IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଗର୍ଭାବସ୍ଥା ସମୟରେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଘରୋଇ ଉପଚାର

ଗର୍ଭାବସ୍ଥା ସମୟରେ ମହିଳାଙ୍କୁ ବିଶେଷ ନିୟମ ଉପରେ ଧ୍ୟାନ ଦେବାକୁ ପଡିଥାଏ। ବିଶେଷ କରି ସେମାନଙ୍କର ଖାଦ୍ୟ-ପାନୀୟ ଏବଂ ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ଦେବା ଆବଶ୍ୟକ। ଗର୍ଭାବାସ୍ଥା କାରଣରୁ ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ହୋଇଯାଇଥାଏ। ଯେଉଁ କାରଣରୁ ବଦଳୁଥିବା ମୋସୁମୀରେ ଏହି ମହିଳାମାନଙ୍କର ଥଣ୍ଡା, ଜ୍ବର ବା ଅନ୍ୟ ଭାଇରାଲ ହେବାର ଭୟ ବଢ଼ିଯାଇଥାଏ।

ଯାହା ଆପଣଙ୍କ ଗର୍ଭସ୍ଥ ଶିଶୁ ପାଇଁ ଠିକ ନୁହେଁ। ଭର୍ଗବତୀ ମହିଳାଙ୍କୁ ଥଣ୍ଡା-ଜ୍ବର ହେବାର ସମ୍ଭାବନା ଅଧିକ ରହିଥାଏ, ଏହାଛଡା ନିମୋନିଆ, କାସ ବା ସାଇନସ ସଂକ୍ରମଣ ମଧ୍ୟ ହୋଇପାରେ। ଫ୍ଲୁ ଟୀକାକରଣ ଦ୍ବାରା ସଂକ୍ରମଣ ଏବଂ ଜଟିଳତାର ଭୟ କମ ହୋଇଥାଏ।

Mother with her babyରୋଗ ନିୟନ୍ତ୍ରଣ ଏବଂ ସିଡିସି ଅନୁସାରେ ଫ୍ଲୁ ଟୀକାକରଣ ନେବା ଦ୍ବାରା ଜନ୍ମର ଛଅ ମାସ ପର୍ଯ୍ୟନ୍ତ ଗର୍ଭବତୀ ମହିଳା ଏବଂ ତାଙ୍କ ଶିଶୁଙ୍କର ସୁରକ୍ଷାରେ ଏହା ସାହାଯ୍ୟ କରିଥାଏ। ଏଥିପାଇଁ ଗର୍ଭବତା ମହିଳାଙ୍କ ପାଇଁ ଟୀକାକରଣ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ।

ଗର୍ଭାବସ୍ଥାରେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଘରୋଇ ଉପଚାର

Mosambi Juice

-ହାତ ଧୋଇବା, ସଫା ସୁତୁରା ରହିବା

-ପର‌୍ୟ୍ୟାପ୍ତ ପରିମାଣରେ ନିଦ୍ରା ନେବା

-ସୁସ୍ଥ ଆହାର ଗ୍ରହଣ କରିବା

-ରୋଗାଗ୍ରସ୍ଥ ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା

-ନିୟମିତ ବ୍ୟାୟାମ କରିବା

-ଚିନ୍ତାରୁ ଦୁରେଇ ରହିବା

ଯଦି ରୋଗରେ ପଡିଯାଇଛନ୍ତି ତେବେ ଏହି ନିୟମ ଉପରେ ଧ୍ୟାନ ରଖନ୍ତୁ

pregnancy

-ଅଧିକ ଅରାମ କରନ୍ତୁ।

-ତରଳ ପଦାର୍ଥ ଅଧିକପରିମାଣରେ ସେବନ କରନ୍ତୁ।

-ଯଦି ଆପଣଙ୍କୁ ଗଳାରେ କାଶ କିମ୍ବା ଗଳା ବସିଯାଇଥାଏ ତେବେ ଗରମ ପାଣି ସହିତ ଲୁଣ ମିଶାଇ କୁଳି କରନ୍ତୁ।

-ଗରମ ପାଣିରେ ସ୍ନାନ କରନ୍ତୁ।

-ଫୁଲିବାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ବା ବନ୍ଦ ନାକରୁ ଆରାମ ପାଇବାକୁ ଚାହୁଁଥିଲେ ଚିକେନ ସୁପକୁ ସେବନ କରନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button