IBN ଓଡ଼ିଶା ଏକ୍ସକ୍ଲୁସିଭ୍

କ୍ୟାନସର ଭଳି ଭୟଙ୍କର ରୋଗକୁ ମାତ୍‌ ଦେବା ସହ ଗର୍ଭବତୀ ମହିଳାଙ୍କ ପାଇଁ ଅତି ଲାଭକାରୀ ଗାଜର ଜୁସ୍‌

କ୍ୟାନସର କେବଳ ଭାରତ ନୁହେଁ ବରଂ ଦୁନିଆରେ ବହୁତ ଲୋକମାନେ ଏହି ରୋଗର ସିକାର ହୋଇଥାନ୍ତି। ସୂଚନା ମୁତାବକ ଆଜିର ତାରିଖରେ କେବଳ ଭାରତରେ ୧୧ ଲକ୍ଷରୁ ଅଧିକ ଲୋକ ପିଡୀତ। ଯଦି ଆପଣ ଏହି ରୋଗ ଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି ତେବେ ଆଜି ଠାରୁ ହିଁ ଆପଣ ନିଜର ରୁଟିନ୍‌ ରେ ଏକ ଗ୍ଲାସ ଗାଜର ଜୁସ୍‌ ପିଇବା ଆରମ୍ଭ କରିଦିଅନ୍ତୁ।

cc-ଆମ ସମସ୍ତଙ୍କ ଶରୀରରେ ସେଲ୍ସ ରହିଥାଏ, ଯାହା ପ୍ରତ୍ୟେକ ଦିନ ଅସନ୍ତୁଳିତ ହୋଇ ରହିଥାଏ। ପ୍ରତ୍ୟେକ ଦିନ ଶରୀରର ସେଲ୍ସ ଗୁଡିକ ମୃତ ହେବା ମାତ୍ରେ ହିଁ ସେହି ସ୍ଥାନରେ ନୂତନ ସେଲ୍ସ ପ୍ରସ୍ତୁତ ହୋଇଥାଏ। କିନ୍ତୁ ଏଭଳି କିଛି ଶରୀର ରହିଛି, ଯେଉଁଠାରେ ଏହି ସେଲ୍ସ ଖୁବ୍‌ ଶୀଘ୍ର ତିଆରି ହୋଇଥାଏ। ଖୁବ୍‌ ଶୀଘ୍ର ବଢୁଥିବା ସେଲ୍ସକୁ ରୋକିବା ପାଇଁ ଗାଜର ଜୁସ୍‌ ସାହାଯ୍ୟ କରିଥାଏ। ଗାଜର ଜୁସ୍‌ ରେ ପ୍ରଚୁର ମାତ୍ରାରେ ଆଣ୍ଟି-ଅକ୍ସିଡେଣ୍ଟ ରହିଥାଏ, ଯାହା କ୍ୟାନସର ସେଲ୍ସକୁ ବଢିବାରେ ବାଧା ସୃଷ୍ଟି କରିଥାଏ।

carrot--ଆଜିକାଲି ମହିଳାମାନେ ଅଧିକ ଓଭେରିୟନ କ୍ୟାନସର ରୋଗର ଶିକାର ହେଉଛନ୍ତି। ଏହିଭଳି ପରିସ୍ଥିତିରେ ଗାଜର ଜୁସ୍‌ ମହିଳାମାନଙ୍କ ପାଇଁ ଭଲ ବିକଳ୍ପ। ଗାଜର ଜୁସ୍‌ ଓଭେରିୟନ କ୍ୟାନସର ବ୍ୟତୀତ ବ୍ରେଷ୍ଟ କ୍ୟାନସର, ସ୍କିନ୍‌ କ୍ୟାନସର ଏବଂ ବ୍ରେନ ଟ୍ୟୁମର ପାଇଁ ଖୁବ୍‌ ଲାଭକାରୀ ହୋଇଥାଏ।

carrot juice-ଗର୍ଭବତୀ ଥିବା ମହିଳାମାନଙ୍କ ପାଇଁ ଅଧିକ ନ୍ୟୁଟ୍ରିଏଣ୍ଟସ୍‌, ଆବଶ୍ୟକୀୟ ପୋଷକ ତତ୍ତ୍ୱ ଏବଂ ପୋଷଣର ଆବଶ୍ୟକତା ରହିଥାଏ, ଯାହା ମା’ ଏବଂ ପିଲା ପାଇଁ ଅତି ଆବଶ୍ୟକୀୟ ହୋଇଥାଏ। ଏହିକାରଣରୁ ଗର୍ଭବତୀ ଥିବା ସମୟରେ ଗାଜର ଜୁସ୍‌ ସେବନ କରିବା ଦ୍ୱାରା ଗର୍ଭରେ ଥିବା ଶିଶୁର ହାଡ ଏବଂ ମସ୍ତିଷ୍କର ବିକାଶ ଭଲଭାବେ ହୋଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button