IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଏପରି ରଖନ୍ତୁ ଘରକୁ ଜୀବାଣୁ ମୁକ୍ତ, ସଠିକ୍‌ ରହିବ ସ୍ୱାସ୍ଥ୍ୟ

ପ୍ରତିଦିନ ଘରକୁ ସଫାସୁତରା ରଖିବା ସହଜ ନୁହେଁ। ପ୍ରତ୍ୟେକ ବ୍ୟକ୍ତି ନିଜ ଘରକୁ ସଫାସୁତୁରା ରଖିବାକୁ ଚାହିଁଥା’ନ୍ତି। ପ୍ରତିଦିନ କବାଟ, ଝରକା, ଓ୍ଵାସିଂ ମେସିନ, ରୋଷେଇ ଘରେ ବ୍ୟବହୃତ ହେଉଥିବା ଜିନିଷକୁ ଜୀବାଣୁ ମୁକ୍ତ କରି ରଖିବା ସହଜ କଥା ନୁହେଁ। କିନ୍ତୁ ବ୍ୟସ୍ତବହୁଳ ଜୀବନରେ ସମୟ ବାହାର କରି ଏହିସବୁ କାମ କରିବା କଷ୍ଟକର ହୋଇପଡ଼େ। ଏଣୁ ଅଧିକାଂଶ ଲୋକ ସପ୍ତାହକୁ ଥରେ ଘର ସଫା କରିଥା’ନ୍ତି। ତେବେ ଆଜି ଆମେ ଆପଣଙ୍କୁ ଘର ସଫା କରିବା ପାଇଁ କିଛି ସହଜ ଉପାୟ ବତାଇବୁ। ଏହା ଦ୍ୱାରା ଆପଣ ଖୁବ୍ କମ୍ ସମୟରେ ଘର ସଫା କରିପାରିବେ।

– ସର୍ବଦା ଗୋଟିଏ ରୁମ୍ରୁ ହିଁ ସଫା କରିବା କାର୍ଯ୍ୟ ଆରମ୍ଭ କରନ୍ତୁ। ପ୍ରଥମେ ଝରକା ଓ କବାଟରେ ଥିବା ଧୂଳିକୁ ସଫା କରିନିଅନ୍ତୁ। ଏହାପରେ ଘରର ଚଟାଣ ସଫା କରିନିଅନ୍ତୁ। ୩୦ ମିନିଟ୍ ମଧ୍ୟରେ ଏସବୁ କରିବା ପାଇଁ ଚେଷ୍ଟା କରନ୍ତୁ।

machine

– ଲୋକ କପଡା ସଫା କରିବା ପାଇଁ ଓ୍ଵାସିଂ ମେସିନର ବ୍ୟବହାର ତ କରନ୍ତି, କିନ୍ତୁ ଏହାକୁ ସଫା ରଖିବା କଥା ଚିନ୍ତା କରନ୍ତି ନାହିଁ। ମେସିନକୁ ଓଦା କରି ରଖିବା ଯୋଗୁଁ ଏଥିରେ କୀଟାଣୁ ସଂଖ୍ୟା ବଢିଥାଏ। କପଡା ସଫା କରିବା ପରେ ମେସିନରେ ପାଣି ସହିତ ସିରକା ପକାଇ ୨ ମିନିଟ ଏମିତି ଚଲାନ୍ତୁ। ପରେ ପାଣି କାଢିଦିଅନ୍ତୁ। ଏପରି କରିବା ଦ୍ୱାରା ଜୀବାଣୁ ଏବଂ ଭାଇରସ ମରିଯିବେ।

– ଡଷ୍ଟବିନ୍ ଭିତରେ ପୁରୁଣା ନ୍ୟୁଜ୍ ପେପର୍ ରଖନ୍ତୁ। ଏହାଦ୍ୱାରା ଡଷ୍ଟବିନରେ କୌଣସି ଅଳିଆ ଲାଗିବ ନାହିଁ। ଏଣୁ ତାହା ଅସନା ହେବ ନାହିଁ କି ସେଥିରୁ ଦୁର୍ଗନ୍ଧ ବାହାରିବ ନାହିଁ।

clean

–  ଯଦି ପାଖରେ ୱିଣ୍ଡୋ ଭାକ୍ୟୁମ୍ କ୍ଲିନର୍ ନାହିଁ, ତେବେ ବାସନ ଧୋଉଥିବା ଲିକ୍ୱିଡରେ ପାଣି ମିଶାଇ ଝରକା ସଫା କରନ୍ତୁ। ଦେଖିବେ ଝରକା ପୂର୍ବ ପରି ଚମକି ଉଠିବ।

– ଟବ୍ ଓ ବେସିନ୍କୁ ଭଲ ଭାବରେ ସଫା କରିବା ପାଇଁ ବାଥରୁମ୍ କ୍ଲିନର୍ ପକାଇ ୧୦ ମିନିଟ୍ ଛାଡ଼ି ଦିଅନ୍ତୁ। ଏହାପରେ ସଫା କରିନିଅନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button