ଚାଣକ୍ୟ ନୀତି : ଏହି ୬ଜଣଙ୍କୁ ନିଦରୁ ଉଠାଇବା ପୂର୍ବରୁ ଜାଣି ରଖନ୍ତୁ ଏହିସବୁ ନିୟମ

ଆଚାର୍ଯ୍ୟ ଚାଣକ୍ୟ ଭାରତୀୟ ଇତିହାସରେ ମହତ୍ୱପୂର୍ଣ୍ଣ ସ୍ଥାନରେ ରହିଛନ୍ତି। ଚାଣକ୍ୟ ସମାଜକୁ ସଭ୍ୟ କରିବା ପାଇଁ ଅନେକ ନୀତି ମଧ୍ୟ ଉପସ୍ଥାପନା କରିଛନ୍ତି। ତାଙ୍କର ନୀତି କେବଳ ସଭ୍ୟ ସମାଜ ପାଇଁ ମାର୍ଗଦର୍ଶକ ସାଜିନଥାଏ ବରଂ ଏକ ମହାନ ଆତ୍ମା ମଧ୍ୟ ତିଆରି କରିଥାଏ। ପୂର୍ବରୁ ଚାଣକ୍ୟଙ୍କ ନୀତି ଯେପରି କାମ କରୁଥିଲା ଆଜି ମଧ୍ୟ ତାଙ୍କ ନୀତିର ସେପରି ପ୍ରାସଙ୍ଗିକ ରହିଛି। ଆଜିର ଯୁବପିଢୀ ମଧ୍ୟ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ମାନିବା ସହ ପ୍ରଶଂସା ମଧ୍ୟ କରୁଛନ୍ତି। ଏହିସବୁ ନୀତି ମଧ୍ୟରେ ଚାଣକ୍ୟ ଏଭଳି ଏକ ନୀତି ବିଷୟରେ କହିଛନ୍ତି, ଯାହା ନିଦକୁ ଜାଗ୍ରତ କରିବା ପୂର୍ବରୁ ଏହି ୬ଟି ଉପାୟ ଥରେ କରିବା ଉଚିତ। ଏହି ନୀତିକୁ ଆପଣେଇବା ଦ୍ୱାରା ଅନେକ ସମସ୍ୟାରୁ ମଧ୍ୟ ରକ୍ଷା ପାଇପାରିବେ। ତେବେ ଜାଣନ୍ତୁ କଣ ରହିଛି ସେହି ୬ଟି ଉପାୟ।
-ଆଚାର୍ଯ୍ୟ ଚାଣକ୍ୟ ନୀତିରେ କହିଛନ୍ତି ରାଜା, କୌଣସି ବଡ ଅଧିକାରୀ କିମ୍ବା କୌଣସି ପ୍ରଶାସନିକ ସେବାରେ କାମ କରିବା ବ୍ୟକ୍ତିଙ୍କୁ ଜାଗ୍ରତ କରିବା ପୂର୍ବରୁ ଥରେ ଚିନ୍ତା କରିବା ଉଚିତ। କାରଣ ଏହି ବ୍ୟକ୍ତିମାନଙ୍କୁ ଜାଗ୍ରତ କରିବା ଦ୍ୱାରା ରାଗିଯାଇପାରନ୍ତି। କାରଣ ପ୍ରାଚୀନ ଯୁଗରେ ରାଜାଙ୍କୁ ବିନା କୌଣସି କାରଣରେ ଜାଗ୍ରତ କରିବା ଅପରାଧ ଥିଲା,ଏବଂ ସେଥିପାଇଁ ଦଣ୍ଡ ମଧ୍ୟ ଦିଆଯାଉଥିଲା।
-ମୂର୍ଖ ବ୍ୟକ୍ତିଙ୍କୁ ଜାଗ୍ରତ କରିବା ଦ୍ୱାରା କେବଳ ଆପଣଙ୍କ ଚିନ୍ତା ହିଁ ବଢିଥାଏ। ଯଦି ଆପଣଙ୍କ ଆଖ-ପାଖରେ କୌଣସି ମୂର୍ଖ ବ୍ୟକ୍ତି ଶୋଇଥାନ୍ତି ତେବେ ତାଙ୍କୁ ସେହି ଅମସ୍ଥାରେ ଶୋଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣ ନିଜର ସମୟ ବଞ୍ଚାଇପାରିବା ସହ ମଧ୍ୟ ଶାନ୍ତି ପାଇପାରିବେ। ବୁଦ୍ଧିହୀନ ବ୍ୟକ୍ତି ସର୍ବଦା ସମୟରେ ଉଠି କାମ କରିଥାଏ।
-କେବେ ବି ଶୋଇଥିବା ସମୟରେ ସିଂହକୁ ଜାଗ୍ରତ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆପଣ ସିଂହର ସିକାର ହୋଇପାରନ୍ତି। ଏହିକାରଣରୁ ଶୋଇଥିବା ଅବସ୍ଥାରେ ସିଂହ ଦେଖାଦେଲେ ସେହି ସ୍ଥାନରୁ ବାହାରି ଯାଆନ୍ତୁ।
-ଚାଣକ୍ୟଙ୍କ ନୀତି ଅନୁଯାୟୀ ଛୋଟ ପିଲାମାନଙ୍କୁ ମଧ୍ୟ ଜାଗ୍ରତ କରିବା ଅନୁଚିତ କାରଣ ଛୋଟ ଶିଶୁ ଜାଗ୍ରତ ହେବା ମାତ୍ରେ ହିଁ କାନ୍ଦିବା ଆରମ୍ଭ କରିଦେଇଥାଏ। ଏପରି ଅବସ୍ଥାରେ ଶିଶୁକୁ ସମ୍ଭାଳିବା କଷ୍ଟକର ହୋଇପଡିଥାଏ। ସ୍ୱାସ୍ଥ୍ୟ ସୃଷ୍ଟି କୋଣରୁ ଶୋଇଥିବା ଛୋଟ ଶିଶୁକୁ ଜାଗ୍ରତ କରାଇବା ଅନୁଚିତ୍।
-ସେହିପରି ଶୋଇଥିବା ଅବସ୍ଥାରେ କୌଣସି ହିଂସ୍ର ପଶୁ କିମ୍ବା କୁକୁରକୁ ଜାଗ୍ରତ କରାଇବା ଅନୁଚିତ। କାରଣ ଏପରି କରିବା ଦ୍ୱାରା ଆପଣ ଉପରେ ହିଂସ୍ର ପଶୁ ଆକ୍ରମଣ କରିପାରେ। ଯଦି ଆପଣ କାହା ଘରକୁ ଯିବା ସମୟରେ ସେଠାରେ କୁକୁର ଶୋଇଥାଏ ତେବେ ସେହି ସ୍ଥାନରୁ ଚୁପଚାପ୍ ବାହାରି ଯାଆନ୍ତୁ।
-ଶେଷରେ ଚାଣକ୍ୟ କହିଛନ୍ତି କେବେ ବି ଶୋଇ ରହିଥିବା ସାପକୁ ଜାଗ୍ରତ କରନ୍ତୁ ନାହିଁ। ଯଦି ଆପଣ ଏପରି କରିଥାନ୍ତି ତେବେ ସାପ ଦଂଶନର ସିକାର ହେବା ସହ ମୃତ୍ୟୁ ମୁଖକୁ ଯାଇପାରନ୍ତି। ଏହିକାରଣରୁ କେବେ ମଧ୍ୟ ଶୋଇ ରହିଥିବା ସାପକୁ ଜାଗ୍ରତ କରନ୍ତୁ ନାହିଁ।




