ ଅନେକ ହୃଦ ସମ୍ବନ୍ଧୀୟ ରୋଗରୁ ଦୂରେଇ ରଖିଥାଏ। ଏଥିରେ ଥିବା ଫ୍ଲାବୋନାଇଡସ୍‌ ସଂପୂର୍ଣ୍ଣ ଶରୀରକୁ ଅମ୍ଳଜାନ ଯୋଗାଇଥାଏ। ଯାହା ଫଳରେ ହୃଦସ୍ପନ୍ଦନ ସମୟରେ କୌଣସି ଅସୁବିଧା ଦେଖାଦିଏ ନାହିଁ।

– କ୍ୟାପସିକମ୍‌ରେ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଥିବା ଯୋଗୁଁ ଏହା ଶରୀରକୁ ଆଇରନ ଯୋଗାଇଥାଏ। ଏହାକୁ ଖାଇବା ଫଳରେ ଏନିମିକ ରୋଗ ହୁଏ ନାହିଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button