IBN ଓଡ଼ିଶା ବ୍ୟୁରୋ

ଆଖିରେ ହେଉଥିବା ଜ୍ୱଳନ ଏବଂ ଡ୍ରାଏନେସ୍‌ରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଏକ୍ସରସାଇଜ୍‌

କମ୍ପ୍ୟୁଟର ପାଖରେ ଅଧିକ ସମୟ ବସି କାମ କରିବା ଦ୍ୱାରା ଆଖିରେ ଜ୍ୱଳନ, ଡ୍ରାଇନେସ, ଦୁର୍ବଳ ଲାଗିବା ଏବଂ ଝାପ୍ସା ଦେଖାଯାଇଥାଏ। କିନ୍ତୁ ଯଦି ଆପଣ ନିଜ ଆଖିକୁ ସୁସ୍ଥ ରରଖିବାକୁ ଚାହୁଁଛନ୍ତି ତେବେ ପ୍ରତ୍ୟେକ ଦିନ ଏହି ଏକ୍ସରସାଇଜ୍‌ କରନ୍ତୁ। ଆମେ ଆଜି ଆପରଙ୍କୁ ଯେଉଁ ଏକ୍ସରସାଇଜ୍‌ ବିଷୟରେ କହିବାକୁ ଯାଉଛୁ ଏହି ଏକ୍ସରସାଇଜ୍‌ ଆପଣ ଘରେ ହେଉ କିମ୍ବ ଅଫିସ୍‌ ଯେଯ କେ ଣସି ସ୍ଥାନରେ ବସି ସହଜରେ କରିପାରିବେ। ତେବେ ଜାଣନ୍ତୁ କଣ ରହିଛି ସେହି ଏକ୍ସରସାଇଜ୍‌।

-ଦୁଇ ମିନିଟ୍‌ ରେ ୩ ରୁ ୪ ସେକେଣ୍ଡ ପାଇଁ ଆଖିପତା ବନ୍ଦ କରି ରଖନ୍ତୁ। ଆପଣଙ୍କ କାମରୁ ଅଳ୍ପ କିଛି ସମୟ ବାହାର କରି ଏହି ଏକ୍ସରସାଇଜ୍‌ କରିବା ଦ୍ୱାରା ଆପଣ ନିଜକୁ ସୁସ୍‌ତ ଅନୁଭବ କରିବେ। ଆଖିପତା ବନ୍ଦ କରି ରଖିବା ଦ୍ୱାରା ଆଖି ସୁସ୍ଥ ଏବଂ ହାଇଡ୍ରେଡ୍‌ ରହିଥାଏ।

-ଆଖିକୁ ଦଶ ଥର କ୍ଲକଓ୍ଵାଇଜ୍‌ ଏବଂ ଦଶ ଥର ଆଣ୍ଟି-କ୍ଲକଓ୍ଵାଇଜ୍‌ ଭଳି ବୁଲାନ୍ତୁ। ଆଖିର ଉଜ୍ୱଳତା ବଢାଇବା ପାଇଁ ଏହା ସବୁଠାରୁ ଉତ୍ତମ ଏକ୍ସରସାଇଜ୍‌।

eye pic-ଆଖିକୁ ଆରାମ ଦେବା ପାଇଁ ଚୌକି ଉପରେ ବସି ମୁଣ୍ଡ ପଛକୁ କରି କିଛି ସମୟ ପାଇଁ ନିଜର ଆଖି ବନ୍ଦ ରଖନ୍ତୁ। ୩ ମିନିଟ୍‌ ପର‌୍ୟ୍ୟନ୍ତ ଏପରି ଆଖିକୁ ବନ୍ଦ କରି ରଖନ୍ତୁ। ଦିନରେ ଅତି କମ୍‌ରେ ଥରେ ନିଶ୍ଚିନ୍ତ ଏହି ଏକ୍ସରସାଇଜ୍‌ କରନ୍ତୁ।

-ନିଜର ଖାଦ୍ୟ ପଦାର୍ଥରେ ଭିଟାମିନ-ଏ, ସି, ଇ ଏବେଂ କପର, ଜିଙ୍କ ଭଳି ମିନେରାଲ୍ସ ଥିବା ଖାଦ୍ୟ ସାମିଲ କରନ୍ତୁ। କାରଣ ଏହି ସବୁ ଭିଟାମିନ ଆଖି ପାଇଁ ଉତ୍ତମ। ଏହାବ୍ୟତୀତ ଆପଣ ଭିଟାମିନ-ଏ ଯୁକ୍ତ ଖାଦ୍ୟ ଗାଜର, ପାଳଙ୍ଗ, ଟମାଟୋ, ତରଭୁଜ, ଏପ୍ରିକୋଟ, ଶକରକଂଦ, ଅଙ୍ଗୁର ଆଦି ଖାଦ୍ୟରେ ସାମିଲ କରନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button