IBN ଓଡ଼ିଶା ଏକ୍ସକ୍ଲୁସିଭ୍

ପେଟ ବଡ଼ ଅଛି କି? ସାବଧାନ! ଏବେଠୁ କମାନ୍ତୁ, ନଚେତ୍‌ ହୋଇପାରେ କ୍ୟାନ୍‌ସର

କୁହାଯାଏ ମୋଟାପଣ ହିଁ ଏକ ରୋଗ, ଯିଏ ନିଜ ସହ ଅନ୍ୟ ରୋଗଙ୍କୁ ମଧ୍ୟ ବରଣ କରିଥାଏ। ଶରୀରରେ ଚର୍ବି ଅଂଶ ବଢ଼ିବା ଦ୍ୱାରା ଅନ୍ୟାନ୍ୟ ରୋଗ କ୍ରମଶଃ ମାଡ଼ି ବସେ। ଫଳରେ ବିଭିନ୍ନ ଦୂରାରୋଗ୍ୟ ହେବା ଆଶଙ୍କା ବଢ଼ିଯାଏ। ନିକଟରେ ହୋଇଥିବା ଏକ ରିସର୍ଚ୍ଚ ମୁତାବକ ମୋଟା ବ୍ୟକ୍ତିଙ୍କ ଠାରେ କ୍ୟାନ୍‌ସରର ଆଶଙ୍କା ବୃଦ୍ଧି ପାଏ।

Image result for cancer

ବଡ଼ ପେଟ ଥିବା ବ୍ୟକ୍ତିଙ୍କ ଠାରେ କ୍ୟାନ୍‌ସରର ଆଶଙ୍କା ପତଳା ଲୋକଙ୍କ ତୁଳନାରେ ୫୦ ପ୍ରତିଶତ ଅଧିକ ଥାଏ। କୋଲୋରେକ୍ଟଲ କ୍ୟାନସରକୁ ପେଟ ଓ ଅନ୍ତର କ୍ୟାନ୍‌ସର ମଧ୍ୟ କୁହାଯାଏ। କୋଲୋରେକ୍ଟଲ କ୍ୟାନ୍‌ସର ବଡ଼ ପେଟର ଅଂଶ କୋଲୋନ ଓ ରେକ୍ଟମ୍‌ରେ ଜନ୍ମିଥାଏ। ଆମେରିକାର ଫିଲାଡେଲଫିଆର ଥମ୍ସ ଜେଫରସନ୍‌ ୟୁନିଭର୍ସିଟିର ପ୍ରଫେସର ସ୍କାର୍ଟ ବାଲ୍ଡମନଙ୍କ ମୁତାବକ ମୋଟା ବ୍ୟକ୍ତିଙ୍କ ଠାରେ କୋଲୋରେକ୍ଟଲ କ୍ୟାନ୍‌ସରର ଚିକିତ୍ସା ହରମୋନ ରିପ୍ଲେସ୍‌ମେଣ୍ଟ ଥେରାପି ମାଧ୍ୟମରେ କରାଯାଇପାରିବ।

 

ବାଲ୍ଡମନ କହିଛନ୍ତି ଯେ ମୋଟାପଣର ଶିକାର ହୋଇଥିବା ରୋଗୀଙ୍କ ଠାରେ ଯେଉଁ ହରମୋନ୍‌ର ଅଭାବ ପରିଲକ୍ଷିତ ହୋଇଥାଏ, ତାହାକୁ ଲାଇନୋକ୍ଲୋଟାଇଡ୍‌ ପୂରଣ କରେ। ରିସର୍ଚ୍ଚ ମୁତାବକ ମୋଟାପଣ ଯୋଗୁ ଶରୀରରରେ ଗ୍ଵାନିଲିନ୍‌ ହରମୋନ୍‌ କମିଯାଏ। ଏହି ହରମୋନ୍‌କୁ ଅନ୍ତର ଏପିଥିଲିୟମ୍‌ କୋଷିକା ତିଆରି କରିଥାଏ। ଲାଇନୋକ୍ଲୋଟାଇଡ୍‌ ମୋଟା ଲୋକଙ୍କ ଟ୍ୟୁମରକୁ ସୁସ୍ଥ କରୁଥିବା ହରମୋନ୍‌କୁ ସକ୍ରିୟ କରି କ୍ୟାନସରର ଚିକିତ୍ସା କରିଥାଏ। ଜେନେଟିକ ରିପ୍ଲେସମେଣ୍ଟରୁ ଟ୍ୟୁମରକୁ ଭଲ କରୁଥିବା ହରମୋନ୍‌ ସକ୍ରିୟ ହୋଇଯାଏ। ଏହି ରିସର୍ଚ୍ଚ ବିଷୟରେ କ୍ୟାନସର ରିସର୍ଚ୍ଚ ପତ୍ରିକାରେ ପ୍ରକାଶ ପାଇଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button