IBN ଓଡ଼ିଶା ବ୍ୟୁରୋ

ନିୟମିତ ପିଅନ୍ତୁ ରସୁଣ କ୍ଷୀର, ଚୁଟ୍‌କିରେ ଦୂର ହୋଇଯିବ ଏହି ୫ଟି ରୋଗ

ପୂର୍ବରୁ ଆପଣ କେବେ ରସୁଣ କ୍ଷୀର ପିଇଛନ୍ତି କି? ଯଦି ନା, ତା’ହେଲେ ଆଜି ହିଁ ଏହାକୁ ସେବନ କରିବା ଆରମ୍ଭ କରିଦିଅନ୍ତୁ। କାରଣ, ରସୁଣ କ୍ଷୀର ଆପଣଙ୍କୁ ଅଦ୍ଭୁତ ସ୍ୱାସ୍ଥ୍ୟ ଲାଭ ଦେଇଥାଏ। ଆସନ୍ତୁ ଜାଣିବା ଏହା ବିଷୟରେ।

mio

୧. ଯଦି ଆପଣଙ୍କୁ ଥଣ୍ଡା କିମ୍ବା ଫ୍ଲୁ ହେବାର କୌଣସି ଆଶଙ୍କା ରହିଛି, ତା’ହେଲେ ରସୁଣ କ୍ଷୀର ସେବନ କରନ୍ତୁ।

୨. ମୁଖ ଓ ବେକର ନାଲି ବ୍ରଣ ଦୂର କରିବାକୁ ଚାହୁଁଥିଲେ, ରସୁଣ କ୍ଷୀର ବେଶ୍‌ ଫଳପ୍ରଦ ହୋଇଥାଏ। କାରଣ, ନିୟମିତ ରୂପରେ ଆପଣ ଯଦି ଏହି କ୍ଷୀରକୁ ତ୍ୱଚା ଉପରେ ମାଲିସ୍‌ କରିବେ, ଏହା ନାଲିବ୍ରଣ ସମସ୍ୟାକୁ ଖୁବ୍‌ କମ୍‌ ଦିନ ଭିତରେ ଦୂର କରିଦେବ।

mipp

୩. ମା’ମାନେ ନିଜ ଶିଶୁଙ୍କୁ ଆବଶ୍ୟକ ମାତ୍ରାରେ କ୍ଷୀର ପିଆଇବା ପାଇଁ ନିଜେ ହିଁ ରସୁଣ କ୍ଷୀର ପିଅନ୍ତୁ। କାରଣ, ଏହା ସବୁ ମା’ଙ୍କ ପାଇଁ ସବୁଠାରୁ ଭଲ ପେୟ ପଦାର୍ଥ ହେବ। ନିୟମିତ ରୂପରେ ଏହାକୁ ପିଇଲେ, ଏହା ସ୍ତନର କ୍ଷୀରକୁ ବଢ଼ାଇଥାଏ। ପିଲା ଜନ୍ମ ପରେ ତୁରନ୍ତ ମା’ଙ୍କୁ ରସୁଣ କ୍ଷୀର ପିଇବାକୁ ଦିଅନ୍ତୁ।

୪. ରସୁଣ କ୍ଷୀର ନିମୋନିଆ ପାଇଁ ସବୁଠାରୁ ଭଲ ଘରୋଇ ଉପଚାର। ଆମେ ଏହାକୁ ନିଦ୍ୱନ୍ଦ୍ୱରେ ଛୋଟ ପିଲାମାନଙ୍କୁ ପିଇବାକୁ ଦେଇପାରିବା। କାରଣ, ଏହା ବହୁତ ସ୍ୱାଦିଷ୍ଟ ହୋଇଥାଏ।

mi2

୫. ରସୁଣ କ୍ଷୀର ପାଚନ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ। ରସୁଣ ପାଚନ ରସକୁ ଉତ୍ତେଜିତ କରିଥାଏ ଏବଂ ପେଟଜନିତ ସମସ୍ତ ରୋଗକୁ ଦୂର କରିବାରେ ବହୁତ ପ୍ରଭାବଶାଳୀ ହୋଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button