IBN ଓଡ଼ିଶା ଏକ୍ସକ୍ଲୁସିଭ୍

ହ୍ଵାଇଟ୍‌ ଡିସଚାର୍ଜ ବା ଧଳାସ୍ରାବ ସମସ୍ୟାରେ ଚିନ୍ତିତ କି? ତେବେ ଥରେ ମେଥିକୁ ଆପଣେଇ ଦେଖନ୍ତୁ

ଧଳାସ୍ରାବ ଅର୍ଥାତ କେହି କେହି ଏହାକୁ ହ୍ଵାଇଟ୍‌ ଡିସଚାର୍ଜ ବୋଲି କହନ୍ତି। ଏହି ସମସ୍ୟାକୁ ଅଧିକ ମହିଳାମାନେ ସାମ୍ନା କରନ୍ତି ଯେଉଁ କାରଣରୁ ସେମାନେ ଚିଡାଚିଡା ହୁଅନ୍ତି। ଧଳାସ୍ରାବ ଯୋଗୁଁ ମହିଳା ସବୁବେଳେ ଚିନ୍ତାଗ୍ରସ୍ତରେ ଥାଆନ୍ତି। ପ୍ରାୟ ମହିଳାମାନଙ୍କର ଏତେ ଅଧିକ ମାତ୍ରାରେ ଧଳାସ୍ରାବ ହୁଏ ଯେ ସେମାନେ ପତଳା ହୋଇଯାନ୍ତି। ଏହି ଚିନ୍ତା ମଧ୍ୟ ସେମାନଙ୍କୁ ଖାଇଯାଏ। ପ୍ରାୟ ଗାଁ ଗହଳୀର ଲୋକମାନେ ଏହାକୁ ଅଣଦେଖା କରନ୍ତି ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତି ନାହିଁ କିନ୍ତୁ ଏହି ସମସ୍ୟା ଅଧିକ ଦିନ ଧରି ରହିଲେ ମହିଳାଙ୍କ ପାଇଁ ଏହା କ୍ଷତି ସାବ୍ୟସ୍ତ ହୋଇପାରେ। ତେଣୁ ଯଦି ଆପଣ ଅର୍ଥ କିମ୍ବା ଅନ୍ୟ କେଉଁ କାରଣ ଯୋଗୁଁ ଡାକ୍ତରଙ୍କ ପାଖକୁ ଯାଇପାରୁନାହାନ୍ତି ତେବେ ଘରୋଇ ଉପାୟରେ ମଧ୍ୟ ଏହାକୁ ଦୂର କରିପାରିବେ। ଆଜି ଯେଉଁ ଘରୋଇ ଉପାୟ ବିଷୟରେ ଆମେ ଆପଣଙ୍କୁ ଜଣାଇବୁ ତାହା ବହୁତ ଭଲ କାମ କରିଥାଏ। ଏହି ସମସ୍ୟାକୁ ଆପଣ ଦୂର କରିବା ପାଇଁ ମେଥି ହେଉଛି ଏକ ଅବ୍ୟର୍ଥ ଔଷଧ। ତେବେ ଆସନ୍ତୁ ଜାଣିବା ମେଥିର ଏହି ଘରୋଇ ଉପଚାର ବିଷୟରେ।

vaginal-ସବୁଜ ମେଥି ପତ୍ରକୁ ସଫା ପାଣିରେ ଧୋଇ ଏକ ଲିଟର ପାଣିରେ ଫୁଟାନ୍ତୁ। ଏହି ପାଣିକୁ ଛାଣି ଥଣ୍ଡା କରି ୧/୪ ଚାମଚ ହଳଦି ମିଶାଇ ସକାଳ ସମୟରେ ଏହି ପାଣିକୁ ପିଅନ୍ତୁ। ମାତ୍ର କିଛି ଦିନ ମଧ୍ୟରେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

-ରାତିରେ ଶୋଇବା ପୂର୍ବରୁ ପେଶା ହୋଇଥିବା ମେଥିକୁ ଖାଇବା ଆରମ୍ଭ କରନ୍ତୁ। ଏହାକୁ ଯଦି ରାତିରେ ଖାଇବା ଆରମ୍ଭ କରିବେ ସକାଳ ପର୍ଯ୍ୟନ୍ତ ଧଳାସ୍ରାବ ସମସ୍ୟା କମ୍‌ ହୋଇଯିବ।

dana methi-୫ ଚାମଚ ମେଥିକୁ ଗ୍ଲାସ୍‌ ପାଣିରେ ୪ ଘଣ୍ଟା ପାଇଁ ଭିଜାଇ ରଖନ୍ତୁ। ଏହାପରେ ସେହି ପାଣିକୁ ଶରୀରରେ ସ୍ରାବ ହେଉଥିବା ସ୍ଥାନରେ ପକାନ୍ତୁ। ଏମିତି କଲେ ଆରାମ ମିଳିଥାଏ।

-ମେଥିରେ ରନ୍ଧା ହୋଇଥିବା ଖାଦ୍ୟ କିମ୍ବା ମେଥି ଲଡୁ ଖାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ। ଏହାଦ୍ୱାରା ଶରୀର ସୁସ୍ଥ ମଧ୍ୟ ରହିଥାଏ। ଏହାସହିତ ଗର୍ଭାଶୟରେ ଥିବା ଅପରିଷ୍କାର ପଦାର୍ଥ ମଧ୍ୟ ବାହାରିଯିବ।

-ଗର୍ଭାଶୟ ଦୁର୍ବଳ ହେବା ଦ୍ୱାରା ଧଳା ସ୍ରାବ ହୋଇଥାଏ। ୧ ଚାମଚ ଗୁଡ ସହିତ ୧ ଚାମଚ ମେଥି ଚୂର୍ଣ୍ଣ ମିଶାଇ କିଛି ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ। ଏହାଦ୍ୱାରା ମଧ୍ୟ ଏହି ସମସ୍ୟା ଦୂର ହୋଇଯାଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button