IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଶୀଘ୍ର ବାହା ହେବାପାଇଁ ହେଉଛି ମନ ତାହେଲେ ନିଶ୍ଚିତ ଭାବରେ କରନ୍ତୁ ଏହି ଉପାୟ, ଘରେ ବାଜି ଉଠିବ ଶାହାନାଇ

ହିନ୍ଦୁ ଧର୍ମରେ ବିବାହ ୧୬ ସଂସ୍କାର ମାନଙ୍କ ମଧ୍ୟରୁ ଗୋଟିଏ ଅଟେ। ଧାର୍ମିକ ମାନ୍ୟତା ରହିଛି କି ବିବାହ ସଂସ୍କାର ବିନା ମନୁଷ୍ୟର ଜୀବନ ସଫଳ ହୋଇ ନଥାଏ। ବିବାହରେ ବିଳମ୍ବର ଅନେକ କାରଣ ରହିଥାଏ। ଜ୍ୟୋତିଷଙ୍କ ମୁତାବକ ଅନେକ ଥର ଗ୍ରହ ନକ୍ଷତ୍ର କାରଣରୁ ବାହାଘରରେ ବିଳମ୍ବ ହୋଇଥାଏ। ଅନେକ ଥର ବାହାଘର କଥା ସ୍ଥିର ହେବାପରେ ମଧ୍ୟ ବାହାଘର ଭାଙ୍ଗି ଯାଇଥାଏ। ଏଥିପାଇଁ କିଛି ଉପାୟ ବାହାଘରରେ ଆସୁଥିବା ବାଧାକୁ ଦୂର କରିବାରେ ସାହାଯ୍ୟ କରିପାରେ। ଏହି ଉପାୟ କ’ଣ ଅଟେ ଏହାକୁ ଜାଣିବା।

ବାସ୍ତୁଶାସ୍ତ୍ର ଅନୁସାରେ ଯିଏ ବାହା ହେବାପାଇଁ ଚାହୁଁଛନ୍ତି, ତାଙ୍କ କୋଠରୀ ସବୁବେଳେ ପଶ୍ଚିମ-ଉତ୍ତର ଦିଗରେ ହେବା ଉଚିତ।ଯଦି ଏମିତି ସମ୍ଭବ ନହୁଏ ତାହେଲେ ଏଥିପାଇଁ ଉତ୍ତର ଦିଗରେ କୋଠରୀ କରିବା ଉଚିତ। ଏହା ବ୍ୟତୀତ ଖଟକୁ କାନ୍ଥରୁ ଉଚିତ ଦୂରତା ବନେଇ ରଖିବା ଉଚିତ।

ଗୁରୁବାରର ବ୍ରତ

ବାହାହେବା ପାଇଁ ଇଛୁକ ଜାତକକୁ ଗୁରୁବାର ଦିନ ବ୍ରତ ରଖିବା ଉଚିତ।ଏହା ସହିତ ଏହି ଦିନ କଦଳୀ ଗଛର ପୂଜା କରିବା ଉଚିତ।ଏହା ବ୍ୟତୀତ ହଳଦିଆ ବସ୍ତୁ ଦାନ କରିବା ଲାଭକାରୀ ହୋଇଥାଏ। ଏହା ସହିତ ଗାଈକୁ ଗୁଡ଼ ମିଶ୍ରିତ ଚଣା କି ଅଟାରେ ହଳଦୀ ମିଶାଇ ଖୁଆଇବା ଦରକାର। ସମ୍ଭବ ହେବ ତାହେଲେ ବିଷ୍ଣୁଙ୍କ ୧୦୮ ନାମ ଜପ କରନ୍ତୁ। ଏହାଦ୍ଵାରା ବିବାହରେ ଆସୁଥିବା ସମସ୍ୟା ଦୂର ହୋଇଥାଏ।

ଧାରଣ କରନ୍ତୁ ୬ମୁଖୀ ରୁଦ୍ରାକ୍ଷ

ଜ୍ୟୋତିଷଙ୍କ ମୁତାବକ ବିବାହ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ପାଇଁ ୬ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଲାଭକାରୀ ଅଟେ।ଏହି ରୁଦ୍ରାକ୍ଷକୁ ଭଗବାନ କାର୍ତ୍ତିକେୟଙ୍କ ରୂପ ମନା ଯାଇଥାଏ। ଏହାକୁ ପିନ୍ଧିବା ଦ୍ବାରା ବିବାହ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ।

ଶିବଲିଙ୍ଗ ଉପରେ ଜଳ

ନିୟମିତ ଶିବ ଲିଙ୍ଗ ଉପରେ ଜଳ ଅର୍ପଣ କରନ୍ତୁ। ଶିବଲିଙ୍ଗ ଉପରେ ଦଳ ବ୍ୟତୀତ ଗାଇର କଞ୍ଚା କ୍ଷୀର ଏବଂ ବେଲପତ୍ର ମଧ୍ୟ ଅର୍ପଣ କରନ୍ତୁ। ଏହାପରେ ଭଗବାନ ଶିବଙ୍କୁ ନିଜ ମନସ୍କାମନା କୁହନ୍ତୁ। କୁଆଁରୀ କନ୍ୟାମାନେ ୧୬ ସୋମବାର ବ୍ରତ ରଖି ପାରିବେ।ଏହା ସହିତ ପାର୍ବତୀ ମଙ୍ଗଳ ପାଠ ମଧ୍ୟ କରି ପାରିବେ। ଏମିତି କରିବା ଦ୍ଵାରା ଶୀଘ୍ର ବାହାଘର ଯୋଗ ହୋଇଥାଏ।

ପୂର୍ଣ୍ଣିମା ଦିନ ବଟବୃକ୍ଷର ପୂଜା

କୈାଣସି ବି ପୂର୍ଣ୍ଣିମା ଦିନ ବରଗଛ ଚାରିପଟେ ୧୦୮ଥର ପରିକ୍ରମା କରନ୍ତୁ।ଏହା ବ୍ୟତୀତ ଗୁରୁବାର ଦିନ ବରଗଛକୁ ଜଳ ଅର୍ପଣ କରନ୍ତୁ। ଏହାଦ୍ଵାରା ବାହାଘରରେ ଆସୁଥିବା ବାଧା ବହୁତ ଶୀଘ୍ର ହିଁ ଦୂର ହୋଇ ଯାଇଥାଏ ଏବଂ ବାହାଘର ଯୋଗ ହୋଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button