ପାଆନ୍ତୁ ମଜାଦାର ସ୍ୱାଦ, ସଂଧ୍ୟାରେ ବନାଇ ଖାଆନ୍ତୁ ଟେଷ୍ଟୀ ‘ଏଗ୍ କବାବ୍’

ଶୀତର ଏହି ମୌସୁମରେ ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଲାଭଦାୟକ ହୋଇଥାଏ। ଏହାସହିତ ଏହାର ସ୍ୱାଦରେ ମଧ୍ୟ ଜବରଦସ୍ତ ହୋଇଥାଏ। ଏମିତିରେଏହି ଦିନରେ ସମସ୍ତଙ୍କୁ ଅଣ୍ଡାର ଭିନ୍ନ ଭିନ୍ନ ବ୍ୟଞ୍ଜନର ସ୍ୱାଦ ଚାଖିବାକୁ ମନ ହୋଇଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କୁ ‘ଏଗ୍ କବାବ୍’ ବନାଇବାର ରେସିପି ବିଷୟରେ ଜଣାଇବୁ। ତେବେ ଆସନ୍ତୁ ଜାଣିବା ଏହା ପାଇଁ ଆପଣଙ୍କୁ କଣ ସବୁ ସାମଗ୍ରୀ ଦରକାର ହେବ ଏବଂ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକୀୟ ସାମଗ୍ରୀ
ସିଝା ଆଳୁ – ୪
ସିଝା ଅଣ୍ଡା – ୪
ଅଣ୍ଡା – ୨ଟି
ପିଆଜ – ୧ (ଛୋଟ କଟା ହୋଇଥିବା)
ଧନିଆ ପତ୍ର – କଟା ହୋଇଥିବା
ଗରମ ମସଲା – ୧ ଛୋଟ ଚାମଚ
ଗୋଲ ମରୀଚ ପାଉଡର – ୧/୨ ଛୋଟ ଚାମଚ
ଲାଲ ଲଙ୍କା ପାଉଡର – ୧ ଛୋଟ ଚାମଚ
ଲୁଣ – ସ୍ୱାଦାନୁସାରେ
ତେଲ – ଛାଣିବା ପାଇଁ
ପ୍ରସ୍ତୁତି ପ୍ରଣାଳୀ
-ସର୍ବପ୍ରଥମେ ପାତ୍ରରେ ସିଝା ଆଳୁ, ଗରମ ମସଲା, ଲାଲ ଲଙ୍କା ପାଉଡର, ଗରମ ମସଲା, ଗୋଲ ମରୀଚ ପାଉଡର, ଧନିଆ ପତ୍ର, ବ୍ରେଡ୍ ଗୁଣ୍ଡ ଏବଂ ଲୁଣ ମିଶାଇ ଭଲ ଭାବେ ମିକ୍ସ କରନ୍ତୁ।
-ଏବେ ଆଳୁର ମିଶ୍ରଣକୁ ନେଇ ଟିକ୍କା ବନାନ୍ତୁ ଏବଂ ଏହାର ମଝିରେ ଅଣ୍ଡା ରଖନ୍ତୁ।
-ଚାରିପଟୁ ବନ୍ଦ କରି ଏହାକୁ କବାବର ଆକାର ଦିଅନ୍ତୁ।
-ମିଡିୟମ ଆଞ୍ଚରେ ଏକ ପ୍ୟାନରେ ତେଲ ଗରମ କରନ୍ତୁ।
-ତେଲ ଗରମ ହେବା ପରେ କବାବକୁ ଫେଣ୍ଟା ହୋଇଥିବା ଅଣ୍ଡାରେ ବୁଡାଇ ରଖନ୍ତୁ।
-ଏହାପରେ ଏହାକୁ ବ୍ରେଡ୍ ଗୁଣ୍ଡରେ ମିଶାଇ ତେଲରେ ଛାଣନ୍ତୁ।
-ଏହା ସୁନେଲୀ ରଙ୍ଗ ହେବା ଯାଏଁ ଛାଣନ୍ତୁ ଏବଂ ଏହାପରେ ବାହାରକୁ ବାହାର କରିଦିଅନ୍ତୁ।
-ଏବେ ଆପଣଙ୍କା ଟେଷ୍ଟୀ ଏଗ୍ କବାବ୍ ପ୍ରସ୍ତୁତ ହୋଇଯାଇଛି।




